Below header

କେବେ ପଡୁଛି ଜ୍ଯେଷ୍ଠ ପୂର୍ଣ୍ଣିମା ? ଜାଣନ୍ତୁ ଶୁଭ ମୂହୁର୍ତ୍ତ ଏବଂ ମହତ୍ତ୍ବ

ପ୍ରତ୍ଯେକ ମାସରେ ଥରେ ପୂର୍ଣ୍ଣିମା ନିଶ୍ଚିତ ପଡିଥାଏ। ଏହାକୁ ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ବ ରହିଥାଏ। ଅମାବାସ୍ଯା ହେଉ ଅବା ପୂର୍ଣ୍ଣିମା ଦୁଇଟି ଯାକର ବିଶେଷ ମହତ୍ତ୍ବ ରହିଥାଏ। କିନ୍ତୁ ଜ୍ଯେଷ୍ଠ ମାସର ପୂର୍ଣ୍ଣିମାର ମହତ୍ତ୍ବ ଅଧିକ ରହିଥାଏ। ଏହି ଥର ଜ୍ଯେଷ୍ଠ ପୂର୍ଣ୍ଣିମା ୨୪ ଜୁନରେ ହେବ। ତେବେ ଜ୍ଯେଷ୍ଠ ପୂର୍ଣ୍ଣିମାର ମହତ୍ତ୍ବ ଏବଂ ଶୁଭ ମୁହୂର୍ତ୍ତ କ’ଣ ?

ଜ୍ଯେଷ୍ଠ ପୂର୍ଣ୍ଣିମାର ମହତ୍ତ୍ବ:

ଜ୍ଯେଷ୍ଠ ପୂର୍ଣ୍ଣିମା ଦିନ ପବିତ୍ର ନଦୀରେ ସ୍ନାନ କରିବାର ବିଶେଷ ମହତ୍ତ୍ବ ରହିଥାଏ। ନଦୀରେ ସ୍ନାନ କରିବା ଦାନ କରିବା ନିତାନ୍ତ ଜରୁରୀ। ଗଙ୍ଗା କିମ୍ବା କୌଣସି ପବିତ୍ର ନଦୀରେ ସକାଳେ ଗାଧୋଇବା ଦ୍ବାରା ପାପରୁ ମୁକ୍ତି ମିଳିଥାଏ। କିନ୍ତୁ କରୋନା ମହାମାରୀ ସମୟରେ ଏହା କରିବା ସମ୍ଭବ ନୁହେଁ, ତେଣୁ ଘରେ ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରିପାରିବେ। ଏହି ଦିନରେ ସନ୍ଥ କବୀରଦାସଙ୍କ ଜନ୍ମ ହୋଇଥିଲା, ତେଣୁ ଏହି ଦିନର ମହତ୍ତ୍ବ ମଧ୍ୟ ଅଧିକ ରହିଥାଏ।

maghi_purnima 1

ଶୁଭ ମୂହୁର୍ତ୍ତ:

ପୂର୍ଣ୍ଣିମା ତିଥି ଆରମ୍ଭ ୨୪ ଜୁନ ସକାଳ ୩ଟା ୩୨ ମିନିଟରୁ ଆରମ୍ଭ ହୋଇ ଆରଦିନ ରାତି ୧୨ଟା ୯ ମିନିଟ ପର୍ଯ୍ଯନତ ରହିବ। ଅନେକ ଲୋକ ପୂର୍ଣ୍ଣିମାର ବ୍ରତ ମଧ୍ୟ କରିଥାନ୍ତି। ଏହିଦିନ ସକାଳେ ଗାଧୋଇ ବ୍ରତ ସଂକଳ୍ପ ନିଅନ୍ତୁ। ସୂର୍ଯ୍ଯ ଅର୍ଘ୍ଯ ନିଶ୍ଚିତ କରନ୍ତୁ। ଗାଧୋଇବା ପରେ ବ୍ରାହ୍ମଣକୁ ଦାନ କରିବାର ବେଶ ମହତ୍ତ୍ବ ରହିଥାଏ। ଏହା ପରେ ଚନ୍ଦ୍ରମାକୁ ଜଳ ଅର୍ପଣ କରି ଭୋଜନ ଗ୍ରହଣ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.