ନାଗିନ ଫେମ୍ ଅନୀତା ହସନନ୍ଦାନୀ ଏବେ ଆଉ ପରଦାରେ ଆସିବେନି ନଜର, ଆକ୍ଟିଂକୁ କଲେ ଅଲବିଦା

ଟିଭି ପରଦାର ବହୁ ଲୋକପ୍ରିୟ ଅଭିନେତ୍ରୀ ଅନୀତା ହସନନ୍ଦାନୀ ଏବେ ପର୍ସନାଲ୍‌ ଲାଇଫ୍‌କୁ ନେଇ ବ୍ୟସ୍ତ । କିଛି ଦିନ ପୂର୍ବରୁ ସେ ଶିଶୁପୁତ୍ର ଆରବ ରେଡ୍ଡୀକୁ ଜନ୍ମ ଦେଇଛନ୍ତି। ଏବେ ସୋସିଆଲ ମିଡିଆରେ ଅନୀତା ନିଜ ପୁଅଙ୍କ ସହ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି। ଏହାରି ଭିତରେ ନିଜର କ୍ୟାରିୟରକୁ ନେଇ ବଡ଼ ନିଷ୍ପତ୍ତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଅନୀତା। ସେ ଆକ୍ଟିଂକୁ ଅଲବିଦା କହିଛନ୍ତି।

ଅଭିନୟ ଦୁନିଆରୁ ଦୂରେଇବାକୁ ନେଇ କାରଣ ମଧ୍ୟ କହିଛନ୍ତି ଅନୀତା। ଅନୀତା ହସନନ୍ଦାନୀ ଟିଭି ପରଦାରେ ବହୁ ବଡ଼ ବଡ଼ ଶୋ’ରେ ଅଂଶଗ୍ରହଣ କରିଛନ୍ତି। ସେ କିଛି ଦିନ ପୂର୍ବରୁ ଏକତା କପୁରଙ୍କ ସପରନ୍ୟାଚୁରାଲ୍‌ ସିରିୟଲ୍‌ ‘ନାଗିନ୍‌’ରେ ଦମଦାର ଅଭିନୟ କରି ପ୍ରଶଂସକଙ୍କ ହୃଦୟ ଜିଣିଥିଲେ। ସେ ଏବେ ନିଜ ପୁଅ ସହ ସମୟ ବିତାଇବାକୁ ଚାହଁଛନ୍ତି।

ସେ କହିଛନ୍ତି, ‘ମୁଁ କହିଥିଲି ଯେବେ ମୋର ସନ୍ତାନ ଜନ୍ମ ହେବ ମୁଁ ଇଣ୍ଡଷ୍ଟ୍ରୀ ଏବଂ ନିଜ କାମକୁ ଛାଡ଼ିବି। ମୁଁ ଘରେ ମୋ ପିଲା ସହ ରହିବାକୁ ଚାହୁଁଛି। ଏବେ କାମ କରିବା କଥା ମୁଁ ଭାବୁନାହିଁ। ସତରେ ମୁଁ ଜାଣିନି କେବେ ଫେରିବି।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.