ଚୀନର ବୁହାନ ସହରରୁ ଆଜି ସ୍ୱଦେଶ ଫେରିବେ ଭାରତୀୟ, କରୋନା ଭାଇରାସ ଯୋଗୁ ସେମାନଙ୍କୁ ୨୮ ଦିନ ପାଇଁ ଅବଜରଭେସନରେ ଅଲଗା ରଖାଯିବ

ଚୀନର ବୁହାନ ସହରରୁ ଭାରତୀୟଙ୍କୁ ଆଜି ସ୍ୱଦେଶ ଅଣାଯିବ। ଏଥିପାଇଁ ବେଜିଂ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଅତିକମ୍‌ରେ ଦୁଇଟି ବିମାନର ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି। ଆଜି ସଂଧ୍ୟାସୁଦ୍ଧା ଏହି ବିମାନ ଆସି ଭାରତ ପହଞ୍ଚିବ। ପ୍ରଥମ ପର‌୍ୟ୍ୟାୟରେ ସେହି ଭାରତୀୟଙ୍କୁ ଅଣାଯିବ, ଯେଉଁମାନେ ବୁହାନ ଓ ତା ନିଟକବର୍ତ୍ତୀ ଅଞ୍ଚଳରେ ବସବାସ କରୁଛନ୍ତି ଓ ଯେଉଁମାନେ ଭାରତ ଯିବାକୁ ଇଚ୍ଛୁକ ଅଛନ୍ତି। ଏହାପରେ ଅନ୍ୟ ଏକ ବିମାନରେ ହୁବାଇ ପ୍ରୋଭିନ୍ସରେ ରହୁଥିବା ଭାରତୀୟଙ୍କୁ ଅଣାଯିବ।

indianଚୀନ୍‌ରେ କରୋନା ଭାଇରାସ ଯୋଗୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଚୀନ୍‌ର ବୁହାନ ପ୍ରଦେଶରେ ଭୂତାଣୁ ଜନିତ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହି ସହରରେ ୫ ଶହ ଭାରତୀୟ ରହୁଛନ୍ତି । ସ୍ୱଦେଶ ଫେରିବା ପରେ ସେମାନଙ୍କୁ ୨୮ ଦିନ ପାଇଁ ଅବଜରଭେସନରେ ଅଲଗା ରଖାଯିବ ବୋଲି ଜଣାପଡ଼ିଛି ।

 

You might also like