କାହିଁକି ଏହି ମସଜିଦର ନାମ “ଅଢାଇ ଦିନ କା ଝୋପଡ଼ା” ରଖା ଯାଇଥିଲା, ଜାଣନ୍ତୁ ଏହା ପଛରେ କଣ ରହିଛି ଇତିହାସ

ରାଜସ୍ଥାନର ଆଜମେର ସହରରେ “ଅଢ଼ାଇ ଦିନ କା ଝୋପଡ଼ା” ନାମକ ଏକ ମସଜିଦ ଅବସ୍ଥିତ । ପ୍ରକୃତରେ ଏହା କୌଣସି ଝୋପଡ଼ି ନୁହେଁ, ଏହା ଏକ ମସଜିଦ । ଏହାକୁ ଭାରତର ସବୁଠୁ ପୁରୁଣା ମସଜିଦ ମାନଙ୍କ ଭିତରେ ଗଣାଯାଏ | ଆଜମେର ସହରର ଏହା ହେଉଛି ସବୁଠୁ ପୁରୁଣା ସ୍ମାରକ । ଯାହାକୁ ଶହ ଶହ ବର୍ଷ ତଳେ ନିର୍ମାଣ କରାଯାଇଥିଲା । ଏବେ ଆପଣ ମାନେ ଭାବୁଥିବେ ଏହି ମସଜିଦର ନାମ ଏପରି କାହିଁକି ରଖାଯାଇଛି । ତେବେ ଆଜି ଆସନ୍ତୁ ଏହା ପଛର ଇତିହାସ ବିଷୟରେ ଜାଣି ରଖିବା । ପ୍ରାୟ ୮୦୦ ବର୍ଷ ତଳେ ୧୧୯୨ ଖ୍ରୀଷ୍ଟାବ୍ଦରେ ଆଫଗାନ ସେନାପତି ମହମ୍ମଦ ଘୋରିଙ୍କ ଆଦେଶରେ କୁତବବୁଦ୍ଦିନ ଆଇବାକ ନିର୍ମାଣ କରିଥିଲେ ।

adhai

ପ୍ରକୃତରେ ପୂର୍ବରୁ ଏହି ସ୍ଥାନରେ ଏକ ସଂସ୍କୃତ ବିଦ୍ୟାଳୟ ଓ ମନ୍ଦିର ଥିଲା । ଯାହାକୁ ପରବର୍ତ୍ତୀ ସମୟରେ ଭଙ୍ଗାଯାଇ ମସଜିଦରେ ପରିଣତ କରାଯାଇଥିଲା । “ଅଢ଼ାଇ ଦିନ କା ଝୋପଡ଼ା”ର ବାମ କଡରେ ଥିବା ଏକ ଶିଳାଲେଖରୁ ପୂର୍ବରୁ ଥିବା ସ୍କୁଲ ବିଷୟରେ ସୂଚନା ମିଳିଥାଏ । ଏହି ମସଜିଦ ଟିରେ ପ୍ରାୟ ୭୦ ଗୋଟି ସ୍ଥମ୍ଭ ରହିଛି । ପ୍ରକୃତରେ ଏହି ଖମ୍ବ ଗୁଡିକ ପୂର୍ବରୁ ଥିବା ପୁରୁଣା ମନ୍ଦିରର ହିଁ ଥିଲା । ମନ୍ଦିର ଭଙ୍ଗା ଯାଇଥିଲେ ମଧ୍ୟ ଏହି ଖମ୍ବ ଗୁଡିକୁ ସେହିପରି ରଖା ଯାଇଥିଲା । ଏହି ସ୍ଥମ୍ଭ ଗୁଡିକର ଉଚ୍ଚତା ପାଖାପାଖି ୨୫ ଫୁଟ ହେବ । ୯୦ ଦଶକରେ ଏଠାରେ ଅନେକ ଗୁଡିଏ ପ୍ରାଚୀନ ମୂର୍ତ୍ତି ଗୁଡିକ ଏଣେ ତେଣେ ପଡିଥିବା ବେଳେ, ଏଗୁଡ଼ିକୁ ପରେ ସରଂକ୍ଷିତ କରି ରଖାଯାଇଥିଲା । ଝୋପଡ଼ା

adhai

ଟିର ଅଧାରୁ ଅଧିକାଂଶ ଅଂଶ ମନ୍ଦିର ହୋଇଥିବାରୁ ଭିତର ପଟୁ ଏହା ଏକ ମନ୍ଦିର ପରି ଅନୁଭବ ହୋଇଥାଏ । ପରବର୍ତ୍ତୀ ସମୟରେ କିନ୍ତୁ ଏହାର ଭିତର ପଟ କାନ୍ଥ ଗୁଡିକରେ କୋରାନ ଲେଖାଯାଇଛି । ମସଜିଦଟିର ଏପରି ନାମକରଣ ପଛରେ ବି ଏକ ବିଶେଷ କାହାଣୀ ରହିଛି । କୁହାଯାଏକି ଏହି ମସଜିଦର ନିର୍ମାଣରେ କୁତବବୁଦ୍ଦିନ ଆଇବାକଙ୍କୁ ଅଢେଇ ଦିନ ବା ପାଖାପାଖି ୬୦ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗିଥିଲା । ଏହି କାରଣରୁ ହିଁ ଏହାର ନାମ ସେ ସମୟରେ “ଅଢାଇ ଦିନ କା ଝୋପଡ଼ା”ର ରଖା ଯାଇଥିଲା । ଆଉ କିଛି ଲୋକଙ୍କ ଅନୁଯାୟୀ, ଏଠି ଚାଲୁଥିବା ଅଢ଼େଇ ଦିନର ମେଳାକୁ ନେଇ ଏହାର ଏପରି ନାମକରଣ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.