ବିବାହ ବାର୍ଷିକୀରେ ପତ୍ନୀଙ୍କୁ ଚନ୍ଦ୍ରରେ ଦେଲେ ପ୍ଲଟ୍‌ ଉପହାର, ଶାହାରୁଖ୍‌ ଓ ସୁଶାନ୍ତ ସିଂହଙ୍କ ତାଲିକାରେ ହେଲେ ସାମିଲ୍‌

ଆଜ୍‌ ମେର୍‌ : ପ୍ରେମିକାକୁ ଚାନ୍ଦ ଉପହାର ଦେବା କଥା ନେଇ ପ୍ରେମିକମାନେ କହିଥାନ୍ତି । ଚାନ୍ଦ ଉପହାର ଦେବା ନେଇ ମଧ୍ୟ ଅନେକ ସଂଗୀତ ଶୁଣିବାକୁ ମିଳେ । ହେଲେ ବାସ୍ତବରେ ଚନ୍ଦ୍ରରେ କ’ଣ କିଏ ଉପହାର ଦେଇଛନ୍ତି । ହଁ ଆଜ୍ଞା ଏବେ ପତ୍ନୀଙ୍କୁ ଚନ୍ଦ୍ରରେ ଉପହାର ଦେଇଛନ୍ତି ଜଣେ ବ୍ୟକ୍ତି । ସିଏ ପୁଣି ଏମିତି ସେମିତି ଉପହାର ନୁହେଁ ଚନ୍ଦ୍ରରେ ଗୋଟିଏ ପ୍ଲଟ ଦେଇଛନ୍ତି ପତ୍ନୀଙ୍କୁ । ବିବାହ ବାର୍ଷିକରେ ପତ୍ନୀଙ୍କୁ ୩ ଏକରର ଏକ ପ୍ଲଟ୍‌ ଦେଇଛନ୍ତି ।

dharmendra and swapna.JPG-1

ଏଥିପୂର୍ବରୁ ମଧ୍ୟ ଚନ୍ଦ୍ରରେ ଜାଗା କିଣିଥିବା ତାଲିକାରେ ଅଛନ୍ତି ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ ଓ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ପତ୍ନୀଙ୍କ ପାଇଁ ଚନ୍ଦ୍ରରେ ପ୍ଲଟ୍‌ କିଣିଥିବା ଏହି ବ୍ୟକ୍ତି ଜଣକ ହେଲେ ଧର୍ମେନ୍ଦ୍ର ଅନିଜା । ସେ କୁହନ୍ତି ‘ ୨୪ ଡିସେମ୍ବର ରେ ଆମର ବିବାହ ବାର୍ଷିକୀ ଥିଲା । ତେଣୁ ପତ୍ନୀ ପାଇଁ ଏମିତି କିଛି ସ୍ମରଣୀୟ ଉପହାର ଦେବାପାଇଁ ମୁଁ ଚିନ୍ତା କରିଥିଲି । ସମସ୍ତେ ତ କାର୍‌, ଗହଣା ଦେଇଥାନ୍ତି ତେଣୁ ମୁଁ ଚନ୍ଦ୍ରରେ ଏକ ପ୍ଲଟ୍‌ ଦେବାପାଇଁ ମନସ୍ଥ କଲି । ତେଣୁ ଆମେରିକା ନ୍ୟୁୟର୍କ ସହରରେ ଥବା ଲୁନା ସୋସାଇଟି ଇଣ୍ଟରନେସ୍‌ନାଲ୍‌ ମାଧ୍ୟମରେ ମୁଁ ପତ୍ନୀଙ୍କୁ ୩ ଏକର ଜମି କିଣି ଉପହାର ଦେଇଛି ।

dharmendra-2

ଏହି ପ୍ରକ୍ରିୟା ପୂରଣ ପାଇଁ ମୋତେ ପ୍ରାୟ ବର୍ଷେ ଲାଗିଥିଲା । ପତ୍ନୀ ସପନା ତାଙ୍କର ପ୍ରତିକ୍ରିୟାରେ କହନ୍ତି ‘ମୋତେ ମାଲୁମ୍‌ ନଥିଲା ଯେ ସେ ଏପରି ଆଶ୍ଚର୍ଯ୍ୟଜନକ ଉପହାର ଦେବେ ବୋଲି । ମୁଁ ତାଙ୍କ ଠାରୁ ଚନ୍ଦ୍ରରେ କିଣା ଯାଇଥିବା ୩ ଏକର ଜମି ପଟ୍ଟା ପାଇ ଖୁବ୍‌ ଖୁସି । କିଛି ମାସ ପୂର୍ବରୁ ବୋଧଗୟା ନିବାସୀ ନୀରଜ କୁମାର ଚନ୍ଦ୍ରରେ ଏକପ୍ଲଟ୍‌ ମଧ୍ୟ କିଣିଥିଲେ ।

sushant and saharkh

ଭାରତରେ ଚନ୍ଦ୍ରରେ ଜମି କିଣାକୁ ବେଆଇନ କୁହାଯାଇଛି । କାରଣ ୧୯୬୭ ରେ ଭାରତ ୧୦୪ ଦେଶ ସହ ଏକ ଚୁକ୍ତି ପତ୍ରରେ ସ୍ୱାକ୍ଷର କରିଥିଲା । ଯେଉଁଥିରେ କୁହାଯାଇଥିଲା ଯେ ଚନ୍ଦ୍ର, ତାରା ଓ ଅନ୍ତରୀକ୍ଷ ଉପରେ କୈାଣସି ଦେଶର ଅଧିକାର ନାହିଁ କିମ୍ବା ଏହା କୈାଣସି ଦେଶର ସମ୍ପତି ନୁହେଁ । ପ୍ରକାଶଯୋଗ୍ୟ ଯେ ଚନ୍ଦ୍ରରେ କିଣିଥିବା ଏହି ଜମିରେ ନା କେହି ଘର କରିପାରିବେ ନା ଏଠାକୁ କେହି ଯାଇପାରିବେ । ହେଲେ ମନ ବୁଝିବା ପାଇଁ ଯାହା ଏହି କିଣା ବିକା । ଫଟୋ- ଏସିଆ ନେଟ୍‌ ନ୍ୟୁଜ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.