Below header

କଣ ଆପଣ ଜାଣିଛନ୍ତି ଜଜ୍ ଏବଂ ମାଜିଷ୍ଟ୍ରେଟ୍‌ଙ୍କ ମଧ୍ୟରେ କଣ ରହିଛି ପାର୍ଥକ୍ୟ ?

ଅନେକ ଲୋକ ଜଜ୍ ଏବଂ ମାଜିଷ୍ଟ୍ରେଟ୍‌ଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଭଲ ଭାବରେ ଜାଣି ନାହାନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ଦୁଇ ପଦବି ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ। ତେବେ ଆସନ୍ତୁ ଜାଣିବା। ଜଜଙ୍କୁ ନ୍ୟାୟାଧୀଶ ବା ବିଚାରପତି ଏବଂ ମାଜିଷ୍ଟ୍ରେଟ୍‌ଙ୍କୁ ଦଣ୍ଡାଧିକାରୀ କୁହାଯାଏ। ସାଧାରଣତଃ ଆଇନ୍‌ର ଭାଷାରେ କେସ୍ ବା ମାମଲା ଦୁଇ ପ୍ରକାରର ଥାଏ। ଗୋଟିଏ ହେଉଛି ସିଭିଲ ଓ ଅନ୍ୟଟି କ୍ରିମିନାଲ । ଏବେ ପ୍ରଶ୍ନ କେଉଁ ପ୍ରକାର ଘଟଣା ସିଭିଲ ମାମଲାରେ ଆସିଥାଏ। ଯେଉଁ ମାମଲା ଅଧିକାର ବା ମାନସମ୍ମାନ ସହ ଜଡିତ ଥାଏ ତାହାକୁ ସିଭିଲ ମାମଲା କୁହାଯାଏ। ଜମିଜମା ମାମଲା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ସେହିପରି ହତ୍ୟା, ଡକାୟତି ଭଳି ଘଟଣାକୁ ଅପରାଧିକ ମାମଲା କୁହାଯାଏ ।

lawerଧରାଯାଉ ଆପଣଙ୍କ ଘର ଉପରେ କେହି କବ୍ଜା କରି ରହିଛନ୍ତି ତେବେ ଆପଣ ତାଙ୍କ ଉପରେ ସିଭିଲ କେସ୍ କରିବେ ଏବଂ ଘର ଖାଲି କରିବା ପାଇଁ ଦାବି କିମ୍ବା କ୍ଷତିପୂରଣ ଲାଗି ଯଦି ଦାବି କରନ୍ତି ତେବେ ଏହସବୁ ମାମଲାର ସିଭିଲ ଜଜ୍ ବିଚାର କରନ୍ତି । ଅପରାଧିକ ମାମଲାକୁ କ୍ରିମିନାଲ କୋର୍ଟକୁ ପଠାଯାଏ । ଏହି ମାମଲାର ଶୁଣାଣି ଯିଏ କରନ୍ତି ତାଙ୍କୁ ଦଣ୍ଡାଧିକାରୀ ବା ମାଜିଷ୍ଟ୍ରେଟ୍ କୁହାଯାଏ।

ଏହାସହ ପଢନ୍ତୁ : ରୁଷ୍‌ ସୈନିକଙ୍କ ମୁହଁରେ ଭାରତୀୟ ଦେଶାତ୍ମବୋଧକ ସଂଗୀତ, ଶୁଣିଲେ ଗର୍ବରେ ଫୁଲି ଉଠିବ ଛାତି

ମାଜିଷ୍ଟ୍ରେଟଙ୍କ କ୍ଷମତା ବିଚାରପତିଙ୍କ ତୁଳନାରେ କମ୍ । ମାଜିଷ୍ଟ୍ରେଟ ଜଣେ ସିଭିଲ ଅଧିକାରୀ ଅଟନ୍ତି। ଯିଏ କୌଣସି ବିଶେଷ କ୍ଷେତ୍ର ଅର୍ଥାତ ଜିଲ୍ଲା ବା ସହରରେ ଆଇନର ତଦାରଖ କରନ୍ତି। ଏ ହା ଏକ ଇଂରାଜୀ ଶବ୍ଦ । ଏମାନେ ସାଧାରଣତଃ କ୍ରିମିନାଲ କେସର ଶୁଣାଣି କରନ୍ତି। ସେହିପରି ଜିଲ୍ଲା ମାଜିଷ୍ଟ୍ରେଟ କିମ୍ବା କଲେକ୍ଟର ଜିଲ୍ଲାର ମୁଖ୍ୟ କାର୍ଯ୍ୟକାରୀ ପ୍ରଶାସନିକ ବା ରାଜସ୍ୱ ଅଧିକାରୀ ଅଟନ୍ତି।

