ମଣିଷ ପଣିଆର ଜ୍ୱଳନ୍ତ ଉଦାହରଣ, ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଟ୍ରେନକୁ ପଛେଇ ପଛେଇ ନେଲେ ଲୋକୋ ପାଇଲଟ୍‌, ଦେଖନ୍ତୁ ଭିଡିଓ

ମହାରାଷ୍ଟ୍ରରେ ଚଳନ୍ତା ଟ୍ରେନରୁ ଜଣେ ଯାତ୍ରୀ ଖସିପଡିଲେ, ଯାହାପରେ ସେହି ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ଲୋକୋ ପାଇଲଟ୍‌ ଟ୍ରେନକୁ ପଛୁଆ ବା ଓଲଟା ଦଉଡାଇଲେ। ଲୋକୋ ପାଇଲଟ ପ୍ରାୟ ଅଧ କିମି ପର୍ଯ୍ୟନ୍ତ ଟ୍ରେନକୁ ପଛୁଆ ଚଲାଇଲେ ଏବଂ ଆହତ ବ୍ୟକ୍ତିଙ୍କୁ ଟ୍ରେନରେ ବସାଇ ହସପିଟାଲରେ ପହଁଚାଇଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଲୋକମାନେ ଲୋକୋ ପାଇଲଟଙ୍କର ଖୁବ୍‌ ପ୍ରଶଂସା କରୁଛନ୍ତି। ରେଳ ମନ୍ତ୍ରୀ ପିୟୁଷ ଗୋୟେଲ ମଧ୍ୟ କର୍ମଚାରୀଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି। ସେ ଟ୍ଵିଟରରେ ଏହି ଭିଡିଓକୁ ମଧ୍ୟ ସେୟାର କରିଛନ୍ତି।


ରେଳ ମନ୍ତ୍ରାଳୟର ଅଧିକାରୀଙ୍କ କହିବାନୁଯାୟୀ ମହାରାଷ୍ଟର ଭୁସାବଲ ଡିଭିଜନରେ ପଚୋରା ଏବଂ ମାହେଜୀ ଷ୍ଟେସନ ମଧ୍ୟରେ ଯାଉଥିବା ଟ୍ରେନରୁ ଜଣେ ଯାତ୍ରୀ ଖସିପଡିଲେ। ଟ୍ରେନର ଗାର୍ଡ ଏହି ଘଟଣା ଉପରେ ଧ୍ୟାନ ଦେଇଥିଲେ ଏବଂ ଏହା ବିଷୟରେ ଲୋକୋ ପାଇଲଟଙ୍କୁ ତୁରନ୍ତ ସୂଚନା ଦେଲେ। ଏହି ସୂଚନା ପାଇବା ପରେ ଲୋକୋ ପାଇଲଟ ବେହୋସ୍‌ ହୋଇ ପଡିରହିଥିବା ବ୍ୟକ୍ତିଙ୍କୁ ନେବା ପାଇଁ ୫୦୦ ମିଟରରୁ ଅଧିକ ଦୂରତା ପଯ୍ୟର୍ନ୍ତ ଟ୍ରେନକୁ ଓଲଟା ଚଲାଇଲେ। ଏହାପରେ ସେହି ବ୍ୟକ୍ତିଙ୍କ ପାଖକୁ ଯାଇ ତାଙ୍କୁ ଆଣି ମେଡିକାଲ ପହଁଚାଇଥିଲେ। ଯାହାପରେ ଏବେ ଆହତ ବ୍ୟକ୍ତିଙ୍କ ଅବସ୍ଥା ସ୍ଥିର ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.