Below header

କାହିଁକି ଆଜିବି କେହି ଚଢି ପାରିନାହାନ୍ତି କୈଳାସ ପର୍ବତ, ଜାଣନ୍ତୁ କଣ ରହିଛି ଏହା ପଛର ରହସ୍ୟ

ହିନ୍ଦୁ ଧର୍ମରେ କୈଳାସ ପର୍ବତର ଖୁବ ମହତ୍ୱ ରହିଛି । ଏହାକୁ ଭଗବାନ ଶିବଙ୍କର ନିବାସ ସ୍ଥଳୀ ଭାବେ ପରିଗଣିତ କରାଯାଏ । କିନ୍ତୁ ଏହି ପର୍ବତକୁ ନେଇ ବହୁ ରହସ୍ୟ ଏପର୍ଯ୍ୟନ୍ତ ଲୋକ ଲୋଚନକୁ ଆସିପାରିନାହିଁ । ଏଯାବତ ପୃଥିବୀର ସବୁଠୁ ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ଉପରକୁ ପ୍ରାୟ ୭୦୦୦ ଲୋକ ଚଢି ସାରିଥିବା ବେଳେ କୈଳାସ ଶିଖରକୁ ଆଜି ପର୍ଯ୍ୟନ୍ତ କେହି ଛୁଇଁ ପାରିନାହାନ୍ତି । ଯେବେକି ଏଭରେଷ୍ଟ ଉଚ୍ଚତା ଠାରୁ କୈଳାସର ଉଚ୍ଚତା ପ୍ରାୟ ୨୦୦୦ ମିଟର କମ । କାହିଁ କେଉଁ କାଳରୁ ଏ ପର୍ବତକୁ ନେଇ ବହୁ ଲୋକ କାହାଣୀ ମାନ ପ୍ରଚଳିତ ହୋଇଆସୁଛି । କେତେକଙ୍କ ମତରେ ଏଠାରେ ଭଗବାନ ମହାଦେବ ଶିବ ପ୍ରତ୍ୟକ୍ଷ ଭାବେ ବାସ କରୁଥିବାରୁ ଏଠାକୁ କୌଣସି ବ୍ୟକ୍ତି ଜୀବିତ ଅବସ୍ଥାରେ ଆସିପାରନ୍ତି ନାହିଁ । ମଣିଷର ମୃତ୍ୟୁ ପରେ ବା ଯେଉଁ ବ୍ୟକ୍ତି ନିଜ ଜୀବନ କାଳ ଭିତରେ କୌଣସି ପାପ କରିନଥାଏ ସେ ହିଁ କେବଳ ଏହାର ଶିଖର ପର୍ଯ୍ୟନ୍ତ ପହଞ୍ଚି ପାରିଥାଏ ।

kailasha

ଏହା ମଧ୍ୟ କୁହାଯାଏ କି ଏହି ପବିତ୍ର ପର୍ବତକୁ ଚଢ଼ିବାକୁ ଚେଷ୍ଟା କରିବା କ୍ଷଣି ବ୍ୟକ୍ତି ନିଜ ଦୃଷ୍ଟି ଶକ୍ତି ହରାଇ ବସେ । ଏହି କାରଣରୁ ବି ଏହି ଶିଖରକୁ ଆଜି ପର୍ଯ୍ୟନ୍ତ କେହି ଚଢି ପାରି ନାହାନ୍ତି । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜଣେ ପର୍ବତାରୋହୀ ନିଜ ବହିରେ ଲେଖିଥିଲେ କି ଏହି ପର୍ବତ ଉପରେ ମଣିଷ ଶରୀରର କେଶ ଓ ନଖ ଖୁବ ତୀବ୍ର ଗତିରେ ବଢିବାକୁ ଲାଗିଥାଏ । ଆଉ ମଧ୍ୟ ପର୍ବତରେ ଅଧିକ ମାତ୍ରାରେ ରେଡ଼ିଓ ଆକ୍ଟିଭ ରହିଥାଏ । ଯାହାକି ମନୁଷ୍ୟ ସମେତ କୌଣସି ଜୀବ ଜଗତକୁ ତିଷ୍ଠିବାକୁ ଅସମ୍ଭବ କରିଦେଇଥାଏ । ଅନ୍ୟ ପକ୍ଷରେ କୈଳାସ ପର୍ବତର ଶ୍ଳୋପ ୬୫ ଡିଗ୍ରୀ ଠାରୁ ଅଧିକ ରହିଥାଏ । ଯାହା ଦ୍ୱାରା ଏହି ପର୍ବତ ଚଢିବା ଅସମ୍ଭବ ମଧ୍ୟ ହୋଇଥାଏ । ରୁଷର ଏକ ପର୍ବତାରୋହୀଙ୍କ ଅନୁଯାୟୀ ସେ ଯେବେ ଏହାର ନିକଟବର୍ତ୍ତୀ ହୋଇଥିଲେ ତାଙ୍କ ଛାତିର ବେଗ ହଟାତ ବଢିଯାଇଥିଲା । ସେ ଖୁବ ଅଣନିଶ୍ୱାସୀ ଅନୁଭବ କରିଥିଲେ ।

ଏହା ସହ ପଢନ୍ତୁ; ସମାଜ ମଙ୍ଗଳ ଉଦ୍ଦେଶ୍ୟରେ କରନ୍ତୁ ଜ୍ଞାନର ଉପଯୋଗ, ଏହି ପରି ଜାଣନ୍ତୁ ମହାଭାରତରୁ ମିଳିଥିବା ଆଉକିଛି ମହତ ଶିକ୍ଷା ସମ୍ପର୍କରେ

ନିଜେ ଖୁବ ଦୁର୍ବଳ ଅନୁଭବ କରିବା ସହ ତାଙ୍କ ମନକୁ ଅଜବ ଚିନ୍ତାଧାରା ଆସିବାକୁ ଲାଗିଥିଲା । ପରିସ୍ଥିତି ଅସହ୍ୟ ହେବାରୁ ସେ ବାଧ୍ୟ ହୋଇ ତଳକୁ ଓଲ୍ହାଇ ଆସିଥିଲେ । ଆଜକୁ ୧୮ ବର୍ଷ ପୂର୍ବେ ୨୦୦୧ ମସିହାରେ ଚୀନର ଏକ ଦଳକୁ ଏହି ପର୍ବତ ଚଢିବା ପାଇଁ ଅନୁମତି ମିଳିଥିଲା ।କିନ୍ତୁ ଏବେ ଏହା ଉପରେ ସମ୍ପୂର୍ଣ୍ଣ ରୂପେ ରୋକ ଲଗାଯାଇଛି । ଉଭୟ ଭାରତ ଓ ତିବ୍ବତ ଦେଶର ଲୋକେ ଏହାକୁ ଏକ ପବିତ୍ର ସ୍ଥଳୀ ରୂପେ ମାନୁ ଥିବାରୁ ଏଠିକି କାହାକୁ ଚଢିବା ବାରଣ କରାଯାଇଛି । କିନ୍ତୁ ଆଜକୁ ୯୨ ବର୍ଷ ତଳେ ୧୯୨୮ ମସିହାରେ ମିଲା ରେପା ନାମୀ ଜଣେ ବୌଦ୍ଧ ଭିକ୍ଷୁ ଏଠାକୁ ଚଢିବାରେ ସଫଳ ହୋଇଥିଲେ ଓ ଜୀବିତ ଅବସ୍ଥାରେ ତଳକୁ ଓଲ୍ହାଇ ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.