Below header

ସମୁଦ୍ର ଭିତରେ ଟାପୁ ଆଉ ଏହା ଭିତରେ ବିଶାଳକାୟ ଅଟାଳିକା, ଯାହାର ନା ହୁକିଟୋଲା

କେନ୍ଦ୍ରାପଡ଼ା(କେନ୍ୟୁଜ):  ସମୁଦ୍ର ଭିତରେ ଟାପୁ। ଟାପୁରେ ବିଶାଳ କାୟ ଅଟାଳିକା। ତାହା ପୁଣି ୧୮୬୫ ମସିହାରେ ନିର୍ମିତ ହୋଇଛି। ଶୁଣିବାକୁ ଆଶ୍ଚର୍ଯ୍ଯ ଲାଗିଲେ ବି କଥାଟି ସତ। ଏହାକୁ କିପରି କିଏ କେମିତି ନିର୍ମାଣ କରିଲେ, ଏବେ ଏହାର ଅବସ୍ଥା କଣ? ତେବେ ଏହି ଟାପୁର ନା ହୁକିଟୋଲା। ଏହା କେନ୍ଦ୍ରାପଡା ଜିଲ୍ଲାରେ ଅବସ୍ଥିତ।

ଏହି ବିଶାଳ ଅଟାଲିକା ଦେଖିଲେ, ମନ କୁ ଆପେ ଆପେ ଆସିଯାଉଥିବ, ଏହା କେଉଁ ରାଜାଙ୍କର ନଅର। ହେଲେ ତାହା ନୁହେଁ, ଏ ହେଉଛି, ଆମକୁ ଦୁଇଶହ ବର୍ଷ ରୁ ଉର୍ଦ୍ଧ ଶାସନ କରିଥିବା, ସେହି ଫିରିଙ୍ଗି ମାନକ ଦ୍ବାରା ନିର୍ମିତ ହୋଇଥିବା ଗୃହ। କେନ୍ଦ୍ରାପଡ଼ା ଜିଲ୍ଲାକୁ ଲାଗି ବଙ୍ଗୋବସାଗର ର ଏହା ଏକ ଦ୍ଵୀପ, ଯାହାର ନାଆଁ ହୁକିଟୋଲା।ସମୁଦ୍ର ପଥରେ ଦୁଇ ଘଣ୍ଟାର ଜଳଯାତ୍ରା କରିବା ପରେ ଆପଣ ମାନେ ଏହି ଦ୍ଵୀପରେ ପହଂଚି ପାରିବେ, ଓ ପ୍ରକୃତି ର ସୁନ୍ଦର ଲୋଭନୀୟ ଦୃଶ୍ୟକୁ ଉପଭୋଗ କରି ପାରିବେ।

ବ୍ରିଟିଶ ଶାସନ ସମୟରେ ନଅଙ୍କ ଦୃଭିକ୍ଷ ସମୟରେ ଜନସାଧାରଣଙ୍କୁ ଖାଦ୍ୟ ଯୋଗାଇବା ଓ ଅନ୍ୟାନ୍ୟ ସୁବିଧା ପାଇଁ ଏକ ଦ୍ଵୀପରେ ବ୍ରିଟିଶ ମାନେ ବିଶାଳ ଅଟାଳିକା ନିର୍ମିତ କରିଥିଲେ। ଏହା ୧୮୬୫-୬୬ ମଧ୍ୟରେ ନିର୍ମିତ ହୋଇଥିଲା। ତତ୍କାଳୀନ ଜଳସେଚନ ବିଭାଗ ମୁଖ୍ୟ ଯନ୍ତ୍ରୀ ହୋକି ୱାଲକରଙ୍କ ତତ୍ତ୍ଵାବଧାନରେ ଏହି ଗୃହ ନିର୍ମିତ ହୋଇଥିବାରୁ ଏହାର ନାମ ହୁକିଟୋଲା ରଖାଯାଇଛି। ଏହି ଅଟାଲିକ ୟୁରୋପୀୟ ରେନେସା ସ୍ଥାପତ୍ୟ ଶୈଳୀ ଭଳି ନିର୍ମିତ ହୋଇଛି। ଏଥିରେ ଛ ଗୋଟି ବଡ଼ ପ୍ରକୋଷ୍ଠ ଓ ତିନୋଟି ଛୋଟ୍ ପ୍ରକୋଷ୍ଠ ରହିଛି ।

