ଭୁଲ୍‌ ପ୍ୟାନ୍‌ ନମ୍ବର ଦେଲେ ଭରିବାକୁ ପଡ଼ିବ ୧୦ ହଜାର ଜରିମାନା, ଦୁଇଟି କାର୍ଡ ଥିଲେ ଲାଗିବ ଭାରି ପେନାଲ୍ଟି, ଜାଣନ୍ତୁ ନିୟମ

ଯେତେବେଳେ ଆପଣ କୌଣସି ଫର୍ମ ଭରୁଥିବେ ଏବଂ ଏଥିରେ ଆପଣଙ୍କ ପ୍ୟାନ୍‌ ନମ୍ବର ମଗାଯାଇଥିବ, ତା’ହେଲେ ସାବଧାନତାର ସହ ପ୍ୟାନ୍‌ ନମ୍ବର ଦିଅନ୍ତୁ। କାହିଁକି ନା, ଯଦି ଆପଣ ଭୁଲ୍‌ ନମ୍ବର ଦେବେ, ତେବେ ଆପଣଙ୍କ ଉପରେ ଲାଗିପାରିବ ୧୦,୦୦୦ ଟଙ୍କା ଜରିମାନା। ଆୟକର ଅଧିନିୟମ ୧୯୬୧ର ଧାରା ୨୭୨ବି ଅନୁସାରେ, ଭୁଲ୍‌ ପ୍ୟାନ୍‌ ନମ୍ବର ଦେଲେ ଆୟକର ବିଭାଗ ୧୦,୦୦୦ ଟଙ୍କା ଜରିମାନା ଲଗାଇ ପାରିବ। ଯେତେବେଳେ ଆପଣ ନିଜ ଆୟକର ରିଟର୍ନ ଦାଖଲ କରୁଥିବେ କିମ୍ବା ଅନ୍ୟ ମାମଲାରେ ନିଜ ପ୍ୟାନ୍‌ ଡିଟେଲ୍‌ ଦେଉଥିବେ, ଏହି ନିୟମ ସେତେବେଳେ ଲାଗୁ ହେବ।

ଏହାସହ ପଢ଼ନ୍ତୁ: ଗୋଟିଏରୁ ଅଧିକ ବ୍ୟାଙ୍କରେ ଖାତା ଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍‌ ଭୋଗିବାକୁ ପଡିପାରେ ଅନେକ ସମସ୍ୟା

ଆୟକର ବିଭାଗ ପାଖରେ ଅତି କମ୍‌ରେ ଏହିଭଳି ୨୦ଟି ମାମଲାର ଲିଷ୍ଟ୍‍ ରହିଛି, ଯେଉଁଠି ପ୍ୟାନ୍‌ ନମ୍ବର ଦେବା ବାଧ୍ୟତାମୂଳକ। ନୂଆକରି ବ୍ୟାଙ୍କ ଖାତା ଖୋଲୁଥିଲେ, ଗାଡ଼ି କିଣିବା ଅଥବା ବିକିବା, ମିଚ୍ୟୁଆଲ୍‌ ଫଣ୍ଡ କିଣିବା, ଶେୟାର୍ସ, ଡିବେଞ୍ଚର୍ସ, ବଣ୍ଡସ୍‌ ଆଦି କିଣିବା କ୍ଷେତ୍ରରେ ପ୍ୟାନ୍‌ ନମ୍ବର ଦେବା ଅନିବାର୍ଯ୍ୟ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଥରେ ପ୍ୟାନ୍‌ କାର୍ଡ ମିଳିଲେ, ଏହାକୁ ଆପଣ ଦୁଇଥର ଆବେଦନ କରିପାରିବେ ନାହିଁ। କାରଣ, ପ୍ୟାନ୍‌ କାର୍ଡ ମାତ୍ର ଥରେ ତିଆରି ହୋଇଥାଏ। ଆଉ ଏହା ଜୀବନସାରା ପାଇଁ ବୈଧ ରହିଥାଏ।

