Below header

ଚନ୍ଦ୍ରଙ୍କ ଶୁଭ ଦୃଷ୍ଟି ପାଇବାକୁ ଚାହୁଁଥିଲେ ସୋମବାର କ’ଣ କରିବେ କ’ଣ ନ କରିବେ ଜାଣନ୍ତୁ

ଶାସ୍ତ୍ର ଦର୍ଶାଯାଇଛିକି, ବାର ଅନୁଯାୟୀ ନିୟମ ପାଳିଲେ ବା କ’ଣ କରିବେ କ’ଣ ନ କରିବେ ସେ ପ୍ରତି ଧ୍ୟାନ ଦେଲେ ଈଶ୍ବରଙ୍କ ଆର୍ଶୀବାଦ ପ୍ରାପ୍ତ ହୁଏ । କାହିଁ କେଉଁ କାଳରୁ ଏହି ବିଶ୍ୱାସ ରହି ଆସିଛି । ଏହି ଅନୁଯାୟୀ ସପ୍ତାହର ପ୍ରଥମ ବାର ସୋମବାରକୁ ଚନ୍ଦ୍ରମାଙ୍କ ବାର ଭାବରେ ଧରାଯାଏ | ଚନ୍ଦ୍ରଙ୍କ ଶୁଭ ଦୃଷ୍ଟି ପଡିଲେ ଭାଗ୍ୟରେ ଉନ୍ନତି ଆସୁଥିବା ବେଳେ ଅଶୁଭ ଦୃଷ୍ଟି ପଡିଲେ ଜୀବନ ଯେମିତି ଛାରଖାର ହୋଇଯାଏ । ତେବେ ଚନ୍ଦ୍ରଙ୍କ ଶୁଭ ଫଳ ପାଇବାକୁ ଚାହୁଁଥିଲେ ସୋମବାର କ’ଣ କରିବେ କ’ଣ ନ କରିବେ ଜାଣି ରଖନ୍ତୁ ।

କ’ଣ କରିବେ :

1. ଏହି ବାରରେ ଟଙ୍କା ନିବେଶ କରିବାକୁ ଶୁଭ ଧରା ଯାଇଥାଏ । ଯଦି ଆପଣ ସୁନା, ଚାନ୍ଦି କିଣିବାକୁ ଚାହୁଁଛନ୍ତି କିମ୍ବା ସେୟାର ମାର୍କେଟରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏହି ବାର ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ।

2. ଏହି ବାରରେ ଦକ୍ଷିଣ, ପଶ୍ଚିମ ଦିଗକୁ ଯାତ୍ରା କରିପାରିବେ । ନିଶ୍ଚିନ୍ତ ଶୁଭ ଫଳ ମିଳିବ ।

3. ଶପଥ ଗ୍ରହଣ, ରାଜ୍ୟାଭିଷେକ କିମ୍ବା ଚାକିରିରେ ଜଏନ କରିବାକୁ ଏହି ବାର ସର୍ବୋତ୍କୃଷ୍ଟ ।

4. ଯଦି ଆପଣଙ୍କର ଚନ୍ଦ୍ର ଦୋଷ ଥାଏ । ତେବେ ସୋମବାର କିଛି କ୍ଷୀର ଦାନ କରନ୍ତୁ ।

5. ମୋତିକୁ ଚନ୍ଦ୍ରମାଙ୍କ ରତ୍ନ କୁହାଯାଏ । ସୋମବାର ଏହି ରତ୍ନ ଧାରଣ କରିବା ଖୁବ ଶୁଭ ।

କ’ଣ ନ କରିବେ :

1. ଏହି ବାରରେ ଉତ୍ତର, ପୂର୍ବ ଦିଗକୁ ଯାତ୍ରା କଲେ ଅଶୁଭ ଫଳ ମିଳିଥାଏ । ଶୁଭ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ ।

2. ସୋମବାର ଚିନି ମିଶା ଖାଦ୍ୟ ଖାଇବା ଉଚିତ ନୁହେଁ ।

3. ଚନ୍ଦ୍ରଙ୍କୁ ମା’ ଙ୍କ ସମ୍ବନ୍ଧିତ ଗ୍ରହ ଭାବେ ଧରାଯାଏ । ତେଣୁ ଏହି ଦିନ ମା’ଙ୍କୁ କଠୋର ବଚନ କହିବା ଉଚିତ ନୁହେଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.