boatକାନ୍ଥ ଗୁଡ଼ିକର ଓସାର ଦୁଇ ରୁ ତିନି ଫୁଟ ଚଉଡ଼ା ଅଟେ, ଏହା ୭୦୦୦ ବର୍ଗ ଫୁଟ ର ଅଟାଳିକା। କଟକ ର ବାରବାଟି ଦୁର୍ଗ ଓ ବାରଙ୍ଗର ଚୁଡ଼ଙ୍ଗଗଡ ରୁ ଶିଳା ଖଣ୍ଡ ଅଣାଯାଇ , ଘଣା ତିଆରି ଚୂନ ଦ୍ବାରା ନିର୍ମିତ ହୋଇଛି। ଏଥିରେ ଧଳା, ନୀଳ,କଳା ଓ ସବୁଜ ରଙ୍ଗର ଶିଳା ଖଣ୍ଡ ରହିଛି। ଚାରି ପଟେ ସମୁଦ୍ର ର ଲୁଣି ପାଣି ଘେରି ରହିଥିବାରୁ ,ବର୍ଷା ଜଳକୁ ସଂରକ୍ଷଣ କରିବା ପାଇଁ ଅଟାଳିକାର ତଳେ ଦୁଇଟି ୧୨ଫୁଟ ର ଟାଙ୍କି ରହିଛି। ଛାତ୍ ର ପାଣିକୁ ପାଇପ ଯୋଗେ ଆଣି ଏହି ତାଙ୍କି ରେ ରଖାଯାଏ। ଏହାର ଛାତ ଓ ପାହାଚ ରେ କଡି ଇଟା,ଲୁହା ଓ କାଠ ବ୍ଯବହାର କରାଯାଇଛି। ବର୍ଷା ଦିନକୁ ଛାଡ଼ିଲେ, ଅନ୍ୟ ସମୟରେ ଏହି ସ୍ଥାନକୁ ଦେଖିବା ପାଇଁ ଅନେକ ପର୍ଯ୍ଯଟକ ଆସିଥାନ୍ତି।

ସମୁଦ୍ର ଭିତରେ ଏହି ଟାପୁ ଭିତରେ ରହିଛି ବିଶାଳ ଆଟାଳିକା। ଏହି ଗୃହ କୁ ଘେରି ରହିଛି ଅନେକ ପ୍ରକାରର ହେନ୍ତାଳ ବୃକ୍ଷ, ପଶୁ ପକ୍ଷୀ। ଏହି ଟାପୁ ଦେଇ ପ୍ରତିଦିନ ସହ ସହ ମତ୍ସ୍ୟଜୀବୀ ମାନେ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥାନ୍ତି। ଥରେ ସୁନ୍ଦର ଫୁଲ ପରି ଦିଶୁଥିବା ଏହି ଜେଲି ମାଛକୁ, ଯିଏ ଦେଖିବ ସିଏ ଘଡ଼ିଏ ଅଟକି ଯିବ। ୨୦୧୬ ମସିହା ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ,ଓଡ଼ିଶା ସରକାର ଙ୍କ ବନ୍ୟପ୍ରାଣୀ ବନଖଣ୍ଡଙ୍କ ଆମନ୍ତ୍ରଣ କ୍ରମେ ଏହି ଅଟାଳିକାର ସଂରକ୍ଷଣ ଦାୟିତ୍ଵ ଭାରତୀୟ କଳା ଓ ସାସ୍କୃତିକ ଏତିହ୍ୟ ନ୍ୟାସ କୁ ନ୍ୟସ୍ତ କରାଯାଇଥିଲା। ଆଈ .ସି.ଜେଡ.ଏମ.ପି. ସହଯୋଗରେ ଏହି ଅଟାଳିକାର ସଂରକ୍ଷଣ କରାଯାଇଛି। ଏହି ଅଟାଳିକା ର ସାମ୍ନାରେ ଏକ କୂଅ ରହିଛି। ସମୁଦ୍ର ପାଣି ଠାରୁ ମାତ୍ର ୧୦ ହାତ ଦୂର କିନ୍ତୁ ଏହା ମିଠା ପାଣି। ଏବେ ଏଠାରେ ବଣଭୋଜି ପାଇ ଛୋଟ ଛୋଟ ସେଡ ତିଆରି ହୋଇଛି। କିନ୍ତୁ କିଛି ଲୋକ ବଣ ଭୋଜି ପାଇ ଯିବା ବେଳେ ବୋଟରେ ଡିଜେ ସାଉଣ୍ଡ ବଜାଇ ଯାଉଛନ୍ତି। ନିଶା ପାନ କରୁଛନ୍ତି। ଯାହା ଜୀବଜନ୍ତୁ ଙ୍କୁ ଅସୁବିଧାରେ ପକାଉଥିବା ଖବର ମିଳିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.