ବମ୍ପର ଚାକିରି ଘୋଷଣା! TCS, Infosys, Wipro ଓ HCL Tech ଚଳିତ ବର୍ଷ ୧ ଲକ୍ଷ ଫ୍ରେସରଙ୍କୁ ଦେବେ ଚାକିରି

ଭାରତର ଯୁବ ପ୍ରଫେଶନଲ୍ସଙ୍କ ପାଇଁ ଖୁସି ଖବର। ଦେଶର ୪ ବଡ଼ ଆଇଟି କମ୍ପାନୀ ବିତ୍ତବର୍ଷ ୨୦୨୨ରେ ୧ ଲକ୍ଷରୁ ଅଧିକ ଫ୍ରେସର୍ସଙ୍କୁ ଚାକିରି ଦେବେ। ଏହି କମ୍ପାନୀଗୁଡ଼ିକ ହେଉଛି TCS, Infosys, Wipro ଏବଂ HCL Tech। ଟପ୍‌ ଆଇଟି କମ୍ପାନୀ TCS, Infosys ଏବଂ Wipro ଗତବର୍ଷ ତୁଳନାରେ ବିତ୍ତବର୍ଷ ୨୦୨୧ରେ ୪୫ ପ୍ରତିଶତ ଚାକିରି ଦେଇଛନ୍ତି।

ଆଇଟି ପ୍ରଫେଶନଲ୍ସଙ୍କୁ ଚାକିରି ଦେବାର ଏହି ପ୍ରକ୍ରିୟା ବେତନ ବୃଦ୍ଧି ଏବଂ ବୋନସ୍‌ ସହିତ ଜାରି ରହିବ। ଚଳିତବର୍ଷ ଆଇଟି କ୍ଷେତ୍ରରେ ବଢ଼ିଯାଇଥିବା ଡିମାଣ୍ଡକୁ ପୂରା କରିବା ପାଇଁ TCS, Infosys, Wipro ଏବଂ HCL Tech ପାଖାପାଖି ୧ ଲକ୍ଷ ନୂଆ ଲୋକଙ୍କୁ ନିଜ କମ୍ପାନୀରେ ଚାକିରି ଦେବାକୁ ଯୋଜନା କରୁଛନ୍ତି।
TCS କହିଛି, କମ୍ପାନୀ ଦ୍ୱାରା ବିତ୍ତବର୍ଷ ୨୦୨୨ରେ ୪୦ ହଜାର ନୂଆ ଲୋକଙ୍କୁ ଚାକିରି ଦିଆଯିବ। ଏଥି ସହିତ କମ୍ପାନୀର ମୋଟ କର୍ମଚାରୀଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ ହୋଇଯିବ। ସେପଟେ Infosys ଦ୍ୱାରା ୨୬ ହଜାର ଲୋକଙ୍କୁ ଚାକିରି ଦିଆଯିବ। ଯେତେବେଳେ କି HCL Tech ଦ୍ୱାରା ୧୨ ହଜାର ଲୋକଙ୍କୁ ହାୟର କରାଯିବ।

ଯଦିଓ Wipro ଦ୍ୱାରା ଏହା କୁହାଯାଇ ନାହିଁ କି, କମ୍ପାନୀ ଏଥର କେତେ ନୂଆ ଲୋକଙ୍କୁ ଚାକିରି ଦେବ। କମ୍ପାନୀର ମୁଖ୍ୟ ମାନବ ସଂସାଧନ ଅଧିକାରୀ(Chief Human Resources Officer) ସୌରଭ ଗିଲ୍‌ କହିଛନ୍ତି, କମ୍ପାନୀ ପକ୍ଷରୁ ଗତବର୍ଷ ତୁଳନାରେ ବିତ୍ତବର୍ଷ ୨୦୨୨ରେ ଅଧିକ ଲୋକଙ୍କୁ ଚାକିରି ଦିଆଯିବ। କହି ରଖୁଛୁ, ଗତବର୍ଷ ଅର୍ଥାତ୍‌ ବିତ୍ତ ବର୍ଷ ୨୦୨୧ରେ କମ୍ପାନୀ ୯ ହଜାର ଲୋକଙ୍କୁ ଚାକିରି ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.