ଆସନ୍ତା ମାର୍ଚ୍ଚ ୪ରେ ମହାଶିବରାତ୍ରି , ଜାଣନ୍ତୁ କେମିତି କରିବେ ମହାଦେବଙ୍କୁ ପ୍ରସନ୍ନ

ମହାଶିବ ରାତ୍ରି ଦିନଟି ଭଗବାନ ଶିବଙ୍କ ଭକ୍ତମାନଙ୍କ ପାଇଁ ମହତ୍ବପୂର୍ଣ୍ଣ ଦିନ ହୋଇଥାଏ। ଏହି ଦିନ ଶ୍ରଦ୍ଧାଳୁମାନେ ନିଜର ମନସ୍କାମନା ପୂର୍ଣ୍ଣ ହେବା ପାଇଁ ଭଗବାନ ଶିବଙ୍କର ପୂଜା କରିଥାନ୍ତି। ଏହି ଦିନ ସବୁ ମନ୍ଦିରରେ ଭିଡ଼ ଲାଗି ରହିଥାଏ। ଭକ୍ତମାନେ ଏହି ଦିନ ଭଗବାନ ଶିବଙ୍କ ପାଖରେ ଫଳ, ଜଳ ଏବଂ କ୍ଷୀର ଲାଗି କରିଥାନ୍ତି। ଏହି ମହତ୍ବପୂର୍ଣ୍ଣ ଦିନରେ କିଛି ଲୋକ ରୁଦ୍ରାଭିଷେକର ଆୟୋଜନ କରିଥାନ୍ତି। କାରଣ ଏହି ଦିନ ରୁଦ୍ରାଭିଷେକ କରାଗଲେ ସୁଫଳ ହୋଇଥାଏ।

ଜାଣନ୍ତୁ ଏହି ବର୍ଷ କେଉଁ ଦିନ ପଡ଼ୁଛି ମହାଶିବ ରାତ୍ରି :

sivaଚଳିତ ବର୍ଷ ମାର୍ଚ୍ଚ ୪ରେ ପଡ଼ୁଛି ମହାଶିବ ରାତ୍ରି। ଏହି ଦିନ ଶିବ ଭକ୍ତ ମାନଙ୍କ ପାଇଁ ଖୁସି କଥା ହେଉଛି ସୋମବାରଟି ଶିବଙ୍କ ଦିନ ହୋଇଥିବାରୁ ଏଥର ମହାଶିବ ରାତ୍ରି ସୋମବାରେ ହିଁ ପଡ଼ୁଛି। ଏହା ବ୍ୟତିତ ମହାଶିବ ରାତ୍ରିର ବ୍ରତ ନକ୍ଷତ୍ର ଅନୁସାରେ ମଙ୍ଗଳବାର ୫ମାର୍ଚ୍ଚ ୨୦୧୯ରେ ପାଳନ ହେବ।

ଫଗୁଣ ମାସର ମହାଶିବ ରାତ୍ରିରେ ଭଗବାନ ଶିବ ଏବଂ ମା ପାର୍ବତୀଙ୍କର ବିବାହ ହୋଇଥିଲା। ଏହି କାରଣରୁ ଏହି ପର୍ବକୁ ମହାଶିବ ରାତ୍ରି କୁହାଯାଇଥାଏ। ଏହି ଦିନ ଭଗବାନ ଶିବଙ୍କ ପୂଜା ବିଧି ବିଧାନ ସହିତ କରାଯାଇଥାଏ ଏବଂ ଏହି ଦିନ ଶିବଙ୍କ ଉପରେ ଜଳ ଲାଗି କଲେ ଭଗବାନ ମନୁଷ୍ୟର ମନସ୍କାମନା ପୂର୍ଣ୍ଣ କରିଥାନ୍ତି।

lord-shivaହିନ୍ଦୁ ଧର୍ମ ଅନୁସାରେ ଭଗବାନ ଶିବଙ୍କ ପୂଜା କରିବା ସମୟରେ ବେଲପତ୍ର, ମହୁ, ଦହି, ଶାକର, କ୍ଷୀର ଏବଂ ଗଙ୍ଗାଜଳରେ ଅଭିଷେକ କରିବା ଉଚିତ। ଏପରି କରିବା ଦ୍ବାରା ସବୁ ସମସ୍ୟା ଦୂର ହେବା ସହିତ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ।

ଏକ ବର୍ଷରେ ଥରେ ମହାଶିବରାତ୍ରି ଏବଂ ୧୧ଥର ଶିବରାତ୍ରି ପଡ଼ିଥାଏ, ଯାହାକୁ ମାସିକ ଶିବରାତ୍ରି ରୂପେ ପାଳନ କରାଯାଇଥାଏ। ଶାସ୍ତ୍ର ଅନୁସାରେ ଦେବୀ ସରସ୍ବତୀ, ଲକ୍ଷ୍ମୀ, ପାର୍ବତୀ, ସୀତା ଏବଂ ଦେବୀ ଗାୟତ୍ରୀ ମଧ୍ୟ ମାସିକ ଶିବରାତ୍ରୀର ବ୍ରତ କରି ଭଗବାନ ଶିବଙ୍କ କୃପାରୁ ଅନନ୍ତ ଫଳ ପ୍ରାପ୍ତ କରିଥିଲେ।