Below header

ଏହି ଦେଶର କମ୍ପାନୀ ମହିଳାମାନଙ୍କୁ ଚଷମା ଲଗାଇବାକୁ କଲା ବାରଣ, କାରଣ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

ସାଧାରଣତଃ ଲୋକେ ଅଫିସରେ କମ୍ପ୍ୟୁଟରର ଅତ୍ୟଧିକ ବ୍ୟବହାର ଯୋଗୁ ଖରାପ ପ୍ରଭାବ ଦୃଷ୍ଟିଶକ୍ତି ଉପରେ ପଡୁଛି। ଯେଉଁଥିପାଇଁ ଅନେକ ଲୋକ ଚଷମା ବ୍ୟବହାର କରିଥାନ୍ତି। ଏହାଛଡା କିଛି ଲୋକ ଷ୍ଟାଇଲ ପାଇଁ ମଧ୍ୟ ଚଷମା ପିନ୍ଧିବାକୁ ପସନ୍ଦ କରନ୍ତି। କିନ୍ତୁ ଦୁନିଆରେ ଏପରି ଏକ ଦେଶ ଅଛି, ଯେଉଁଠି କମ୍ପାନୀରେ ମହିଳାମାନେ ଚଷମା ପିନ୍ଧିବାକୁ ବାରଣ କରାଯାଇଛି। ଏହା ପଛରେ ମଧ୍ୟ ଅଦ୍ଭୁତ କାରଣ ରହିଛି।

japan

ରିପୋର୍ଟ ମୁତାବକ, ଜାପାନରେ କର୍ମସ୍ଥଳରେ କୌଣସି ମହିଳା କର୍ମଚାରୀ ଚଷମା ପିନ୍ଧିବାକୁ ବାରଣ କରାଯାଇଛି। କିନ୍ତୁ ପୁରୁଷ କର୍ମଚାରୀଙ୍କୁ ଏପରି କରିବାକୁ କୌଣସି ପ୍ରକାର ବାରଣ କରାଯାଇନାହିଁ। ଏଠିକାର ଏୟାରଲାଇନ୍ସ ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ଏପରି କେତେକ ସ୍ଥାନ ରହିଛି, ଯେଉଁଠି ମହିଳାମାନେ ଚଷମା ପିନ୍ଧି କାମ କରିବାକୁ ମନା କରାଯାଇଛି। ଏହାଛଡା ଜାପାନର ଏକ କମ୍ପାନୀ ମହିଳା କର୍ମଚାରୀମାନେ ମେକ୍‌ଅପ୍‌ କରି ହିଁ ଅଫିସ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା କମ୍ପାନୀର ମହିଳାମାନେ ନିଜର ଓଜନ କମ୍‌ କଲେ ହିଁ ଅଫିସ ଆସିପାରିବେ ବୋଲି କହିଛନ୍ତି। ଏହା ପଛର ଅଦ୍ଭୁତ କାରଣ ରହିଛି।

ଏହାସହ ପଢ଼ନ୍ତୁ ; ନିୟମିତ ଟ୍ରାଫିକ୍‌ ଜାମ୍‌ରେ ଫସି ବିରକ୍ତି ହୋଇଯାଉଥିଲେ ଯୁବକ, ଏବେ ପ୍ରସ୍ତୁତ କରୁଛନ୍ତି ନିଜର ହେଲିକପ୍ଟର

glass

ସୂଚନାଯୋଗ୍ୟ, କମ୍ପାନୀର ମହିଳାମାନେ ଯଦି କାର୍ଯ୍ୟସ୍ଥଳକୁ ଚଷମା ଲଗାଇ ଆସନ୍ତି ତେବେ ସେମାନଙ୍କର ସୁନ୍ଦରତା ଉପରେ ପ୍ରଭାବ ପଡିଥାଏ, ଯାହାଦ୍ୱାରା କମ୍ପାନୀର କ୍ଲାଇଣ୍ଟ (ଗ୍ରାହକ)ଙ୍କ ଉପରେ ଖରାପ ପ୍ରଭାବ ପଡିବ। ଏହା ଯୋଗୁଁ କାରବାର ମଧ୍ୟ ପ୍ରଭାବିତ ହେବ। କମ୍ପାନୀର ଏପରି ଅଦ୍ଭୁତ ନିୟମକୁ ମହିଳାମାନେ ବିରୋଧ କରିଥିଲେ। ଟ୍ଵିଟରରେ ମହିଳାମାନେ ଚଷମା ପିନ୍ଧି ଫଟୋ ସେୟାର କରିଥିଲେ।

high

ଜାପାନ ପ୍ରଥମ ଥର ପାଇଁ ଏପରି ନିୟମ ନୁହେଁ ବରଂ ପୂର୍ବରୁ ଅନେକ ଅଦ୍ଭୁତ ନିୟମ ଲାଗୁକରିସାରିଛି। ଏହା ପୂର୍ବରୁ ଏଠିକାର ଅନେକ କମ୍ପାନୀ ମହିଳା କର୍ମଚାରୀମାନେ ଅଫିସ ହାଇହିଲ୍‌ ପିନ୍ଧି ଆସିବେ ବୋଲି ବାଧ୍ୟତାମୂଳକ ନିୟମ କରିଥିଲା। ଏହାକୁ ନେଇ ମହିଳାମାନେ ବିରୋଧ କରିବାରୁ ଜାପାନର ଶ୍ରମ ମନ୍ତ୍ରଣାଳୟ ଏହି ସବୁ ନିୟମ ଉପରେ ରୋକ୍‌ ଲଗାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.