Indian legal systemଜଜ୍‌ଙ୍କ ବିଷୟରେ ଜାଣନ୍ତୁ

ନ୍ୟାୟାଧୀଶ ବା ବିଚାରପତିର ଅର୍ଥ ହେଉଛି ଯିଏ ନିର୍ଣ୍ଣୟ ବା ସିଦ୍ଧାନ୍ତ ନିଅନ୍ତି। ବିଚାରପତି ଅଦାଲତର କାର୍ଯ୍ୟ ପରିଚାଳନା କରନ୍ତି। କୌଣସି ମାମଲାରେ ସେ ନିଜେ କିମ୍ବା ନିଜ ପ୍ୟାନେଲ୍‌ ସହାୟତାରେ ନିଷ୍ପତ୍ତି ନେଇଥାନ୍ତି । ବିଚାରପତି ହେଉଛନ୍ତି ସିଏ ଯିଏ ମାମଲାର ବିଭିନ୍ନ ତଥ୍ୟ ଏବଂ ପ୍ରମାଣକୁ ନେଇ ଶୁଣାଣି ଓ ବିଚାର କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଣ୍ଣୟ ନେଇଥାନ୍ତି। ସେହିପରି ଜଣେ ମାଜିଷ୍ଟ୍ରେଟ ନିଜ ଅଞ୍ଚଳର ନ୍ୟାୟିକ ଅଧିକାରୀ ଅଟନ୍ତି ଯିଏ ବିଶେଷ କ୍ଷେତ୍ରରେ ଆଇନ୍ ଏବଂ ବ୍ୟବସ୍ଥା କିଭଳି ସୂଚାରୁ ରୂପେ ପାଳନ କରାଯିବ ସେହି ଦାୟିତ୍ୱରେ ରୁହନ୍ତି ।

judgeଜଣେ ମାଜିଷ୍ଟ୍ରେଟ୍ ଛୋଟ ଛୋଟ ମାମଲାର ଶୁଣାଣି କରୁଥିବା ବେଳେ ଜଣେ ବିଚାରପତି କେବଳ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥାନ୍ତି । ନ୍ୟାୟିକ ମାଜିଷ୍ଟ୍ରେଟ୍ ଏବଂ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ଉଚ୍ଚ ନ୍ୟାୟାଳୟ ଦ୍ୱାରା ନିଯୁକ୍ତ ହୋଇଥାନ୍ତି ଏବଂ ରାଜ୍ୟପାଳ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିଯୁକ୍ତ କରନ୍ତି। ସେହିପରି ରାଷ୍ଟ୍ରପତି ସୁପ୍ରିମକୋର୍ଟର ଜଜଙ୍କୁ ନିଯୁକ୍ତି ଦେଉଥିବା ବେଳେ ହାଇକୋର୍ଟ ଜଜଙ୍କୁ ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ କରିଥାନ୍ତି । ମାଜିଷ୍ଟ୍ରେଟଙ୍କ ପାଖରେ ଜୋରିମନା ଏବଂ ବିଶେଷ ସ୍ଥିତିରେ କାର୍ଯ୍ୟାନୁଷ୍ଠାନ ଓ ଶୁଣାଣି କରିବାର କ୍ଷମତା ରହିଥାଏ। ସେହିପରି ଜଜଙ୍କ ପାଖରେ ଆଜୀବନ କାରାଦଣ୍ଡାଦେଶ ଏବଂ ଗମ୍ଭୀର ଅପରାଧ ମାମଲାରେ ଫାଶି ଦଣ୍ଡାଦେଶ ଦେବାର ମଧ୍ୟ ଅଧିକାର ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.