ଏଥର ଛୁଟିଦିନ କେବେ କେବେ ପଡୁଛି, କେତେଟା ଛୁଟି ଆପଣଙ୍କର ବେକାର ହୋଇଯିବ ଜାଣନ୍ତୁ ବର୍ଷର ପୂରା ଲିଷ୍ଟ

ବର୍ଷ ୨୦୨୩ ଆରମ୍ଭ ହୋଇଯାଇଛି। ନୂଆବର୍ଷକୁ ବଡ ଧୂମଧାମରେ ହିଁ ପାଳନ କରୁଛନ୍ତି ଲୋକେ। ତେବେ ବର୍ଷ ଆରମ୍ଭ ହେଲେ ଲୋକେ ପ୍ରଥମେ ଘରକୁ ଆଣନ୍ତି ନୂତନ ବର୍ଷର କ୍ୟାଲେଣ୍ଡରକୁ। ଯାହାକୁ ଦେଖି ଲୋକମାନେ ପତ୍ତା କରନ୍ତି ଯେ କେଉଁ ପର୍ବ କେଉଁ ଦିନରେ ପଡୁଛି। ଲୋକମାନେ ଏହାରି ହିସାବରେ ନିଜ ନିଜର ପ୍ଲାନିଙ୍ଗ୍‌ କରନ୍ତି। ବିବାହ ଜନ୍ମଦିନ କିମ୍ବା ଓ୍ଵିକେଣ୍ଡ ବୁଲିବା ପ୍ଲାନ ହେଉ କିମ୍ବା ପିଲାଙ୍କ ପରୀକ୍ଷା ଡେଟ ସବୁକିଛିକୁ ଏହି କ୍ୟାଲେଣ୍ଡର ହିସାବରେ ପ୍ଲାନ କରନ୍ତି। ପ୍ରତି ବର୍ଷ ଏମିତି ହୋଇଥାଏ ଯେ ଅନେକ ପର୍ବ ସପ୍ତାହ ଶେଷରେ ପଡିଥାଏ ଏବଂ ବହୁତ ଛୁଟି ବେକାରରେ ବି ପଳାଇଯାଏ। ତେବେ ଏଥର ନୂଆ ବର୍ଷରେ ବି କେତେଟା ଓ୍ଵିକେଣ୍ଡ ପଡୁଛି ଏବଂ କେତେଟା ଛୁଟି ଆପଣଙ୍କର ବେକାର ଯାଉଛି ଆସନ୍ତୁ ତାଉପରେ ନଜର ପକାଇବା।

୧୪ ଜାନୁଆରୀ ୨୦୨୩, ମକର ସଂକ୍ରାନ୍ତି, ପୋଙ୍ଗଲ – ଶନିବାର

୧୪ ଜାନୁଆରୀ ଶନିବାର ପଡୁଛି ଏବଂ ଦିନରେ ମକର ସଂକ୍ରାନ୍ତି ଓ ପୋଙ୍ଗଲ ଉଭୟ ପର୍ବ ପଡୁଛି। ଦୁଇଟି ପର୍ବ ଗୋଟିଏ ଦିନରେ ପଡିଯିବା କାରଣରୁ ଗୋଟେ ଛୁଟି ଆପଣଙ୍କର କମିଗଲା। ଯେଉଁଠି ଫାଇଭ୍‌ ଡେଜର ଓ୍ଵିକ ହୋଇଥାଏ ସେଠାରେ ଏମିତି ବି ଶନିବାର ବନ୍ଦ ରହିଥାଏ। ଏମିତିରେ ଲୋକଙ୍କର ବର୍ଷର ପ୍ରଥମ ମାସରେ ହିଁ ଗୋଟେ ଛୁଟି କମିଯାଉଛି।

୧୮ ଫେବୃୟାରୀ ୨୦୨୩, ମହାଶିବରାତ୍ରୀ, ଶନିବାର

ବର୍ଷ ୨୦୨୩ରେ ମହାଶିବରାତ୍ରୀର ପର୍ବ ଶନିବାର ଦିନ ପଡୁଛି। ଏହିଭଳିଭାବେ ଏହି ଛୁଟି ଓ୍ଵିକେଣ୍ଡରେ ପଡିବା କାରଣରୁ ଏହି ପର୍ବ ଅଲଗା ଭାବେ ଆଉ ମିଳିବନାହିଁ। ଯଦିଓ ଏହାଦ୍ୱାରା ସେହି ଲୋକମାନଙ୍କୁ ଫାଇଦା ହେବ ଯେଉଁମାନଙ୍କୁ କେବଳ ରବିବାର ଛୁଟି ମିଳିଥାଏ। ସେମାନଙ୍କୁ ଶନିବାର ଏବଂ ରବିବାର ଦୁଇଥର ଛୁଟି ମିଳିଯିବ।

