ମାନବ ସେବା ହିଁ ମାଧବ ସେବା: ନୀଳଗିରି ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁରଜ, ରୋଗୀଙ୍କୁ ମାଗଣାରେ ଯୋଗାଇ ଦିଅନ୍ତି ସେବା

ବାଲେଶ୍ୱର: ମାନବ ସେବା ହିଁ ମାଧବ ସେବା। ଏହାକୁ ଜୀବନର ମୂଳ ମନ୍ତ୍ର ଭାବେ ଧରି ନେଇଛନ୍ତି ଡାକ୍ତର ସୁରଜ। ବାଲେଶ୍ୱର ନୀଳଗିରି ବ୍ଲକ ବରହମପୁର ସିଏଚ୍‌ସିର ଡାକ୍ତର ସୁରଜ ଜେନା। ଛୁଟି ଦିନ ଓ ଫୁରସତ ସମୟରେ ନିଜର ବ୍ୟାଗ ଧରି ବାହାରି ପଡନ୍ତି ଉପାନ୍ତ ଅଞ୍ଚଳକୁ। ଗରିବ ରୋଗୀଙ୍କ ପରୀକ୍ଷା ନୀରିକ୍ଷା କରିବା ସହ ଔଷଧ ଦେଇଥାନ୍ତି। ଏପରିକି କାହା ପାଖରେ ପଇସା ନଥିଲେ ସେମାନଙ୍କୁ ନିଜେ ଔଷଧ ଯୋଗାଇ ଦେଇଥାନ୍ତି। ଯେଉଁ ଗାଁରେ ରୋଗୀମାନେ ହସ୍‌ପିଟାଲକୁ ଆସିପାରନ୍ତିନି ସେଠାରେ ବିଶେଷ ଭାବେ ସେବା ଯୋଗାଇ ଦେବାକୁ ପସନ୍ଦ କରନ୍ତି ଡାକ୍ତର ସୁରଜ। ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ବ୍ରଜକିଶରୋ ଜେନା ସୁପ୍ରଭାଙ୍କର ସାନ ପୁଅ ସୁରଜ। ୨୦୦୯ ଜାନୁୟାରୀ ୯ ତାରିଖରେ ସେ ବରହମପୁର ମେଡିକାଲରୁ ନିଜର ଡାକ୍ତରୀ ଜୀବନ ଆରମ୍ଭ କରିଥିଲେ। ଯୁବ ଡାକ୍ତରଙ୍କ ଏଭଳି ଉଦ୍ୟମକୁ ଲୋକମାନେ ବେଶ୍‌ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.