୧୦ମ ପାସ୍‌ କରିଛନ୍ତି, ତେବେ ତୁରନ୍ତ CISF ପାଇଁ କରନ୍ତୁ ଆବେଦନ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସିଆଇଏସଏଫ(CISF) ପକ୍ଷରୁ ଖୁବଶୀଘ୍ର କନେଷ୍ଟବଳ/ଡ୍ରାଇଭର ଏବଂ କନେଷ୍ଟବଳ/ ଡ୍ରାଇଭର କମ୍‌ ପମ୍ପ ଅପରେଟର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ମୋଟ ୪୫୧ ପଦବରେ ଭର୍ତ୍ତି କରାଯିବ। ଆପଣ ଯଦି ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ସିଆଇଏସଏଫର ଅଫିସିଆଲ େଓ୍ଵବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ସିଆଇଏସଏଫର ଅଫିସିଆଲ େଓ୍ଵବସାଇଟ୍‌www.cisfrectt.in କୁ ଯାଇ ଅନଲାଇନ ମୋଡ ମାଧ୍ୟମରେ ଆପ୍ଲାଏ କରିପାରିବେ। ଅନ୍ୟ କୌଣସି ପ୍ରକାରରେ ଆବେଦନ ଗ୍ରହଣ କରାଯିବ ନାହିଁ ।

ଯେଉଁ ପ୍ରାର୍ଥୀ ସଫଳତା ଭାବେ ନିଜର ଆବେଦନ ଫର୍ମ ଜମା କରିବେ, ସେମାନଙ୍କୁ ଶାରୀରିକ ମାନକ ପରୀକ୍ଷା(PST) ଏବଂ ଶାରୀରିକ ଦକ୍ଷତା ପରୀକ୍ଷା (PET) ପରୀକ୍ଷା ଦେବା ହେବ। ଫାଇନାଲ ସିଲେକ୍ସନ ପରେ ଲିଖିତ ପରୀକ୍ଷାରେ ଯୋଗ୍ୟତା ଆଧାରରେ ନିଯୁକ୍ତି ମିଳିବ।

ପଦବୀ ବିବରଣୀ : ୪୫୧

କନେଷ୍ଟବଳ:

ଡ୍ରାଇଭର

ପମ୍ପ ଅପରେଟର :

ଶିକ୍ଷାଗତ ଯୋଗ୍ୟତା : ଏହିସବୁ ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ ୧୦ମ ପାସ୍‌ କରିଥିବା ଜରୁରୀ । ଏହାଛଡା ହେଭି ଭେଇକିଲ୍‌ ଚଲାଇବାର ୩ ବର୍ଷର ଅଭିଜ୍ଞତା ଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବର୍ଷ ୨୧ରୁ ୨୭ ବର୍ଷର ହେବା ଜରୁରୀ।

ଦରମା : ଚୟନ ହେବା ପ୍ରାର୍ଥୀଙ୍କୁ ମାସିକ ୨୧,୭୦୦ ଟଙ୍କାରୁ ୬୯,୧୦୦ ଟଙ୍କା ଦରମା ମିଳିବ ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ/ଓବିସି/EWS ପ୍ରାର୍ଥୀ ୧୦୦ ଟଙ୍କା ଆବେଦନ ଶୁଳ୍କ ଭରିବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀ କୌଣସି ଆବେଦନ ଶୁଳ୍କ ଭରିବେ ନାହିଁ ।

କେମିତି କରିବେ ଆବେଦନ :

– ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରଥମେ ଅଫିସିଆଲ େଓ୍ଵବସାଇଟ୍‌https://cisfrectt.in ଯାଆନ୍ତୁ ।

– ଏବେ ଆପଣଙ୍କ ସାମ୍ନାରେ ଲଗଇନ ବଟନ ମିଳିବ, ତା’ ଉପରେ କ୍ଲିକ କରନ୍ତୁ । ଏହା ପରେ ନ୍ୟୁ ରେଜିଷ୍ଟ୍ରେସନକୁ ଯାଇ ରେଜିଷ୍ଟ୍ରେସନ କରନ୍ତୁ ।

– ତା’ ପରେ ଲଗଇନ ପାର୍ଟକୁ ଯାଇ ଆପ୍ଲାଏ ପାର୍ଟରେ କ୍ଲିକ୍‌ କରନ୍ତୁ।

– ଏହାପରେ ଏକ ନୂଆ ପେଜ ଖୋଲିବ, ସେଠାରେ ରେଜିଷ୍ଟ୍ରେସନ ଆଇଡି ଏବଂ ପାସଓ୍ଵାର୍ଡ ସବମିଟ୍‌ କରନ୍ତୁ ।

– ଏହା ପରେ ପୁଣି ଏକ ନୂଆ ପେଜ ଖୋଲିବ। ସେଠାରେ ଆପଣCONSTABLE/DRIVER & DCPO – 2022 ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ।
– ଏବେ ଆପ୍ଲିକେସନ ଫର୍ମ ଭରିବା ପରେ ସମସ୍ତ ଡିଲେଟ୍ସ ଚେକ୍‌ କରିବା ପରେ ସବମିଟ୍‌ ଉପରେ କ୍ଲିକ କରନ୍ତୁ ।
– ଏହାପରେ ଫଟୋ ଏବଂ ସାଇନ୍‌ ଅପଲୋଡ କରନ୍ତୁ।

– ଆବେଦନ ଶୁଳ୍କ ଦିଅନ୍ତୁ ।

– ତା’ ପରେ ଏହାର ଏକ ପ୍ରିଣ୍ଟ ଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://skresult.com/wp-content/uploads/2023/01/CISF-Driver-Recruitment-2023.pdf

https://cisfrectt.in/index.php

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.