Below header

ବହୁତ ମୂଲ୍ଯବାନ ଆପଣଙ୍କ ଜୀବନ, ତେଣୁ ଜାଣନ୍ତୁ କେମିତି ପାଳିବେ ସୁରକ୍ଷିତ ଦୀପାବଳି

ସୁରକ୍ଷିତ ଦୀପାବଳି, ଖୁସିର ଦୀପାବଳି । ତେଣୁ ବାଣ ଫୁଟା ବେଳେ ସାବଧାନ ରୁହନ୍ତୁ । କେବଳ ଲାଇସେନ୍‌ସ ପ୍ରାପ୍ତ ବାଣ ଦୋକାନରୁ ବାଣ କିଣନ୍ତୁ। ଖୋଲା ସ୍ଥାନରେ ବାଣ ଫୁଟାନ୍ତୁ । ପାଖରେ କୌଣସି ଜ୍ୱଳନଶୀଳ ବସ୍ତୁ ରଖନ୍ତୁ ନାହିଁ। ଛୋଟ ପିଲାଙ୍କୁ ବାଣଫୁଟା ସ୍ଥାନରୁ ଦୂରେଇ ରଖନ୍ତୁ । ରକେଟ୍‌ ଭଳି ବାଣ ଯେପରି ଘର ମୁହାଁ ନଥିବା ସେଥି ପ୍ରତି ଧ୍ୟାନ ଦିଅନ୍ତୁ ।

ବାଣରେ ନିଆଁ ଲାଗିବା ପରେ ନ ଫୁଟିଲେ, ସେଥିରେ ଖେଳନ୍ତୁ ନାହିଁ। ଅତି ପାଖକୁ ନ ଯାଇ ଅଫୁଟା ବାଣ ଉପରେ ପାଣି ପକାନ୍ତୁ। ବାଣ ଫୁଟା ବେଳେ ଯୋତା ପିନ୍ଧିବାକୁ ଭୁଲନ୍ତୁ ନାହିଁ। ପାଖରେ ପାଣି ବାଲ୍‌ତି ରଖିବା ଜରୁରୀ । ନିଆଁ ଲାଗିଲେ, ନିଆଁ ଲାଗିଥିବା ସ୍ଥାନରେ ପାଣି ପକାନ୍ତୁ। ଅଧିକ ଗୁରୁତର ହୋଇଥିଲେ ହସ୍ପିଟାଲ ଯାଆନ୍ତୁ। ଆଖିରେ ନିଆଁ ପଡିଲେ ତୁରନ୍ତ ପାଣି ଛିଟିକା ମାରନ୍ତୁ। ବାଣ ଫୁଟାଇବା ବେଳେ ଢିଲା ଓ ସୂତା ପୋଷାକ ପିନ୍ଧନ୍ତୁ। ନିଆଁ ଲାଗିଥିବା ସ୍ଥାନରେ କ୍ରିମ୍‌, ଅଏଣ୍ଟମେଣ୍ଟ କିମ୍ବା ତେଲ ଲଗାନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.