Below header

ସକଳ ଶକ୍ତିର ଆଧାର ସୂର୍ଯ୍ୟ, ଜାଣନ୍ତୁ କିଛି ଜାଣିବା କଥା

କୁହାଯାଏ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ସୂର୍ଯ୍ୟ ନଥିଲେ ପୃଥିବୀରେ ଜୀବ ବଞ୍ଚିବା ଅସମ୍ଭବ । ଆଉ ପୌରାଣିକ ମତରେ ସୂର୍ଯ୍ୟ ହେଉଛନ୍ତି ଗ୍ରହଙ୍କ ରାଜା । ତେବେ ଏହି ସୂର୍ଯ୍ୟଙ୍କ ବିଷୟରେ ଆସନ୍ତୁ ଜାଣିବା କିଛି ରହସ୍ୟମୟ ଓ ଅଜଣା କଥା ।

ବୈଜ୍ଞାନିକଙ୍କ ଅନୁସାରେ ସୂର୍ଯ୍ୟର ବୟସ ୪.୬ ବିଲିୟନ୍‌ ବର୍ଷ । ଏଥିରେ ଥିବା ହାଇଡ୍ରୋଜେନ୍‌ ଶେଷ ହେବାକୁ ଆହୁରି ୫ ବିଲିୟନ୍‌ ବର୍ଷ ଲାଗିଯିବ । ଏହି ହାଇଡ୍ରୋଜନ୍‌ ଯୋଗୁଁ ହିଁ ସୂର୍ଯ୍ୟ ଆମକୁ କିରଣ ଦେଉଛି । ସୂର୍ଯ୍ୟ ହେଉଛି ଏକ ଗ୍ୟାସ୍‌ ପିଣ୍ଡ । ଏଥିରେ ୭୨ ପ୍ରତିଶତ ହାଇଡ୍ରୋଜେନ୍‌ ରହିଛି । ପୁଣି ୨୬ ପ୍ରତିଶିତ ହିଲିୟମ୍‌ ଏବଂ ୨ ପ୍ରତିଶତ ଅଙ୍ଗାରକାମ୍ଳ ଓ ଅକ୍ସିଜେନ୍‌ ରହିଛି ।

ସୂର୍ଯ୍ୟର ଭିତର ଭାଗର ତାପମାତ୍ରା ୧୪,୯୯୯,୭୨୬ ଡିଗ୍ରୀ ସେଲସିୟସ୍‌ ଏବଂ ଉପର ଭାଗର ତାପମାତ୍ରା ୫୫୦୭ ସେଣ୍ଟିଗ୍ରେଡ୍‌ । ସୂର୍ଯ୍ୟ କିରଣ ପୃଥିବୀରେ ପହଞ୍ଚିବା ଲାଗି ୪୯୯ ସେକେଣ୍ଡ ବା ୮.୩ ମିନିଟ୍‌ ସମୟ ଲାଗେ । ନିଜ କକ୍ଷ ପଥର ୨୦ ଲକ୍ଷ ୨୨ ହଜାର କିଲୋମିଟର ମଧ୍ୟରେ ଯେକୌଣସି ଜିନିଷକୁ ସୂର୍ଯ୍ୟ ନିଜ ତରଫକୁ ଟାଣି ଆଣି ପାରେ । ଯାହାଫଳରେ ପୃଥିବୀ ଭଳି ଅନ୍ୟ ଗ୍ରହଗୁଡ଼ିକ ସୂର୍ଯ୍ୟ ଚାରିପଟେ ଘୂରୁଛନ୍ତି ।

SUN-2ଯେଉଁ ମଣିଷର ଓଜନ ପୃଥିବୀରେ ୧ କିଲୋ ତାର ଓଜନ ସୂର୍ଯ୍ୟରେ ହେବ ୨୭ କିଲୋ । ଅର୍ଥାତ୍‌ ୨୭ ଗୁଣ ଅଧିକ । ସୂର୍ଯ୍ୟ ହେଉଛି ପୃଥିବୀ ଠାରୁ ୧୦୯ ଗୁଣ ବଡ଼ । ଆକାଶରେ ଲକ୍ଷ ଲକ୍ଷ ତାରା ଅଛନ୍ତି । ପ୍ରକୃତରେ ସେମାନେ ଅନେକ ଦୂରରେ ଥିବାରୁ ଆମକୁ ଅତି ଛୋଟ ଦେଖାଯାଆନ୍ତି । ସେଥିରେ ସୂର୍ଯ୍ୟଙ୍କ ଠାରୁ ଆହୁରି ଅଧିକ ତେଜବାନ୍‌ ତାରା ମଧ୍ୟ ରହିଛନ୍ତି । ସୂର୍ଯ୍ୟ ଆମର ନିକଟତର ବୋଲି ଆମେ ତାର ଆଲୋକ ପାଇ ପାରୁଛୁ । ପୃଥିବୀ ସୂର୍ଯ୍ୟ ଠାରୁ ୧୪ କୋଟି ୯୬ ଲକ୍ଷ କିଲୋମିଟର ଦୂରରେ ରହିଛି ।

ଯଦି ସୂର୍ଯ୍ୟର ଗୋଟିଏ ଘଣ୍ଟାର ଶକ୍ତିକୁ ସୌରଶକ୍ତିରେ ପରିବର୍ତ୍ତିତ କରାଯାଏ ତେବେ ଏହା ସାରା ବିଶ୍ୱ ପାଇଁ ଗୋଟିଏ ବର୍ଷ ନିମେନ୍ତ ବିଦ୍ୟୁତ୍‌ ଶକ୍ତି ଯୋଗାଇ ପାରିବ ।

SUN-4ସୂର୍ଯ୍ୟ ଚାରିପଟେ ଘୂରିବାକୁ ପୃଥିବୀକୁ ୩୬୫ ଦିନ ଲାଗେ । ଯାହାକୁ ଆମେ ଗୋଟିଏ ବର୍ଷ ଭାବେ ଗ୍ରହଣ କରିଛୁ । ସେହିପରି ପୃଥିବୀ ନିଜ ଚାରିପଟେ ଘୂରିବାକୁ ୨୪ ଘଣ୍ଟା ସମୟ ନିଏ । ଯାହା ଆମର ଗୋଟିଏ ଦିନ ଭାବେ ପରିଗଣିତ ହେଉଛି । ତେବେ ସୂର୍ଯ୍ୟ ନିଜ ଚାରିପଟେ ଘୂରିବାକୁ ୨୫ ଦିନ ସମୟ ନେଇଥାଏ ।

ଏପର୍ଯ୍ୟନ୍ତ ସୂର୍ଯ୍ୟ ଆକାଶଗଙ୍ଗାକୁ ୨୦ ଥର ପରିକ୍ରମା କରି ସାରିଲାଣି । ଗୋଟିଏ ଥର ପରିକ୍ରମା କରିବାକୁ ଏହାକୁ ୨୫୦୦ ଲକ୍ଷ ବର୍ଷ ଲାଗିଥାଏ । ଯଦି ସୂର୍ଯ୍ୟର କିରଣ ପୃଥିବୀ ଉପରେ ପଡ଼ିବ ନାହିଁ ତେବେ ଏହା ବରଫ ଚାଦରରେ ଘୋଡ଼ାଇ ହୋଇଯିବ । ଆଜି ନହେଲେ ବି କାଲି ସୂର୍ଯ୍ୟର ଶକ୍ତି ଶେଷ ହୋଇଯିବ ଆଉ ଏହି ଘଟଣା ପୃଥିବୀକୁ ବି ନିଶ୍ଚିହ୍ନ କରି ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.