Below header

ହାର୍ଲି-ଡେଭିଡସନ୍ ବାଇକରେ ଘରେ ଘରେ ବୁଲି କ୍ଷୀର ବିକ୍ରି କରୁଛନ୍ତି ଯୁବକ, ଭାଇରାଲ୍ ହେଉଛି ଭିଡିଓ

କେନ୍ୟୁଜ୍: ଏଦୁନିଆରେ ପ୍ରତିଦିନ ବଞ୍ଚିବାକୁ ଲୋକେ ସଂଘର୍ଷ କରିଥାନ୍ତି। ସବୁ ଲୋକ ନିଜ ଜୀବନରେ କିଛି ଇଚ୍ଛା ଏବଂ ସ୍ୱପ୍ନ ନେଇ ଆଗକୁ ବଢିଥାନ୍ତି। ସ୍ୱପ୍ନକୁ ପୂରା କରିବାକୁ ପରିଶ୍ରମ ମଧ୍ଯ କରିଥାନ୍ତି। ତେବେ ସବୁ ଲୋକଙ୍କର ନିଜର ଖାସ୍‌ ଓ୍ଵିସଲିଷ୍ଟ ରହିଥାଏ । ସମସ୍ତେ ଚାହାଁନ୍ତି ଭଲ ଖାଇ,ପିଇ,ଏୟସ୍ ଆଜାଦରେ ଜୀବନ କାଟିବାକୁ। ତେବେ ନିଜ ବୃତ୍ତିକୁ ଆଖିରେ ରଖି କେତେଜଣ ନିଜର ସଉକକୁ ପୁରା କରିବାରେ ସଫଳ ହୁଏନ୍ତି ତ, ଆଉ କେତେଜଣ ବିଫଳ।

ତେବେ ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ଆପଣ ତାଜୁବ୍ ହୋଇଯିବେ। ଆମେ ସକାଳ ଏବଂ ସନ୍ଧ୍ୟା ସମୟରେ ଆପଣ ରାସ୍ତାରେ ଗାଡିରେ ନିଜ ବଡ ବଡ ଡବା ଧରି ଯାଉଥିବା କିଛି କ୍ଷୀର ବିକାଳିଙ୍କୁ ନିହାତୀ ଦେଖିଛେ। ସମଗ୍ର ଭାରତରେ ଏହି ଦୃଶ୍ୟ ଦେଖିବାକୁ ମିଳେ । ଏମାନଙ୍କ ଭିତରୁ କିଏ ନିଜ ସାଇକେଲ ତ କିଏ ନିଜର ମୋଟରସାଇକେଲରେ ବଡ ବଡ କ୍ଷୀର ପାତ୍ର ବାନ୍ଧି ବିକ୍ରି କରିବାକୁ ଯାଇଥାନ୍ତି। ପ୍ରାୟତଃ ଗାଡି କିମ୍ବା ସାଇକେଲ ଗୁଡିକ ଦେଖିବାକୁ ଅତି ପୁରୁଣା ଭଳି ଦିଶୁଥାଏ।

 

View this post on Instagram

 

A post shared by Amit Bhadana (@amit_bhadana_3000)

ତେବେ ଜଣେ ଦୁଗ୍ଧ ଚାଷୀ ଏକ ବହୁମୂଲ୍ୟ ଗାଡିରେ କ୍ଷୀର ବିକ୍ରି କରିବାକୁ ଯାଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଦୁଗ୍ଧ ଚାଷୀ ଜଣକ ହାର୍ଲି-ଡେଭିଡସନ ବାଇକରେ ସହରରେ ଗଳି କନ୍ଦି ବୁଲି କ୍ଷୀର ବିକ୍ରି କରୁଥିବା ଦେଖାଯାଇଛି । ଏହି ହାର୍ଲି-ଡେଭିଡସନ ବାଇକର ମୂଲ୍ଯ ପାଖାପାଖି ୩ଲକ୍ଷ ଟଙ୍କା ହେବ ।

ଏହି କ୍ଲିପ୍ ଟିକୁ ଇନଷ୍ଟାଗ୍ରାମରେ ଅମିତ ଭଦାନା ନାମକ ଜଣେ ୟୁଜର୍ସ ସେୟାର କରିଛନ୍ତି। ଭିଡିଓଟି କେଉଁଠୁ ଆସିଛି ତାହା ଜାଣାପଡିନାହିଁ । ଏହି ହାର୍ଲି-ଡେଭିଡସନ ଗାଡିର
ପ୍ଲେଟ ଯଦିଓ ଅଛି କିନ୍ତି,କିନ୍ତୁ ରେଜିଷ୍ଟ୍ରେସନ ନମ୍ବର ପରିବର୍ତ୍ତେ ଏଥିରେ ଗୁଜରର ଲେଖାଯାଇଛି। ତେବେ ଏହି ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅନେକ କମେଣ୍ଟ ବକ୍ସରେ ନିଜର ମତାମତ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଲେଖିଛନ୍ତି, “ସାଧାରଣ ଲୋକ ବାଇକ୍ କିଣିବା ପୂର୍ବରୁ ଶହେ ଥର ଭାବନ୍ତି। କିନ୍ତୁ ଏହି ଦୁଗ୍ଧ ଚାଷୀ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଏକ ବାଇକ୍ ବ୍ୟବହାର କରୁଛନ୍ତି। ” ଆଉ ଜଣେ କମେଣ୍ଟରେ ପ୍ରଶ୍ନ କରିଛନ୍ତି, ସଠିକ୍ ନମ୍ବର ପ୍ଲେଟ୍ ବିନା ସର୍ବସାଧାରଣ ରାସ୍ତାରେ କିପରି ଏହି ଗାଡି ଚଳାବାକୁ ଅନୁମତି ଦିଆଯାଇଛି?

ଏମିତି ଅନେକ ଭିଡିଓ ଇଣ୍ଟରନେଟ୍ ରେ ପରିପୂର୍ଣ୍ଣ। ସେମାନଙ୍କ ମଧ୍ୟରୁ ଏହି ଭିଡିଓ ଟିକେ ଭିନ୍ନ ଲାଗୁଛି । ‘ଯେତେବେଳେ ନିଜର ଆଗ୍ରହକୁ ବୃତ୍ତି ପୂରଣ କରେ’ସେତେବେଳେ ସାଧାରଣ ମଣିଷଟିଏ ବି ଅସାଧାରଣ କାମ କରିଦେଖାଥାଏ। ଯାହା ଏହି ଭିଡିଓରୁ ଜଣାପଡିଛି। ବୃତ୍ତି କେବେ ଛୋଟ କି ବଡ ହୋଇନଥାଏ। ବୃତ୍ତି, ବୃତ୍ତି ହୋଇଥାଏ। ଯେଉଁଥିରୁ ପରିବାର ପ୍ରତିପୋଷଣ ହୁଏ, ଯେଉଁଥିରୁ ପେଟକୁ ଦାନା ମିଳେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.