ବାତ୍ୟା ବୁଲବୁଲ ଓ ବର୍ଷାରେ ରାଜ୍ୟରେ ୩ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ, ୫ ହଜାର ୫୦୦ ଘର ପ୍ରଭାବିତ

ଭୁବନେଶ୍ବର:ବାତ୍ୟା ବୁଲବୁଲ ଓ ବର୍ଷାରେ ରାଜ୍ୟରେ କ୍ଷତିଗ୍ରସ୍ତ ହୋଇଛି ୩ଲକ୍ଷ ହେକ୍ଟର ଚାଷଜମି। ୫ ହଜାର ୫୦୦ ଘର ପ୍ରଭାବିତ ହୋଇଛି । ସେହିପରି ୧୬ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି । ଏ ଯାଏଁ ୧୫ ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଯୋଗାଣ ସରିଥିବା ବେଳେ କାଲି ସୁଦ୍ଧା ଆଉ ୭୦ ହଜାର ଉପଭୋକ୍ତା ଓ ମଙ୍ଗଳବାର ସୁଦ୍ଧା ଅନ୍ୟ ୩୦ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି  ସ୍ୱତନ୍ତ୍ର ରିଲିଫ କମିସନର ।

bulbulବିଦ୍ୟୁତ୍‌ ସମସ୍ୟା ଉପୁଜିଥିବା ଜାଗାରେ ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯାଉଛି । ରାଜନଗର, ରାଜକନିକା, ଭଦ୍ରକର କିଛି ଅଂଶ ଜଳମଗ୍ନ ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ୮୬୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ୩୦ ଜଣଙ୍କୁ ଛାଡ଼ି ସମସ୍ତେ ଘରକୁ ଫେରିିଛନ୍ତି । ବାତ୍ୟାରେ ୧୫ ପଶୁ ଓ ୫୦ ପକ୍ଷୀଙ୍କ ମୃତ୍ୟୁ ହୋଇଛି । ବାତ୍ୟା ବୁଲବୁଲ ଓ ବର୍ଷାରେ କଣ କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ। ଏ ନେଇ ୭ ଦିନ ଭିତରେ ରିପୋର୍ଟ ଦେବାକୁ ପ୍ରଭାବିତ ଜିଲ୍ଲାପାଳଙ୍କୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.