‘ମୋ ଶରୀରରେ ଟିକା ନୁହେଁ, ପେଗ୍‌ କାମ ଦେବ’: ରାଜଧାନୀର ଏକ ମଦ ଦୋକାନ ସାମ୍ନାରେ ଠିଆ ହୋଇ ଏମିତି କହିଲେ ମହିଳା; ଦେଖନ୍ତୁ ଭିଡିଓ

ଦିଲ୍ଲୀରେ ୬ ଦିନିଆ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଆଜି ରାତି ୧୦ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀ ସହରରେ ଲକ୍‌ଡାଉନ୍‌ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏ ଅବସରରେ ଦିଲ୍ଲୀ ସହରରେ ମଦ ଦୋକାନ ମଧ୍ୟ ବନ୍ଦ ରହିବ। କେଜରିଓ୍ଵାଲଙ୍କ ଏହି ନିଷ୍ପତ୍ତି ପରେ ସହରର ମଦ ଦୋକାନରେ ଲୋକମାନେ ପ୍ରବଳ ଭିଡ଼ ଜମାଇଛନ୍ତି।

ଏ ଅବସରରେ କିଛି ଲୋକ ମଦକୁ ଅତ୍ୟାବଶୀୟ ସାମଗ୍ରୀ ବୋଲି ମଧ୍ୟ କହିଛନ୍ତି। ଜଣେ ଯୁବକ କହିଛନ୍ତି, ସେ ନିଜ ପାଇଁ ନୁହେଁ ମାଲିକ ପାଇଁ ମଦ ନେବାକୁ ଆସିଛନ୍ତି। ସେହିପରି ଆଉ କିଛି ଲୋକ କହିଛନ୍ତି- କରୋନା କାଳରେ ସରକାରଙ୍କୁ ଆର୍ଥିକ ସଙ୍କଟରୁ ମୁକ୍ତ କରିବା ପାଇଁ ସେମାନେ ମଦ କିଣିବାକୁ ଆସିଛନ୍ତି।

ଦିଲ୍ଲୀର କେତେକ ଦୋକାନରେ ମହିଳାମାନେ ମଧ୍ୟ ମଦ କିଣିବାକୁ ଭିଡ଼ ଜମାଇଛନ୍ତି। ଶିବପୁରୀ ଗୀତା କଲୋନୀ ସ୍ଥିତ ଏକ ଦୋକାନ ବାହାରେ ଠିଆ ହୋଇଥିବା ଜଣେ ମହିଳା କହିଛନ୍ତି- ମୋ ଉପରେ କୋଭିଡ-୧୯ ଟିକାର କୌଣସି ପ୍ରଭାବ ପଡ଼ିବ ନାହିଁ। ଆଲକହଲ ଲାଭ ଦେବ। କରୋନା ମେଡିସିନ୍‌ ଶରୀରରେ କାମ ଦେବନି ବରଂ ପେଗ୍‌ କାମ ଦେବ। ମହିଳା କହିଛନ୍ତି, ଆସନ୍ତା ୬ ଦିନ ଲକ୍‌ଡାଉନ୍‌ ଯୋଗୁ ମଦ ମିଳିବନି। ଏଣୁ ସେ ଏବେଠୁ ମଦ କିଣିନେବାକୁ ଆସିଛନ୍ତି। ମଦ ପିଇଲେ ସବୁ ଠିକ୍‌ ରହିବ ବୋଲି ମହିଳା ଜଣକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.