ଅନାଥ ଗଣ୍ଡା ଛୁଆ ଓ ଛେଳିର ବନ୍ଧୁତା ଦେଖିଲେ ଆପଣ ବି କିଛି ସମୟ ଭାବୁକ ହୋଇଯିବେ, ଦେଖନ୍ତୁ ଭାଇରାଲ ଭିଡିଓ

ଏବେ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହେଉଛି। ଭିଡିଓରେ ଏକ ଗଣ୍ଡା ଛୁଆ ଓ ଏକ ଛେଳି ଖେଳୁଥିବାର ଦେଖିବାକୁ ମିଳୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦୁହିଁଙ୍କର ବନ୍ଧୁତା। ଏମାନଙ୍କ ବନ୍ଧୁତା ଦେଖି ସୋସିଆଲ ମିଡିଆରେ ୟୁଜରମାନେ ଖୁବ୍‌ ପ୍ରଶଂସା କରିଛନ୍ତି।

ଆଇଏଫ୍‌ଏସ୍‌ ଅଧିକାର ସୁଶାନ୍ତ ନନ୍ଦ ୧୬ ସେକେଣ୍ଡର ଏହି ଭିଡିଓକୁ ଟୁଇଟରରେ ପୋଷ୍ଟ କରିଛନ୍ତି। ଏହାସହିତ ସେ କ୍ୟାପସନ୍‌ ଲେଖିଛନ୍ତି ଯେ ‘ଏହିଭଳି ବନ୍ଧୁତା ଜଙ୍ଗଲରେ ହିଁ ଦେଖିବାକୁ ମିଳିଥାଏ। କୌଣସି କ୍ୟୁଟ୍‌ ଷ୍ଟୋରୀଠାରୁ ଏମାନଙ୍କ ଖେଳ ଅଧିକ କ୍ୟୁଟ୍‌। ମଝିରେ ମଝିରେ ଅନାଥ ଗଣ୍ଡା ଛୁଆଟି ଛେଳି ସହିତ ଖେଳି ନିଜର ଚିନ୍ତାକୁ ଦୂର କରୁଛି’।

y6

ଜଣେ ୟୁଜର ଲେଖିଛନ୍ତି, ‘ଆମେ ସମସ୍ତେ ପଶୁଙ୍କଠାରୁ ବହୁତ କିଛି ଶିଖିପାରିବା। ଜୀବନରେ ପ୍ରେମ ବହୁତ ଜରୁରୀ ହୋଇଥାଏ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.