LIC ପଲିସି ଧାରକଙ୍କ ପାଇଁ ଭଲ ଖବର! Paytmରୁ କରିପାରିବେ ସବୁ ପ୍ରକାର ପେମେଣ୍ଟ, ଦୁହିଁଙ୍କ ମଧ୍ୟରେ ହେଲା ଚୁକ୍ତିନାମା

ଯଦି ଆପଣ ଲାଇଫ୍‌ ଇନସ୍ୟୁରାନ୍ସ କମ୍ପାନୀ(LIC)ରୁ କୌଣସି ପଲିସି କିଣିଛନ୍ତି, ତ ଆପଣଙ୍କ ପାଇଁ ଭଲ ଖବର। ଆପଣ ପଲିସି ପ୍ରିମିୟମର ଭରଣା କିମ୍ବା କୌଣସି ବି ପ୍ରକାର ପଲିସି ସହ ଜଡ଼ିତ ପେମେଣ୍ଟ Paytmରୁ ବି କରିପାରିବେ। LIC, Paytmକୁ ନିଜର ସମସ୍ତ ପ୍ରକାର ଡିଜିଟାଲ ପେମେଣ୍ଟର ସୁବିଧା ଦେବା ପାଇଁ ନିଯୁକ୍ତ କରିଛି। କେତେକ ଅନ୍ୟ ପେମେଣ୍ଟ ଗେଟ୍‌େଓ୍ଵ ସହ ଚୁକ୍ତିନାମା ପରେ LIC, Paytm ସହିତ ଚୁକ୍ତିନାମା କରିଛି। କାରଣ, ଏହାର ଅଧିକାଂଶ ପେମେଣ୍ଟ ଡିଜିଟାଲ ମୋଡ୍‌କୁ ଚାଲିଯାଇଛି।

LIC-Paytm ମଧ୍ୟରେ ଡିଜିଟାଲ ପେମେଣ୍ଟର ଚୁକ୍ତିନାମା

ଖବର ମୁତାବକ, ୧୭ ପେମେଣ୍ଟ ଗେଟ୍‌େଓ୍ଵ LICର ଡିଜିଟାଲ ପେମେଣ୍ଟ ସୁବିଧା ପାଇଁ ଡାକ ଲଗାଇଥିଲେ। Paytmର ମଲ୍ଟିପଲ ପେମେଣ୍ଟ ସର୍ଭିସେଜ୍‌ରେ ଦମଦାର ଉପସ୍ଥିତି ତାହାର ସପକ୍ଷରେ କାମ କରିଥିଲା। ଯେତେବେଳେ କି ବାକି ପେମେଣ୍ଟ ଗେଟେଓ୍ଵ କେବଳ କିଛି ଖାସ୍‌ ସେଗମେଣ୍ଟରେ ହିଁ ବଢ଼ିଆ ରହିଥିଲେ। ଯେପରି UPI କିମ୍ବା କାର୍ଡସ୍‌। ନୂଆ ଚୁକ୍ତିନାମାରୁ ଡିଜିଟାଲ ପେମେଣ୍ଟର ପ୍ରକ୍ରିୟା ଆହୁରି ସହଜ ହେବ। ପେମେଣ୍ଟର ଅଧିକ ବିକଳ୍ପ ମିଳିବ ଏବଂ ଅଧିକ ପ୍ଲେୟର୍ସ ଯେପରି ଓ୍ଵାଲେଟ୍ସ, ବ୍ୟାଙ୍କ ଏଥିରେ ସାମିଲ ହେବେ।

ରିପୋର୍ଟ ମୁତାବକ, କରୋନା ମହାମାରୀ ସମୟରେ LIC ଡିଜିଟାଲ ପେମେଣ୍ଟରେ ବହୁତ ଅଧିକ ବୃଦ୍ଧି ଦେଖିବାକୁ ମିଳିଥିଲା। LIC ଏହି ସମୟରେ ଡିଜିଟାଲ ମୋଡ୍‌ ଜରିଆରେ ୬୦,୦୦୦ କୋଟି ଟଙ୍କାର ପ୍ରିମିୟମ କଲେକ୍ସନ କରିଥିଲା। ତେବେ ଏଥିରେ ବ୍ୟାଙ୍କରୁ କରାଯାଇଥିବା ପେମେଣ୍ଟ ସାମିଲ ନାହିଁ। ଏହା ପାଖାପାଖି ୮ କୋଟି ଟ୍ରାଞ୍ଜାକ୍ସନ, ଯାହାକି ଆହୁରି ବଢ଼ିବାର ସମ୍ଭାବନା ରହିଛି।

LIC, Paytmରୁ କେବଳ ପ୍ରିମିୟମ ପେମେଣ୍ଟ ନୁହେଁ, ବରଂ ସବୁ ପ୍ରକାରର କଲେକ୍ସନକୁ ଡିଜିଟାଲ ଉପାୟରେ କରିବାକୁ ପ୍ରସ୍ତୁତି ଚଳାଇଛି। ଏଥିରେ ବୀମା ଏଜେଣ୍ଟଙ୍କ ତରଫରୁ ରେମିଟାନ୍ସ କଲେକ୍ସନ ବି ସାମିଲ ଅଛି। ଯାହାଙ୍କ ପାଖରେ LICର ପଲିସି ଅଛି, ସେମାନେ ପ୍ରିମିୟମର ଭରଣା GooglePay, PhonePe ଦ୍ୱାରା ବି କରିପାରିବେ।

Paytmରୁ LIC ପ୍ରିମିୟମର ପେମେଣ୍ଟ କରନ୍ତୁ

Paytmକୁ ଯାଇ LIC ସର୍ଚ୍ଚ କରନ୍ତୁ। ଏଠାରେ ଆପଣଙ୍କୁ ନିଜ ପଲିସି ନମ୍ବର ଦେବାକୁ ହେବ। ଯେତେବେଳେ ଆପଣ ପଲିସି ନମ୍ବର ଦେବେ, ଆପଣଙ୍କୁ ପ୍ରିମିୟମ ଦେଖାଯିବ। proceed ଉପରେ କ୍ଲିକ୍‌ କରନ୍ତୁ ଏବଂ ପେମେଣ୍ଟକୁ ପୂରା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.