ଆପଣଙ୍କ ସ୍ମାର୍ଟଫୋନକୁ ଭାଇରସ୍‌ କେମିତି ପହଁଚେ? ଜାଣନ୍ତୁ ଏହାକୁ ରୋକିବାର ତରିକା

ବର୍ତ୍ତମାନର ଡିଜିଟାଲ ଦୁନିଆରେ ସୁରକ୍ଷିତ ରହିବା କୌଣସି ପରୀକ୍ଷା ଠାରୁ କମ୍‌ ନୁହେଁ। ସୋସିଆଲ ମିଡିଆ ଯୁଗରେ ମୁଁ ହୁଏ କିମ୍ବା ଆପଣ ସବୁ ଲୋକ ଅନେକ ଆପ୍‌ ଇନଷ୍ଟଲ କରୁଛନ୍ତି। ଏଥିମଧ୍ୟରୁ ଅନେକ ଆପ୍ସ ବିଷୟରେ ତ ଆମେ ଜାଣିଛନ୍ତି କିନ୍ତୁ ଏମିତି ବି ବହୁତ ଆପ୍‌ ଅଛି ଯାହାକୁ ଆମେ ଆମ ସାଙ୍ଗ ସାଥିଙ୍କ କଥାରେ ପଡି ଇନଷ୍ଟଲ କରିଥାନ୍ତି। ଆଉ ସବୁ ଖେଳ ଏହି ଆପ୍ସ ଠାରୁ ହିଁ ଆରମ୍ଭ ହୋଇଥାଏ। କାହିଁକିନା ଏହି ଆପ୍ସ ଜରିଆରେ ଆପଣଙ୍କ ଫୋନରେ ଭାଇରସ୍‌ ପହଁଚିଯାଇଥାଏ। ଏହାପରେ ଆପଣଙ୍କ ସହ ଫ୍ରଡ୍‌ ହୋଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ କହିବୁ ଆପଣଙ୍କ କମ୍ପ୍ୟୁଟର କିମ୍ବା ଫୋନରେ ଭାଇରସ୍‌ କେମିତି ପହଁଚିଥାଏ ଏବଂ ଏଥିରୁ ବାହାରିବାର ତରିକା କଣ?

ଗୁଗଲ ପ୍ଲେ ଷ୍ଟୋରରେ ଆପଣ ରିଭ୍ୟୁ ନିଶ୍ଚୟ ପଢ଼ନ୍ତୁ

ଯେତେବେଳେ ବି ଆପଣ କୌଣସି ଆପକୁ ଡାଉନଲୋଡ କରୁଛନ୍ତି ତାହେଲେ ଏହାର ରିଭ୍ୟୁକୁ ନିଶ୍ଚୟ ଚେକ କରନ୍ତୁ। ଜରୁରୀ ନୁହେଁ ଯେ ଆପ୍‌ ଷ୍ଟୋରରେ ୫ ଷ୍ଟାର ରେଟିଙ୍ଗଥାଉ ନା କାହିଁକି। ଅନେକ ଥର ଫର୍ଜି ରେଟିଙ୍ଗ ଜରିଆରେ ମଧ୍ୟ ଆପକୁ ଟ୍ରେଣ୍ଡିଙ୍ଗରେ ରଖାଯାଇହେବ। ଏହାପରେ ଏହା ନିଶ୍ଚୟ ଚେକ କରନ୍ତୁ ଯେ ଆପ୍‌ ର ଡେଭଲପର କିଏ? ଏହାର ସମସ୍ତ ସୂଚନା ଆପଣଙ୍କୁ ଆପ୍‌ ଷ୍ଟୋରରୁ ହିଁ ମିଳିଯିବ।