୨୨ ଏପ୍ରିଲ ୨୦୨୩, ଇଦ୍‌-ଉଲ୍‌-ଫିତର, ଶନିବାର

ଇଦର ଛୁଟି ବିଷୟରେ ପକ୍କା ସୂଚନା ସେତେବେଳେ ଥାଏ ଯେତେବେଳେ ଆକାଶରେ ଜହ୍ନ ଦେଖାଯାଏ। କିନ୍ତୁ ଏବେ ପର୍ଯ୍ୟନ୍ତ କ୍ୟାଲେଣ୍ଡର ମୁତାବକ ଇଦ୍‌ ୨୨ ଏପ୍ରିଲ ଦିନ ପଡିବ। ଏହି ଦିନ ମଧ୍ୟ ଶନିବାର ପଡୁଛି ଏବଂ ସପ୍ତାହରେ ପାଞ୍ଚ ଦିନ ଛୁଟି ମିଳୁଥିବା ଲୋକଙ୍କର ଗୋଟେ ଛୁଟି ବାତିଲ ହୋଇଯିବ।

୨୨ ଅକ୍ଟୋବର ୨୦୨୩, ଦୁର୍ଗା ଅଷ୍ଟମୀ, ରବିବାର

ଚଳିତ ବର୍ଷ ଦୁର୍ଗା ଅଷ୍ଟମୀ ରବିବାର ଦିନ ପଡୁଛି, ଏଥିପାଇଁ ଆପଣଙ୍କୁ ଦୁଇଟା ଛୁଟି ଗୋଟେ ଦିନରେ ପଡିଯାଉଛି। ଏହାଦ୍ୱାରା ସେହି ଲୋକମାନଙ୍କର କ୍ଷତି ହେବ ଯେଉଁମାନେ ଅଷ୍ଟମୀ ଠାରୁ ନେଇ ଦଶହରା ପର୍ଯ୍ୟନ୍ତ ଛୁଟିକୁ ଏଞ୍ଜୟ କରନ୍ତି। ଏବେ ଏହା କେବଳ ନବମୀ ଏବଂ ଦଶହରା ଦିନ ହିଁ ଛୁଟି ମିଳିବ।

୧୨ ନଭେମ୍ବର ୨୦୨୩, ଦୀପାବଳି, ରବିବାର

ଚଳିତ ବର୍ଷର ବଡ ପର୍ବ ମଧ୍ୟରୁ ଦୀପାବଳି ମଧ୍ୟ ଏଥର ରବିାର ଦିନ ପଡୁଛି। ଏଥର ଦୀପାବଳି ୧୨ ନଭେମ୍ବର ରବିବାର ଦିନ ପଡୁଛି ଏବଂ ଦୀପାବଳି ପାଇଁ ମିଳୁଥିବା ତିନି ରୁ ଚାରି ଦିନ ଛୁଟି ମଧ୍ୟ ଗୋଟେ ଦିନ ଛୁଟି କମ୍‌ ହୋଇଯିବ।

୧୯ ନଭେମ୍ବର ୨୦୨୩, ଛଠ୍‌ ପୂଜା , ରବିବାର

ଏହି ବର୍ଷର ଛଠ୍‌ ପୂଜା ମଧ୍ୟ ରବିାର ଦିନ ପଡୁଛି। ଏଥିପାଇଁ ଏକ ବଡ ଛୁଟି ଆପଣଙ୍କର ବେକାର ହୋଇଯିବ। ଏହି ପୂରା ଲିଷ୍ଟକୁ ଦେଖି ଏହା କୁହାଯାଇପାରିବ ଯେ ଚଳିତ ବର୍ଷର ବହୁତ ଛୁଟି କମ୍‌ ହୋଇଯିବ। କାରଣ ଅଧିକାଂଶ ଛୁଟିଦିନ ଶନିବାର ଓ ରବିବାରରେ ହିଁ ପଡୁଛି। ମୋଟାମୋଟି ଭାବେ କହିବାକୁ ଗଲେ ଏଥର ହଲିଡେ ଭଲ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.