ଆସନ୍ତାକାଲି ପାଳନ କରାଯିବ ମହାଶିବରାତ୍ରୀ, ଜାଣନ୍ତୁ ପୂଜା ବିଧି ଏବଂ ଶୁଭ ମୂହୁର୍ତ୍ତ

ଦେବାଧିଦେବ ମହାଦେବଙ୍କ ଆରାଧନାର ସବୁଠାରୁ ବିଶେଷ ଦିନ ହେଉଛି ମହାଶିବରାତ୍ରୀ। ଚଳିତ ବର୍ଷ ଆସନ୍ତା କାଲି ଅର୍ଥାତ ୨୧ ଫେବୃଆରୀରେ ପାଳନ କରାଯିବ ମହାଶିବରାତ୍ରୀ। ଚଳିତ ବର୍ଷ ଏହି ଖାସ୍‌ ଦିନରେ ୫୯ ବର୍ଷ ପରେ ଶାସ ଯୋଗ ରହିଛି। ଏହିଦିନ ଶନି ଏବଂ ଚନ୍ଦ୍ର ମକର ରାଶିରେ ରହିବେ, ଗୁରୁ ଧନୁ ରାଶିରେ, ବୁଧ କୁମ୍ଭ ରାଶିରେ ଏବଂ ଶୁକ୍ର ମୀନ ରାଶିରେ ରହିବେ। ଏଥିସହ ଶୁଭକାର୍ଯ୍ୟକୁ ସମ୍ପନ୍ନ କରିବା ଭଳି ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ରହିଛି। ଏହିଦିନ ସାଧନା ଯୋଗ ପାଇଁ ମଧ୍ୟ ଖାସ୍‌ ରହିଛି।

ମହାଶିରାତ୍ରୀର ମୁହୂର୍ତ୍ତ:

sivମହାଶିବରାତ୍ରୀ ଶୁକ୍ରବାର, ଫେବୃଆରୀ ୨୧, ୨୦୨୦ ରନିଶ୍ଚିତ କାଳ ପୂଜା ସମୟ- ଦିବା୧୨.୯ ରୁ ଦିବା ୧ ଫେବୃଆରୀ ୨୨

ଅବଧି-00 ଘଟିକାରୁ ୫୧ ମିନିଟ

ଫେବୃଆରୀ୨୨ ତାରିଖ ଦିନ’ ଶିବରାତ୍ରୀ ପାରଣ ସମୟ- ସକାଳ ୬.୫୪ ରୁ ଦିବା ୩.୨୫

ରାତ୍ରୀ ପ୍ରଥମ ପ୍ରହର ପୂଜା ସମୟ- ସନ୍ଧ୍ୟା ୬.୧୫ ରୁ ରାତ୍ରୀ ୯.୨୫ ପର୍ଯ୍ୟନ୍ତ

ରାତ୍ରୀ ଦ୍ୱିତୀୟ ପ୍ରହର ପୂଜା ସମୟ- ୯.୨୫ ରୁ ୧୨.୩୪

vratରାତ୍ରୀ ତୃତୀୟ ପ୍ରହର ପୂଜା ସମୟ- ୧୨.୩୪  ରୁ ୩.୪୪ ଫେବୃୟାରୀ ୨୨

ରାତ୍ରୀ ଚତୁର୍ଥ ପ୍ରହର ପୂଜା ସମୟ- ୩.୪୪ ରୁ ୬.୫୪ ଫେବୃୟାରୀ ୨୨

ଚତୁର୍ଦ୍ଦଶୀ ତିଥି ଆରମ୍ଭ ଫେବୃଆରୀ- ୨୧,୨୦୨୦ ଦିନ ସନ୍ଧ୍ୟା ୫.୨୧

ଚତୁର୍ଦ୍ଦଶୀ ତିଥି ସମାପ୍ତ ଫେବୃଆରୀ- ୨୨,୨୦୨୦ ଦିନ ସନ୍ଧ୍ୟା ୭.୨

ମହାଶିବରାତ୍ରୀ ବ୍ରତ ବିଧି:

festivalଶିବରାତ୍ରୀ ବ୍ରତର ଗୋଟେ ଦିନ ପୂର୍ବରୁ ଅର୍ଥାତ ତ୍ରୟୋଦଶୀ ତିଥିରେ ଭକ୍ତମାନେ କବେଳ ଥରେ ଭୋଜନ ଗ୍ରହଣ କରିବା ଉଚିତ। ଏହାପରେ ଶିବରାତ୍ରୀ ଦିନ ସମସ୍ତ କାର୍ଯ୍ୟରୁ ନିବୃତ୍ତ ହେବା ପରେ ଭକ୍ତଙ୍କୁ ବ୍ରତ ପାଇଁ ସଂକଳ୍ପ କରିବା ଉଚିତ। ଶିବରାତ୍ରୀ ପୂଜା ସନ୍ଧ୍ୟା ସମୟରେ ଏବଂ ରାତିରେ କରିବାର ନିୟମ ରହିଛି। ଏହିକାରଣରୁ ଭକ୍ତ ସନ୍ଧ୍ୟା ସମୟରେ ସ୍ନାନ କରିବା ପରେ ପୂଜା କରିବା ଉଚିତ। ଶିବରାତ୍ରୀ ପୂଜା ରାତି ସମୟରେ ଥରେ କିମ୍ବା ୪ଥର କରାଯାଇଥାଏ।

mahadevଏହି ପୂଜାରେ ବ୍ରତର ପୂର୍ଣ୍ଣଫଳ ପ୍ରାପ୍ତ କରିବା ପାଇଁ ଭକ୍ତଙ୍କୁ ସୂର୍ଯ୍ୟୋଦୟ ଚତୁର୍ଦ୍ଦଶୀ ତିଥିରେ ଅସ୍ତ ହେବା ମଧ୍ୟରେ ହିଁ ବ୍ରତ ଶେଷ କରିବା ଉଚିତ। କିନ୍ତୁ ଅନ୍ୟ ଏକ ମାନ୍ୟତା ଅନୁଯାୟୀ ବ୍ରତ ସମାପ୍ତ କରିବାର ସଠିକ୍‌ ସମୟ ଚତୁର୍ଦ୍ଦଶୀ ତିଥିର ଶେଷ କୁହାଯାଇଥାଏ।