ପରମିଶନ

ଆପ୍‌ ଡାଉନଲୋଡ କରିବା ସମୟରେ ଏହା ନିଶ୍ଚୟ ଚେକ କରନ୍ତୁ ଯେ ଯେଉଁ ଆପକୁ ଆପଣ ଡାଉନଲୋଡ କରୁଛନ୍ତି ତାହା ଆପଣଙ୍କୁ କେଉଁ କେଉଁ ପରମିଶନ ମାଗୁଛି। ଉଦାହରଣସ୍ୱରୁପ ଯଦି ଆପଣ କୌଣସି ଆଲାର୍ମ ଆପ୍‌ ଡାଉନଲୋଡ କରୁଛନ୍ତି ତାହେଲେ ସ୍ମାର୍ଟଫୋନରେ ଫଟୋ ଦେଖିବାର ଅନୁମତି ଦରକାର ପଡିନଥାଏ। ସେହିଭଳି ଭାବେ କାଲକୁଲେଟର ଆପରେ ନେଟଓ୍ଵାର୍କ ଆକ୍ସେସର ଆବଶ୍ୟକତା ବିଲକୁଲ ବି ପଡିନଥାଏ।

virusଅଜଣା କମ୍ପ୍ୟୁଟର ସହ କନେକ୍ଟ

କୌଣସି ବି ଅଜଣା କମ୍ପ୍ୟୁଟର କିମ୍ବା ଲାପଟପରୁ ନିଜ ଫୋନକୁ କନେକ୍ଟ କରନ୍ତୁନାହିଁ। ହୋଇପାରେ ଯେଉଁ ସିଷ୍ଟମରେ ଆପଣ ନିଜ ଫୋନକୁ କନେକ୍ଟ କରିଛନ୍ତି ସେଥିରେ ପୂର୍ବରୁ ହିଁ ଭାଇରସ୍‌ ରହିଥାଇପାରେ।

ଆପ୍‌ ଡାଉନଲୋଡ ସୋର୍ସ

ଅନେକ ଥର କିଛି ଲୋକ ସାଙ୍ଗସାଥିଙ୍କ ଠାରୁ ମିଳିଥିବା ଲିଙ୍କ ଜରିଆରେ ଆପ୍‌ ଡାଉନଲୋଡ୍‌ କରିନିଅନ୍ତି। କିଛି ଲୋକ ଏପିକେ ଫାଇଲରୁ ଆପ୍‌ ଇନଷ୍ଟଲ କରିନ୍ତି ତ ଆଉ କିଛି ଲୋକ ଥାର୍ଡ ପାର୍ଟି ଷ୍ଟୋରରୁ ଆପକୁ ଡାଉନଲୋଡ କରିନିଅନ୍ତି, ଯାହା ବହୁତ ଖତରନାକ ହୋଇଥାଏ।

ପବ୍ଲିକ ଓ୍ଵାଇ-ଫାଇ ଠାରୁ ଦୂରେଇ ରୁହନ୍ତୁ

ଏୟାରପୋର୍ଟ କିମ୍ବା ରେଲେଓ୍ଵ ଷ୍ଟେସନରେ ଫ୍ରି ଓ୍ଵାଇ-ଫାଇ ଦେଖି ତୁରନ୍ତ ଆପଣ ନିଜ ଫୋନକୁ କନେକ୍ଟ କରନ୍ତୁନାହିଁ। ଫ୍ରି ଓ୍ଵାଇ-ଫାଇ ହ୍ୟାକର୍ସଙ୍କ ନଜରରେ ସବୁବେଳେ ପ୍ରଥମେ ରହିଆସିଛି, କାହିଁକିନା ଏହି ନେଟଓ୍ଵାର୍କ ସିକ୍ୟୁର ହୋଇନଥାଏ। ଯଦି ବହୁତ ଅଧିକ ଆବଶ୍ୟକ ପଡେ ତାହେଲେ ଯାଇ ରେଲେଓ୍ଵ କିମ୍ବା ଏୟାରପୋର୍ଟର ଓ୍ଵାଇ-ଫାଇ ସହ କନେକ୍ଟ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.