Below header

ଏହି ଲୋକଙ୍କ ଉପରେ କରନ୍ତୁ ନାହିଁ ଅତ୍ୟାଚାର, ନଚେତ୍‌ ପଡ଼ିବ ଶନିଙ୍କର କୋପ ଦୃଷ୍ଟି

ଶନିଦେବ ହେଉଛନ୍ତି କର୍ମଫଳ ଦାତା। ମାନେ କର୍ମ ଅନୁସାରେ ସେ ଫଳ ଦେଇଥାନ୍ତି। ତେଣୁ କୁହାଯାଏ ଶନିଦେବଙ୍କ କୋପ ଦୃଷ୍ଟି ନପଡ଼ିବା ର ସବୁଠୁ ଭଲ ଉପାୟ କାହାର ଅନିଷ୍ଟ ଚିନ୍ତା କରନ୍ତୁ ନାହିଁ। ନ୍ୟାୟରେ ରୁହନ୍ତୁ। ଅନ୍ୟାୟର ସାଥ୍‌ ଦେଲେ ଆପଣଙ୍କ ଉପରେ ଶନିଙ୍କର କୋପ ଦୃଷ୍ଟି ପଡ଼ିବ ।

ଶନିଦେବ ହେଉଛନ୍ତି ନ୍ୟାୟର ଦେବତା। ସମସ୍ତେ ପ୍ରାୟ ଶନିଦେବଙ୍କୁ ଭୟ କରିଥାନ୍ତି। ଏମିତି କୁହନ୍ତି ଯେ ଶନିଦେବଙ୍କ ସମୟରେ ଅନେକ ସମସ୍ୟା ଦେଖାଯାଏ। ତେଣୁ ତାଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଲୋକମାନେ ହନୁମାନଙ୍କ ଆଶ୍ରୟ ନେଇଥାନ୍ତି। କୁହାଯାଏ ଯେ ହନୁମାନଙ୍କ ଆଶିର୍ବାଦ ଦ୍ୱାରା ଶନିଙ୍କ ଖରାପ ଦୃଷ୍ଟିରୁ ମୁକ୍ତି ମିଳିଥାଏ। ଏମିତିରେ କୁହାଯାଏ ଶନିଦୋଷରୁ ମୁକ୍ତି ପାଇଁ ହନୁମାନଙ୍କ ଭକ୍ତ ହୋଇଥିବା ଆବଶ୍ୟକ।

କୁହନ୍ତି ଶନି ଗ୍ରହ ସୁବୁଠୁ ଅଧିକ କ୍ରୋଧ କରନ୍ତି। ଆଉ ଶନିଙ୍କର କୋପ ଦୃଷ୍ଟି ପଡ଼ିଥିଲେ ବ୍ୟକ୍ତିଠାରେ ବିଭିନ୍ନ ସମସ୍ୟା ଦେଖାଯାଏ । ଦେହ ଖରାପଠାରୁ ଆରମ୍ଭ କରି ଆର୍ଥିକ ସମସ୍ୟା ପର୍ଯ୍ୟନ୍ତ ।

ଏବେ ଜାଣନ୍ତୁ ଶନି କେଉଁ ବ୍ୟକ୍ତିଙ୍କ ଉପରେ ନିଜ କୋପ ଦୃଷ୍ଟି ପକାନ୍ତି:

ଶନି ଦେବ ସେହି ଲୋକଙ୍କ ଉପରେ ଖରାପ ଦୃଷ୍ଟି ପକାନ୍ତି ଯେଉଁମାନେ ଗରିବ, ଅସହାୟ, ମହିଳା, ଶ୍ରମିକ, ସଫେଇ କମର୍ଚାରୀଙ୍କ ଉପରେ ଅନ୍ୟାୟ କରିଥାନ୍ତି। ତେଣୁ ଏହି ଲୋକଙ୍କୁ କେବେ ହେଲେ ବି ଅସମ୍ମାନ କରନ୍ତୁ ନାହିଁ। ପଶୁ ପକ୍ଷୀଙ୍କୁ କଷ୍ଟ ଦିଅନ୍ତୁ ନାହିଁ। ମାଂସ ତଥା ନିଶା ଦ୍ରବ୍ୟ ଆଦି ଖାଇବାରୁ ବଞ୍ଚିତ ରୁହନ୍ତୁ। ଜୁଆ ଆଦି ଖେଳ ମଧ୍ୟ ଶନିଦେବଙ୍କୁ ପସନ୍ଦ ନୁହେଁ। ଏହାସହ ମିଛ କୁହନ୍ତୁ ନାହିଁ। କାହାକୁ ଧୋକା ଦିଅନ୍ତୁ ନାହିଁ।

ଯଦି ଏହିସବୁ କଥାକୁ ଧ୍ୟାନ ନରଖିବେ ତେବେ ଶନିଦେବଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.