Below header

କୋଲକାତାର ରେଡ ଲାଇଟ ଏରିଆ ‘‘ସୋନାଗାଛି’’ , କଣ ଏଠାରେ ସୁନାର ଗଛ ଥିଲା? ଜାଣନ୍ତୁ ନାମ ପଛର ରହସ୍ୟ

‘‘ସୋନାଗାଛି’’, ଏହି ଶବ୍ଦ ଆପଣ ନିଶ୍ଚୟ ଶୁଣିଥିବେ, କେବେ ବହିରେ ତ ଆଉ କେବେ ଗପରେ। ଆଉ କେବେ ଦୁଃଖି ଝିଅର କରୁଣ କାହାଣୀ ଆପଣଙ୍କ ନିଦ ହଜେଇ ଦେଇଥିବ। କୋଲକାତା ସହରର ବହୁଚର୍ଚ୍ଚିତ ଇଲାକା ହେଉଛି ସୋନାଗାଛି। ଏଠାରେ ପ୍ରତି ଘରୁ କ୍ରନ୍ଦନର ସ୍ୱର ଶୁଣିବାକୁ ମିଳେ। ଆଉ ପ୍ରତ୍ୟେକଟି ଶବ୍ଦ କହେ କିଛି ଅଲଗା କାହାଣୀ। କାହା ପାଇଁ ଏହି ଯାଗା ଏକ ମନୋରଞ୍ଜନ, ଯେଉଁଠାରେ ଟଙ୍କା ବଦଳରେ ସଉଦା ହୁଏ ତ କାହା ପାଇଁ କେବଳ ଘନ ଅନ୍ଧକାର ବ୍ୟତୀତ ଅନ୍ୟ କିଛି ନୁହେଁ । କଣ ଭାବୁଛନ୍ତି ଏହି ଜାଗାର ନାମ ସୋନାଗାଛି କାହିଁକି? ଏପରି ନାମକରଣ ପଛର ରହସ୍ୟ ବାବଦରେ ଆପଣଙ୍କ ମନକୁ କଣ କେବେ ପ୍ରଶ୍ନ ଆସିଛି ? ଆପଣ ଭାବୁଛନ୍ତି କି ପଶ୍ଚିମବଙ୍ଗ ରାଜଧାନୀର ଏହି ଚର୍ଚ୍ଚିତ ଅଂଚଳରେ ସୁନା ଗଛ ଅଛି ? ଯଦି ହଁ, ତେବେ କଥାଟି ସେମିତି ନୁହେଁ। ଆମେ ଆଜି ଆପଣଙ୍କୁ ଏହି ଅଂଚଳ ପଛର ରହସ୍ୟ ବାବଦରେ ଜଣାଇବୁ ଆଉ ଏହି ଅଞ୍ଚଳର ନାମ ଏପରି ସୋନା ଗାଛି କାହିଁକି ତାହା ସମ୍ପର୍କରେ ବି ଜଣାଇବୁ।

sonagaji୩୦୦ ବର୍ଷରୁ ବି ପୁରୁଣା ହୁଗୁଳି ନଦୀ କୂଳରେ ଅବସ୍ଥିତ କୋଲକାତା ସହର ଅନେକ ଜିନିଷକୁ ନେଇ ଖୁବ୍‌ ଚର୍ଚ୍ଚିତ। ସେ ହିଲସା ମଛଲୀ ହେଉ ବା ଫିଲ୍ମ କିମ୍ବା ଗୀତ ସଂଗୀତ କିନ୍ତୁ କୋଲକାତା ଆଉ ଏକ ଜିନିଷ ପାଇଁ ମଧ୍ୟ ବେଶ ପ୍ରସିଦ୍ଧ। ତାହା ହେଉଛି ସୋନାଗାଛି, ଏହା କୋଲକାତାର ଏକ ବହୁଚର୍ଚ୍ଚିତ ଅଞ୍ଚଳ। କୁହାଯାଏ ଏହା ଏକ ରେଡ ଲାଇଟ ଏରିଆ। ଆମ ଜୀବନରେ ଏହି ରଙ୍ଗ ବିପଦର ସଂକେତ ଦେଇଥାଏ। ଆମକୁ ହଠାତ୍‌ ଅଟକି ଯିବାକୁ ଇଶାରା ଦେଇଥାଏ। ସୋନାଗାଛି ହେଉଛି ଦେହ ବ୍ୟବସାୟର ଏମିତି ଏକ ଚର୍ଚ୍ଚିତ ଇଲାକା ଯେଉଁଠି ମନ କମ, ବରଂ ଟଙ୍କା ପାଇଁ ଦେହର ସଉଦା ଚାଲେ। ସମାଜର ଆଖିରେ ଏହି ଅଂଚଳଟି ଏମିତି ଏକ ସ୍ଥାନ, ଯାହାକୁ କୁନଜରରେ ଦେଖାଯାଏ। ଦେହଜୀବୀ ଓ ଗ୍ରାହକଙ୍କ ମଧ୍ୟରେ ଏଠାରେ ମୂଲଚାଲ ହୁଏ ଆଉ ତା’ପରେ ଦେହଭୋଗ ।

