ନବରାତ୍ରିରେ ମା’ଙ୍କୁ ଏହି ବାସନରେ ପ୍ରସାଦ ଅର୍ପଣ କରନ୍ତୁ ଓ ଭୋଗ ଲଗାଇବା ପରେ ତୁରନ୍ତ କରନ୍ତୁ ଏସବୁ କାମ

ବର୍ତ୍ତମାନ ଚାଲିଛି ନବରାତ୍ରି। ଏବେ ପ୍ରାୟ ସବୁ ଘରେ ମା’ଙ୍କ ଆରାଧନା କରାଯାଉଛି। ମା’ଙ୍କ ପୂଜା କରିବା ଅବସରରେ ଦେବୀଙ୍କ ନିକଟରେ ପ୍ରସାଦ ମଧ୍ୟ ଭୋଗ କରାଯାଉଛି। କିନ୍ତୁ ଭଗବାନଙ୍କୁ ଅର୍ପଣ କରିବା ପରେ ଏହି ପ୍ରସାଦକୁ କ’ଣ କରିବା ଉଚିତ୍ ସେ ବିଷୟରେ ପ୍ରାୟତଃ ଲୋକମାନେ ଜାଣି ନଥାନ୍ତି।
ଉକ୍ତ ପ୍ରସାଦକୁ ଖାଇବା ଉଚିତ୍ ନା ଫୋପାଡ଼ିବା ଉଚିତ୍ ନା ସେମିତି ଛାଡ଼ି ଦେବା ଦରକାର ତାହା ଲୋକେ ଜାଣିନଥାନ୍ତି। ଏଥିସହ କେଉଁ ବାସନରେ ଭଗବାନଙ୍କୁ ଭୋଗ ଅର୍ପଣ କରିବା ଉଚିତ୍ ସେ ବିଷୟରେ ବି ଯଦି ଆପଣଙ୍କ ମନରେ ସନ୍ଦେହ ଅଛି ତେବେ ନିଶ୍ଚୟ ପଢ଼ନ୍ତୁ ଏହି ଖବର। କାରଣ ଏସବୁ ଜିନିଷର ପ୍ରଭାବ ସିଧାସଳଖ ଘର ଉପରେ ପଡ଼ିଥାଏ।
ଜ୍ୟୋତିଷଙ୍କ ମୁତାବକ, ସବୁବେଳେ ସୁନା, ଚାନ୍ଦି, ତମ୍ବା, ପଥର, ଯଜ୍ଞ କାଠ କିମ୍ବା ମାଟି ପାତ୍ରରେ ଭଗବାନଙ୍କୁ ନୈବେଦ୍ୟ ଅର୍ପଣ କରିବା ଉଚିତ୍। ଅର୍ପଣ କରାଯାଇଥିବା ନୈବେଦ୍ୟ ତୁରନ୍ତ ନିର୍ମାଲ୍ୟ ପାଲଟିଯାଏ। ଏଣୁ ଭୋଗ କରିବା ପରେ ସଙ୍ଗେ ସଙ୍ଗେ ତାହାକୁ ଉଠାଇ ନେବା ଉଚିତ୍।
ପ୍ରସାଦକୁ ଖାଇବା ଉଚିତ୍ ଓ ଯଥା ସମ୍ଭବ ବାଣ୍ଟିବା ମଧ୍ୟ ଶୁଭ ହୋଇଥାଏ। ଭଗବାନଙ୍କ ସାମ୍ନାରେ ନୈବେଦ୍ୟ ପଡ଼ି ରହିଲେ ଘରେ ନକାରାତ୍ମକ ଉର୍ଜା ସୃଷ୍ଟି ହୁଏ। ଏଣୁ ଦେବତାଙ୍କୁ ସମର୍ପିତ ପ୍ରସାଦକୁ ତୁରନ୍ତ ଉଠାଇ ନେବା ଉଚିତ୍। ଏଭଳି ନ କଲେ ଘରକୁ ବିଶ୍ୱକ୍ସେନ୍, ଚଣ୍ଡେଶ୍ୱର, ଚଣ୍ଡାଂଶୁ ଓ ଚାଣ୍ଡାଳୀ ନାମକ ଶକ୍ତି ଆସିଥାନ୍ତି ବୋଲି କୁହାଯାଏ, ଯାହା ପରିବାରର କ୍ଷତି କରେ।