Below header

ଏପରି ଏକ ଦେଶ, ଯେଉଁଠାରେ ଟ୍ରେନ ଚଲାଇବା ଠାରୁ ଟିକେଟ କାଟିବା କାମ କରୁଛନ୍ତି ପିଲା

ସମସ୍ତ ଦେଶରେ ଯାତାୟାତ କରିବା ପାଇଁ ରେଲୱେ ସବୁଠାରୁ ସୁଗମ ଏବଂ ମହତ୍ତ୍ୱପୂର୍ଣ୍ଣ ସାଧନ। ରେଳବାଇରେ ଚାକିରି କରିବା ପାଇଁ ମଧ୍ୟ ବିଭିନ୍ନ ପରୀକ୍ଷା ଦେବା ସହ ବୟସ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଥାଏ। କିନ୍ତୁ ଏପରି ଏକ ଦେଶ ରହିଛି, ଯେଉଁଠାରେ ସମଗ୍ର ରେଳବାଇର ଦାୟିତ୍ୱ ପିଲାମାନଙ୍କ ଉପରେ ରହିଛି। ପିଲା ସେଠାରେ ଟ୍ରେନ ଚଲାଇବା ସହ ବିଭିନ୍ନ କାମ ମଧ୍ୟ କରୁଛନ୍ତି।

7

ୟୁରୋପର ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟର ପାହାଡ ଅଞ୍ଚଳରେ ଜଙ୍ଗଲ ମଧ୍ୟରେ ଏକ ରେଲୱେ ଷ୍ଟେସନ ରହିଛି। ଏହି ଷ୍ଟେସନଟି ଉଡଲ୍ୟାଣ୍ଡ ଜଙ୍ଗଲ ମଧ୍ୟରେ ରହିଛି। କିନ୍ତୁ ଏହି ରେଲୱେ ଷ୍ଟେସନର ନିଜର ଏକ ସ୍ୱତନ୍ତ୍ରତା ରହିଛି। ଏହି ଷ୍ଟେସନର ସମସ୍ତ ଦାୟିତ୍ୱ ପିଲାମାନଙ୍କ ଉପରେ ରହିଛି।
ଏଠାରେ ରେଲୱେ ଟିକେଟ କାର୍ଯ୍ୟାଳୟ, ଡିଜେଲ ଇଞ୍ଜିନ, ସିଗନାଲ ଗାର୍ଡ ଏବଂ ଏକ ସମୟ ସାରଣୀ ରହିଛି।

65

ଏଠାରେ ପିଲାମାନେ ଟ୍ରେନର ଦେଖାରେଖା କରିବା ସହ ଷ୍ଟେସନରୁ ଟ୍ରେନ ଛାଡିବା ବେଳେ ସଲାମ କରନ୍ତି। ସବୁଠାରୁ ଖାସ୍‌ କଥା ହେଲା, ପିଲାମାନଙ୍କୁ ଏହି ସବୁ କାମ କରିବାରେ ବହୁତ ମଜା ଆସିଥାଏ। ଏହି ଟ୍ରାମ ଲାଇନ ଦୁନିଆର ସବୁଠାରୁ ଦ୍ରୁତ ଏବଂ ପୁରୁଣା ଟ୍ରାମ ଲାଇନ। ଯାହାକୁ ପିଲାମାନେ ନିୟନ୍ତ୍ରଣ କରନ୍ତି। ଏହି ଟ୍ରେନ ପୁରାତନ କାଳର ସାମ୍ୟବାଦ ଦିନର ସ୍ମୃତିକୁ ମନେ ପକାଇଦିଏ। ସେତେବେଳେ ପିଲାମାନଙ୍କୁ ଏକାଠି କାମ କରିବା ସହ ଦାୟିତ୍ୱବାନ ହେବା ପାଇଁ ପାୟନିୟର ରେଲୱେ ଆରମ୍ଭ କରାଯାଇଥିଲା । ସେବେଠୋରୁ ପିଲାମାନେ ଏଠାରେ ଏହି କାମ କରୁଛନ୍ତି।

87

କିନ୍ତୁ ଏବେ ଏହି କ୍ଷେତ୍ରରେ କିଛି ପରିବର୍ତ୍ତନ ଦେଖାଦେଇଛି। ଏବେ କମ୍ୟୁନିଷ୍ଟ ସିଦ୍ଧାନ୍ତ ବିନା ରେଲୱେ ନିଜକୁ ଗାଇମେକ୍ୱାସ କିମ୍ବା ଚିଲଡ୍ରେନସ ରେଲେଓ୍ଵ ଭାବେ ଜଣାଶୁଣା। ଏଠିକାର ସ୍ଥାନୀୟ ପିଲାମାନେ ୧୫ ଦିନରେ ଗୋଟେ ଦିନ ରେଲୱେରେ କାମ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.