ଏହାସହ ପଢ଼ନ୍ତୁ: ଭୁଲରେ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି କି? ତେବେ ଜାଣନ୍ତୁ ଫେରି ପାଇବାର ଉପାୟ

PAN1

ବ୍ୟାଙ୍କଗୁଡ଼ିକ ସାଧାରଣତଃ ଆପଣଙ୍କୁ ଆପଣଙ୍କ ପ୍ୟାନ୍‌ କାର୍ଡର ଫଟୋକପି ଦେବା ପାଇଁ କହିଥାଆନ୍ତି। ଏମିତି କରିବା ଠିକ୍‌। କାରଣ, ଯଦି ଆପଣ ଫର୍ମରେ ଅନିଚ୍ଛାକୃତ ଭାବେ ଭୁଲ୍‌ ନମ୍ବର ଦେଇଦେଉଛନ୍ତି, ତା’ହେଲେ ବ୍ୟାଙ୍କ ସବୁବେଳେ ଫଟୋକପି ସହିତ ଏହାକୁ ଯାଞ୍ଚ କରିପାରିବ। ଯଦି ଆପଣଙ୍କ ପ୍ୟାନ୍‌ ନମ୍ବର ମନେ ନାହିଁ, ତା’ହେଲେ ଆଧାର କାର୍ଡ ନମ୍ବର ମଧ୍ୟ ଦେଇପାରିବେ। କାରଣ, ଦୁଇଟିଯାକ ଡକ୍ୟୁମେଣ୍ଟ ବହୁତ ଜରୁରୀ। ଯଦି ଆପଣ ପ୍ୟାନ୍‌ ବଦଳରେ ଭୁଲ୍‌ ଆଧାର ନମ୍ବର ଦେଇଦେଇଛନ୍ତି, ତା’ହେଲେ ମଧ୍ୟ ଆପଣଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା ଲାଗିପାରିବ। ଏହାଛଡ଼ା ଲେଣଦେଣରେ ପ୍ୟାନ୍‌ କିମ୍ବା ଆଧାର ନମ୍ବର ଉଲ୍ଲେଖ ନ କଲେ ମଧ୍ୟ ଜରିମାନା ଲାଗିବ।

ଏହାସହ ପଢ଼ନ୍ତୁ: ଏବେ ଗୋଟେ ମିନିଟ୍‌ ରେ ହୋଇପାରିବ ପାନକାର୍ଡ, କିଛି ଦିନ ଭିତରେ ଇନକମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ଲାଗୁ ହେବ…

ଦୁଇଟି ପ୍ୟାନ୍‌ କାର୍ଡ ଥିଲେ କ’ଣ ହେବ

କୌଣସି ବି ବ୍ୟକ୍ତିଙ୍କୁ ୧ରୁ ଅଧିକ ପ୍ୟାନ୍‌ କାର୍ଡ ରଖିବାର ଅନୁମତି ନାହିଁ। ଆୟକର ଅଧିନିୟମ ୧୯୬୧ର ଧାରା ୨୭୨ ବି ଅନୁସାରେ, ଦୁଇଟି ପ୍ୟାନ୍‌ କାର୍ଡ ଥିଲେ ଆପଣଙ୍କୁ ୧୦,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଯଦି ଆପଣଙ୍କ ପାଖରେ ଦୁଇଟି ପ୍ୟାନ୍‌ କାର୍ଡ ଅଛି, ତା’ହେଲେ ତୁରନ୍ତ କୌଣସି ଗୋଟିଏକୁ ଫେରେଇ ଦିଅନ୍ତୁ। ଯଦି ପ୍ୟାନ୍‌ ଅଧାର ସହ ଲିଙ୍କ୍‌ ନାହିଁ, ତେବେ ତାହାକୁ ୩୧ ଡିସେମ୍ବର ପରେ ଆୟକର ବିଭାଗ ଦ୍ୱାରା ଅବୈଧ ଘୋଷଣା କରାଯିବାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.