sonaaଏକ ଆକଳନ ଅନୁଯାୟୀ ଏସିଆ ମହାଦେଶର ସବୁଠାରୁ ବଡ ଦେହ ବ୍ୟବସାୟ କେନ୍ଦ୍ର ହେଉଛି ସୋନାଗାଛି। ଆଉ ଏଠାରେ ୧୦ ହଜାରରୁ ଅଧିକ ଦେହଜୀବୀ ରୁହନ୍ତି। ସବୁ ବୟସର, ସବୁ କ୍ଷେତ୍ରରୁ ଏବଂ ସବୁ ଧର୍ମର ଝିଅ ଓ ମହିଳା ଏଠାରେ କାମ କରନ୍ତି। ଏହାକୁ ନେଇ ଚର୍ଚ୍ଚା କରିବା ପୂର୍ବରୁ ଲୋକେ ଅଟକିଯାଆନ୍ତି। କେହି ହେଲେ ବି ଜଣେ ଲୋକ ଏଇ ଯାଗାକୁ ନେଇ ଭଲ କୁହନ୍ତିନି। ତଥାପି ମଧ୍ୟ ଏହି ଅଞ୍ଚଳକୁ ନେଇ ସରକାରଙ୍କ ପକ୍ଷରୁ ସ୍ୱୀକୃତି ଦିଆଯାଇଛି। ଏମାନଙ୍କୁ କେହି ମଧ୍ୟ ଏଠାରୁ ହଟାଇ ପାରିବେନି। ତେଣୁ ଅନେକ ବର୍ଷ ଧରି ଏଠାରେ ଏହି ବସ୍ତି ସବୁ ରହିଆସିଛି। ଉତ୍ତର କୋଲକାତାର ଶୋଭାବଜାର ନିକଟସ୍ଥ ଚିତ୍ତ ରଞ୍ଜନ ଏଭିନ୍ୟୁରେ ଥିବା ଏହି ଅଞ୍ଚଳ ପ୍ରାୟ ଶହେ ବର୍ଷ ଧରି ସୋନାଗାଛି ନାମରେ ବେଶ୍‌ ଜଣାଶୁଣା।

sonagତେବେ କିମ୍ବଦନ୍ତୀ କହେ ଯେ ଏହି ଅଞ୍ଚଳର ନାମକରଣ ଜଣେ ମୁସଲମାନ ସନ୍ଥଙ୍କ ନାମ ଅନୁସାରେ ରଖାଯାଇଛି। ଐତିହାସିକ ପି ଟି ନାୟରଙ୍କ ମୁତାବକ ପ୍ରାୟ ୩୦୦ ବର୍ଷ ପୂର୍ବେ ଯେତେବେଳେ କଲିକତା ସହର ସ୍ଥାପନ ହୋଇଥିଲା, ସେତେବେଳେ ସନାଉଲ୍ଲହା ନାମକ କୁଖ୍ୟାତ ଡକାୟତ ତା’ ମା ସହିତ ଏହି ଅଞ୍ଚଳରେ ରହୁଥିଲା । କିଛି ଦିନ ପରେ ଡ଼କାୟତର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ପରେ ଦିନେ ତା’ ମା ଏକ ଶୂନ୍ୟବାଣୀ ଶୁଣିବାକୁ ପାଇଥିଲେ। ତାହା ଥିଲା ଏମିତି- ମା ତୁମେ କାନ୍ଦ ନାହିଁ, ମୁଁ ଗାଜି(ସାଧୁ) ହୋଇସାରିଛି।

gachiiଯଦି କିମ୍ବଦନ୍ତୀକୁ ବିଶ୍ୱାସ କରାଯାଏ, ତେବେ ଡକାୟତ ସନାଉଲ୍ଲହା, ସୋନା ଗାଜି ନାମରେ ଜଣେ ସାଧୁ ଭାବରେ ପରିଣତ ହୋଇସାରିଥିଲେ। ଐତିହାସିକଙ୍କ କହିବା ମୁତାବକ ସୋନା ଗାଜି ନାମରେ ସନାଉଲ୍ଲହାଙ୍କ ମା’ ଏକ ମସଜିଦ ନିର୍ମାଣ କରିଥିଲେ। ଯାହା ସୋନାଗାଜି ନାମରେ ପରିଚିତ ହେବାକୁ ଲାଗିଲା। କିଛି ଦିନ ପରେ ସନାଉଲ୍ଲହାଙ୍କ ମାଆଙ୍କର ମୃତ୍ୟୁ ଘଟିଲା। ତେଣୁ ତାଙ୍କ ଅନ୍ତେ କେହି ବି ଏହି ମସଜିଦର ଦେଖାଶୁଣା ନକରିବାରୁ ଧୀରେ ଧୀରେ ଏହା ବୀଲିନ ହେବାକୁ ଲାଗିଲା। ଆଉ ସମୟ କ୍ରମେ ସୋନା ଗାଜିରୁ ଏହି ଅଂଚଳ ଲୋକମୁଖରେ ସୋନାଗାଛିରେ ପରିଣତ ହୋଇଗଲା। କିନ୍ତୁ ଏହାର ପ୍ରାରମ୍ଭିକ ଇତିହାସ ବିଷୟରେ ବିଶେଷ କିଛି ସୂଚନା ଏଯାବତ୍‌ ମିଳିନାହିଁ। କିନ୍ତୁ କୁହାଯାଏ ଏହା ପୂର୍ବରୁ ବାଣିଜ୍ୟର କେନ୍ଦ୍ରସ୍ଥଳୀ ଥିଲା। ବଡ ବଡ ବ୍ୟବସାୟୀ ଏଠାକୁ ଆସିଥିଲେ, ତେଣୁ ଏଠାରେ ଦେହ ବେପାର ଅତି ସହଜ ହୋଇଗଲା। ଆଉ ପରେ ପରେ ରେଡ ଲାଇଟ ଏରିଆ ପାଲଟିଗଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.