ରାଜ୍ୟର ୫ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ, ବୌଦ୍ଧରେ ସବୁଠୁ ଅଧିକ

ଗଜପତି (କେନ୍ୟୁଜ୍): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି । ଜଳୁଛି ଓଡ଼ିଶା । ତାତିରେ ଅସ୍ତବ୍ୟସ୍ତ ଜନଜୀବନ । ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ରେକର୍ଡ । ରାଜ୍ୟର ୫ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି । ସୋନପୁର ୪୦.୪, ତାଳଚେର ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ବାରିପଦାରେ ୪୦, ଅନୁଗୁଳ ୪୦.୭ ଡିଗ୍ରୀ ରେକର୍ଡ ହୋଇଛି ।

ସେହିପରି ଏବେ ଗ୍ରୀଷ୍ମ ପ୍ରକୋପ ସାଙ୍ଗକୁ ଲୋକଙ୍କ ପାଇଁ ଦାଉ ସାଧିଛି ଜଳକଷ୍ଟ । ଗଜପତି ପାରଳାଖେମୁଣ୍ଡିରୁ ଏଭଳି କିଛି ଅଭିଯୋଗ ଆସିଛି । ରାସ୍ତା ପାର୍ଶ୍ୱରେ ପାନୀୟଜଳର ବ୍ୟବସ୍ଥା ହୋଇନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ରାସ୍ତାର ପାଶ୍ୱରେ, ଆଖୁରସ, ତରଭୁଜ, ଫଳରସର ପସରା ମେଲିଛି । କିନ୍ତୁ ଗରିବ ଲୋକ ଥଣ୍ଡା ପାନୀୟ କିଣିବାକୁ ସକ୍ଷମ ହୋଇପାରୁ ନାହାନ୍ତି । ଏମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଜଳଛତ୍ରର ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି । ସେପଟେ ପାରଳାଖେମୁଣ୍ଡି ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅତି ଶୀଘ୍ର ଜଳଛତ୍ର ଖୋଲାଯିବା ସହ ଡାକବାଜି ଯନ୍ତ୍ର ଦ୍ୱାରା ଅଶୁଂଘାତ ସର୍ମ୍ପକରେ ସଚେତନତା କରାଯିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.