ଏଣିକି ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଧରିବ ସିସିଟିଭି, ଡାକରେ ଘରକୁ ଯିବ ଚାଲାଣ; ଗଣିବେ ଫାଇନ୍‌

ଭୁବେନେଶ୍ବର(କେନ୍ୟୁଜ୍): ପୋଲିସ୍‌ ଥାଉ କି ନଥାଉ ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଆପଣଙ୍କୁ ଗଣିବାକୁ ହେବ ଫାଇନ୍‌ ।  ପୋଲିସ ନ ଧରିଲେ ବି CCTV ଜରିଆରେ ଚିହ୍ନଟ ହେବେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀ। ଆସନ୍ତାକାଲିଠୁ କମିଶନରେଟ ପୋଲିସରେ ଆରମ୍ଭ ହେବ ଟ୍ରାଫିକ ଉଲ୍ଲଂଘନ ଚିହ୍ନଟ ବ୍ୟବସ୍ଥା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ରୂପାଲି ଛକରୁ ଏହା ଆରମ୍ଭ ହେବ। ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଆଗକୁ ଆଉ ରାସ୍ତାରେ ଚାଲାଣ କଟା ଯିବନି। ଡାକରେ ଘରକୁ ଯିବ ଚାଲାଣ। ନିୟମ ଉଲ୍ଲଂଘନକାରୀଙ୍କ ଖାତାରେ ପଡିବ ବକେୟା । RTO ଅଫିସ୍‌ର ଖାତାରେ ଗଡି ଚାଲିବ ଜରିମାନା। ଖାତାରେ ଗଡୁଥିବା ଜରିମାନା ସୁଧ ସହ ଦେବେ । ଲୋକଙ୍କ ସହ ଯୁକ୍ତି ତର୍କ ନକରିବାକୁ କର୍ମଚାରୀଙ୍କୁ କୁହାଯାଇଥିବା କହିଛନ୍ତି ପୋଲିସ କମିଶନର। ଜୋରିମାନା ଭଲରେ ନଦେଲେ ତାଙ୍କର ଖାତାରେ ଗଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.