Below header

ବିଶ୍ୱର ସବୁଠାରୁୁ ଲମ୍ବା ଡ୍ରଗ୍ସ ସ୍ମଗଲିଙ୍ଗ କାରବାର, ଚେର ଲମ୍ବିଛି ରେଲେଓ୍ଵ ଟ୍ରାକ୍‌ ଠାରୁ ଡ୍ରେନେଜ୍‌ ପର୍ଯ୍ୟନ୍ତ

ଦୁନିଆରେ ଡ୍ରଗ୍ସ ସ୍ମଗଲିଂଗ ଅନେକ ଦେଶରେ ହୋଇଥାଏ। ଡ୍ରଗ୍ସ କାରବାର କରୁଥିବା ଲୋକମାନେ ଦେଶ ମଧ୍ୟରେ ଥିବା ସୀମାକୁ ମଧ୍ୟ ପାର କରିଥାନ୍ତି। ବର୍ତ୍ତମାନ ଏ ପର୍ଯ୍ୟନ୍ତ ଅନେକ ଥର ଏପରି ସୁଡଙ୍ଗ ଦେଖିବାକୁ ମିଳିଛି, ଯାହା ମାଧ୍ୟମରେ ଡ୍ରଗ୍ସ କାରବାର ହୋଇଥାଏ। କିନ୍ତୁ ଏବେ ଦୁନିଆର ସବୁଠାରୁ ଲମ୍ବା ଡ୍ରଗ୍ସ ସ୍ମଗଲିଂଗ ସୁଡଙ୍ଗ ଦେଖିବାକୁ ମିଳିଛି।

durg-ଡ୍ରଗ୍ସ ସ୍ମଗଲିଂଗ ପାଇଁ ତିଆରି କରାଯାଇଥିବା ଏହି ସୁଡଙ୍ଗ ଆମେରିକା ଏବଂ ମେକ୍ସିକୋ ସୀମା ମଧ୍ୟରେ ଅବସ୍ଥିତ। ଏହି ସୁଡଙ୍ଗର ଲମ୍ବା ୪୩୦୯ ଫୁଟ୍‌। ଅର୍ଥାତ ପାଖାପାଖି ୧.୩୧ କିଲୋମିଟର। ଏହି ସୁଡଙ୍ଗ ମାଟି ତଳୁ ପାଖାପାଖି ୭୦ ଫୁଟ୍‌ ତଳେ ତିଆରି କରାଯାଇଛି। ଏହି ସୁଡଙ୍ଗ ଭିତରୁ ୫.୫ ଫୁଟ୍‌ ଉଚ୍ଚା ଏବଂ ପାଖାପାଖି ୨ଫୁଟ୍‌ ଚଉଡା। ଆମେରିକୀ କଷ୍ଟମ ଏବଂ ସୀମା ସୁରକ୍ଷା ଅଧିକାରୀଙ୍କ କହିବାନୁଯାୟୀ ଏହି ସୁଡଙ୍ଗ ନିର୍ମାଣ କରିବାରେ କେତେ ସମୟ ଲାଗିଥିଲା ସେ ନେଇ କୌଣସି ସୂଚନା ମିଳିନାହିଁ।

surgeଏହି ସୁଡଙ୍ଗ ଭିତରେ ରେଳ ଧାରଣା, ଡ୍ରେନେଜ୍‌ ସିଷ୍ଟମ, ପବନ ଯିବା-ଆସିବାର ପକ୍ରିୟା ଏବଂ ହାଇ ଭୋଲ୍ଟେଜ ବିଜୁଳି ତାର ରହିଛି। ଉଲ୍ଲେଖ ରହିଛି ଏହି ସୁଡଙ୍ଗ ସବୁଠାରୁ କୁଖ୍ୟାତ ଡ୍ରଗ୍ସ ସ୍ମଗଲର ଜୋ ଆକ୍ୱିନ ଏଲ ଚାପୋ ଗୁଜମୈନ ତିଆରି କରିଥିଲେ। ଏଲ ଚାପୋ ବର୍ତ୍ତମାନ ଆମେରିକା ଜେଲ୍‌ରେ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ ଅଛନ୍ତି। ଏହି ସୁଡଙ୍ଗରେ କାହାର ଗିରଫ ମଧ୍ୟ ହୋଇ ନାହିଁ କି ଡ୍ରଗ୍ସ ମଧ୍ୟ ମିଳିନାହିଁ। ଏହି ସୁଡଙ୍ଗ ଆମେରିକାର କାଲିଫର୍ଣ୍ଣିଆରେ ସୈନ ଡି,ଗା ଏବଂ ମେକ୍ସିକୋର ତିଜୁଆନା ସହରକୁ ଯୋଡିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.