ଭାରତୀୟ ନୋଟରେ କେତାଟି ଭାଷା ରହିଛି ଓ କଣ ଲେଖାଯାଇଛି ?

ଆମ ଦେଶରେ ଅନେକ ଭାଷାଭାଷୀର ଲୋକେ ବସବାସ କରନ୍ତି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ । ଏକତାର ମନ୍ତ୍ରରେ ଏଠି ସମସ୍ତେ ବନ୍ଧା । ନାଗରିକଙ୍କ ହୃଦୟରେ ଦେଶ ପ୍ରତି ଭଲପାଇବାର ସେହି ପ୍ରତିବଦ୍ଧତା ଭାରତରେ ସବୁବେଳେ ପ୍ରମାଣିତ ହୋଇଛି । ଭାରତରେ ସବୁପ୍ରକାର ଲୋକଙ୍କର ସ୍ଥାନ ଉଚ୍ଚରେ । ତାର ପ୍ରମାଣ ଆପଣ ଭାରତୀୟ କରେନ୍ସିରୁ ଜାଣିପାରିବେ ।

ଆପଣ ବୋଧହୁଏ ଦେଖିଥିବେ ଭାରତୀୟ ନୋଟରେ ବିଭିନ୍ନ ଭାଷା ରହିଛି । କିନ୍ତୁ କଣ ଆପଣ ଜାଣନ୍ତିକି ଏହି ନୋଟ ଉପରେ କେତେ ଭାଷା ରହିଛି ଓ କଣ ଲେଖାଯାଇଛି । ଭାରତୀୟ ନୋଟର ଯାହା ମୂଲ୍ୟ ଥାଏ ସେହି ମୂଲ୍ୟର ସୂଚନା ହିନ୍ଦୀ ଓ ଇଂରାଜୀ ଛଡା ଆହୁରି ଅନେକ ଭାଷାରେ ଲେଖାଯାଇଛି । ଏହି ସୂଚନା ଦ୍ୱାରା ସେହି ରାଜ୍ୟର ବା ସେହି ଅଞ୍ଚଳର ବ୍ୟକ୍ତି ମଧ୍ୟ ସହଜରେ ସେହି ନୋଟ ବିଷୟରେ ପତ୍ତା ଲଗାଇପାରିବ ।

କହିରଖୁଛୁ କି ଭାରତରେ ପାଖାପାଖି ୨୨ ସିକୃତିପ୍ରାପ୍ତ ଭାଷା ରହିଛି । ଏହାମଧ୍ୟରୁ ୧୫ ଭାଷାରେ ନୋଟ ଉପରେ ସୂଚନା ଦିଆୟାଇଥାଏ । ନୋଟ ଉପରେ ଯେଉଁ ବାଷା ଗୁଡିକରେ ଲୋଖାଯାଇଥାଏ । ଯେଉଁଥିରେ ଆସାମୀ, ବଙ୍ଗାଳି, ଗୁଜୁରାଟୀ, କନ୍ନଡ, କଶ୍ମିରୀ, କୌଙ୍କଣୀ, ମାଲାୟାଲା, ମରାଠୀ, ନେପାଳୀ, ଓଡିଆ, ପଞ୍ଜାବୀ, ସଂସ୍କୃତ, ତମିଲ, ତେଲୁଗୁ ଓ ଉର୍ଦ୍ଦୁ ସାମିଲ ଅଟେ ।

ଭାରତରେ ଅଧିକାଂଶ ନୋଟରେ ଏହି ଭାଷାରେ ଲେଖାଯାଇଛି । ଏହି ନିଷ୍ପତ୍ତି ଲେକଙ୍କୁ ନଜରରେ ରଖି କରାଯାଇଛି । କହିରଖୁଛୁ କି ଯେଭଲି ଭାରତରେ କରେନ୍ସିକୁ ଟଙ୍କା ରୁପୟେ କୁହାଯାଏ । ସେହିଭଳି ଭୁଟାନ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ, ମରିସିୟସ, ମାଲଦ୍ୱୀପ ଓ ଇଣ୍ଡୋନେସିଆରେ ବି କରେନ୍ସିକୁ ରୁପୟେ କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.