ହିନ୍ଦୁ ଶାସ୍ତ୍ର ଅନୁଯାୟୀ ମୃତ ପ୍ରେତାତ୍ମା ମାନଙ୍କୁ ଶ୍ରାଦ୍ଧ ତର୍ପଣ ଦିଆ ଯିବାର ଏକ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଶ୍ରାଦ୍ଧ ପରେ ପିତୃ ପୁରୁଷଙ୍କୁ ତର୍ପଣ ମଧ୍ୟ ଦିଆଯାଇଥାଏ । ଏସମସ୍ତ କାର୍ଯ୍ୟକୁ ଏକ ନିର୍ଦ୍ଦିଷ୍ଟ ନୀତି ନିୟମ ଅନୁଯାୟୀ ହିଁ କରିବା ଉଚିତ । ଯଦି ପ୍ରତି ମାସର ଅମାବାସ୍ୟା ତିଥିକୁ ପିତୃପୁରୁଷଙ୍କ ପାଇଁ ଧରାଯାଏ କିନ୍ତୁ ଆଶ୍ୱିନ ମାସର କୃଷ୍ଣପକ୍ଷ ତିଥିରେ ଶ୍ରାଦ୍ଧ ତର୍ପଣର ଏକ ବିଶେଷ ମହତ୍ୱ ରହିଛି । କୁହାଯାଏ ଶ୍ରାଦ୍ଧ ବିନା ପୂର୍ବଜ ମାନେ ତୃପ୍ତି ପାଇପାରନ୍ତି ନାହିଁ । ପୂର୍ବଜ ତୃପ୍ତି ନପାଇବାରୁ କୁଳର ଉନ୍ନତି ହୋଇପାରେ ନାହିଁ । ଶାସ୍ତ୍ରରେ ଶ୍ରାଦ୍ଧକୁ ଏତେ ଗୁରୁତ୍ୱ ଦିଆଯିବା ପଛରେ ବି ଅନେକ ବର୍ଣ୍ଣନା ରହିଛି | ଗରୁଡ ପୁରାଣ ଓ ମତ୍ସ୍ୟ ପୁରାଣରେ ତ ଶ୍ରାଦ୍ଧ ଉପରେ ଅନେକ ବର୍ଣ୍ଣନା ରହିଛି । ଯେଉଁମାନେ ନିୟମାନୁଯାୟୀ ନିଜ ପିତୃ ପୁରୁଷଙ୍କୁ ସନ୍ତୁଷ୍ଟ କରନ୍ତି ସେମାନଙ୍କ ସମସ୍ତ ବାଧା ବନ୍ଧନ ଆପେ ଆପେ କଟିଯାଇଥାଏ । ପିତୃ ପକ୍ଷ ସମୟରେ ପ୍ରଭୁଙ୍କ ଶରଣ ଯାଇ ଶ୍ରାଦ୍ଧ ତର୍ପଣ କରିବା ଉଚିତ । ଶ୍ରାଦ୍ଧ ତର୍ପଣର ମହତ୍ୱ କହିବାକୁ ଆମେ ମତ୍ସ୍ୟ ପୁରାଣରେ ବର୍ଣିତ ଥିବା ଏକ ବିଷୟ ବସ୍ତୁ ନେଇ ଆସିଛୁ । ଅର୍ପଣ କରିବା ପୂର୍ବରୁ ଏହି ଏହି ଦିଗ ପ୍ରତି ଧ୍ୟାନ ଦେବା ଉଚିତ :
– ଶ୍ରାଦ୍ଧ ସହିତ ଜଡିତ ସମସ୍ତ କଥା
– ଶ୍ରାଦ୍ଧ କର୍ମର ବିଧି ଓ ତିଥି
– ଶ୍ରାଦ୍ଧ ବିଷୟରେ କହୁଥିବା ପୌରାଣିକ ବିଷୟ ବସ୍ତୁ ବି ଜାଣି ରଖିବା ଉଚିତ
– ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶ୍ରାଦ୍ଧର ମହତ୍ୱ
– କେଉଁ ମାନଙ୍କୁ ଶ୍ରାଦ୍ଧ ଦିଆଯାଏ ଓ କେଉଁ ମାନଙ୍କୁ ନୁହେଁ
– ପିତୃ ଦୋଷ ନିବାରଣ କିପରି ଓ କେଉଁ କେଉଁ ଠାରେ ହୋଇଥାଏ
ଶ୍ରାଦ୍ଧ ସହିତ ଜଡିତ ଏକ ପୌରାଣିକ କଥା:
ପାଞ୍ଚାଳ ରାଜ୍ୟର ରାଜା ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରି ପ୍ରସନ୍ନ କରିଥିଲେ । ବରାଦନରେ ଏମିତି ଏକ ପୁତ୍ର ମାଗିଥିଲେ ଯିଏ ଧାର୍ମିକ, ବିଦ୍ୱାନ ଓ ଯୋଗୀ ହେବା ସହ ଜୀବଜନ୍ତୁଙ୍କ ଭାଷାକୁ ମଧ୍ୟ ବୁଝି ପାରୁଥିବ । ପ୍ରଭୁ ପ୍ରସନ୍ନ ହୋଇ ରାଜାଙ୍କୁ ସେହି ଅନୁସାରେ ବରଦାନ ମଧ୍ୟ ଦେଇଥିଲେ । ରାଜାଙ୍କ ଏହି ବିଶେଷ ଗୁଣକୁ ନେଇ ରାଜା ଓ ରାଣୀଙ୍କ ବିତରେ ଗଣ୍ଡଗୋଳ ଲାଗିଥିଲା । ରାଣୀଙ୍କ ଏପରି ବ୍ୟବହାରରେ କ୍ଷୁବ୍ଧ ହୋଇ ରାଜା ବିଷ୍ଣୁଙ୍କ ମନ୍ଦିରକୁ ଯାଇ ପ୍ରତିମା ସାମ୍ନାରେ ସାତ ରାତି ଯାଏଁ ଆରାଧନା କରିଥିଲେ ।
ଭଗବାନ ରାଜାଙ୍କ ସ୍ୱପ୍ନରେ ଦର୍ଶନ ଦେଇ ଏହି ସମସ୍ୟାର ସମାଧାନ ବିଷୟରେ କହିଥିଲେ । ପର ଦିନ ସକାଳ ସମୟରେ ନଗରରେ ବୁଲୁଥିବା ଜଣେ ବୁଢା ବ୍ରାହ୍ମଣ ରାଜାଙ୍କୁ ଶ୍ଳୋକ ମାଧ୍ୟମରେ ଏହାର ସମାଧାନ ବିଷୟରେ କହିଥିଲେ । ପୁରାଣ ଅନୁଯାୟୀ ସେହି ଦିନର ଶ୍ରାଦ୍ଧ ଦିବସ ପାଳନ ସହ ଏକ ମହତ୍ୱ ରହିଛି ।