Below header

ରୋହିତ ଶର୍ମା ଓ୍ଵାର୍କଆଉଟ୍‌ର ଭିଡିଓ ପୋଷ୍ଟ କରିବାରୁ ଏମିତି ଟ୍ରୋଲ୍‌ କଲେ ହରଭଜନ ସିଂହ…

ଟିମ୍‌ ଇଣ୍ଡିଆର ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା ଏବେ ଆଘାତ ଯୋଗୁ ଭାରତୀୟ ଟିମ୍‌ରେ ଖେଳୁନାହାନ୍ତି। ରୋହିତଙ୍କ ପେଣ୍ଡାରେ ଗଭୀର ଆଘାତ ଲାଗିଥିବାରୁ ସେ ଏବେ ବିଶ୍ରାମ ନେଉଛନ୍ତି। ଟିମ୍‌ରୁ ବାହାରେ ଥିଲେ ମଧ୍ୟ ରୋହିତ ନିଜ ଫିଟ୍‌ନେସ୍‌କୁ ଗୁରୁତ୍ୱ ଦେବା ଛାଡ଼ିନାହାନ୍ତି। ଏହାର ପ୍ରମାଣ ସେ ନିକଟରେ ସେୟାର କରିଥିବା ଜିମ୍‌ ଭିଡିଓକୁ ଜଣାପଡ଼ୁଛି। ନିକଟରେ ରୋହିତ ଏକ ଭିଡିଓ ସେୟାର କରିଥିଲେ। ଏଥିରେ ସେ ବାରବେଲ୍‌ ବା ଭାରୋତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା।

 

View this post on Instagram

 

A post shared by Rohit Sharma (@rohitsharma45) on

ଏହି ଭିଡିଓକୁ ଦେଖି ଫ୍ୟାନ୍‌ମାନେ ରୋହିତ ଶୀଘ୍ର ସୁସ୍ଥ ହୋଇ ଟିମ୍‌କୁ ଫେରିବେ ବୋଲି ଆଶା କରିବା ସହ ଆରୋଗ୍ୟକାମନା କରିଥିଲେ। କିନ୍ତୁ ଅଫ୍‌ ସ୍ପିନର ହରଭଜନ ସିଂହ ରୋହିତଙ୍କ ଏହି ଭିଡିଓରେ ଏକ ମଜାଳିଆ କମେଣ୍ଟ ଦେଇଛନ୍ତି। ଭଜ୍ଜି ମଜାଳିଆ ଅନ୍ଦାଜରେ ପ୍ରଶ୍ନ କରିଛନ୍ତି ଯେ ‘କେବଳ ୪୦ କେଜି? କମ୍‌ଅନ୍‌ ଶାନା’। ହରଭଜନଙ୍କ ଏହି କମେଣ୍ଟର ଉତ୍ତରରେ ରୋହିତ ଲେଖିଛନ୍ତି ‘ଆଘାତ ପରେ ଜିମ୍‌ରେ ପ୍ରଥମ ଦିନ ହୋଇଥିବାରୁ ଏତିକି ଉଠାଇଛି’।

rohit sharma

ତେବେ ହରଭଜନଙ୍କ କମେଣ୍ଟ ଉପରେ ଲୋକମାନେ ବିଭିନ୍ନ କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି। କିଛି ଲୋକ କହିଛନ୍ତି ଯେ ବଲ୍‌କୁ ଷ୍ଟାଣ୍ଡ ପର୍ଯ୍ୟନ୍ତ ପହଞ୍ଚାଇବାକୁ ରୋହିତଙ୍କ ପାଇଁ ୪୦ କେଜି ଓଜନ ଉଠାଇବା ପର୍ଯ୍ୟାପ୍ତ। ସୂଚନାଯୋଗ୍ୟ ଯେ ଟି୨୦ର ଶେଷ ମ୍ୟାଚ୍‌ରେ ରୋହିତଙ୍କୁ ଏହି ଆଘାତ ଲାଗିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.