Below header

ଯେଉଁଠି ଦିନେ ଅଳିଆ ଆବର୍ଜନା ଭରି ରହିଥିଲା ସେଠାରେ ଏବେ ପୁଷ୍ପଉଦ୍ୟାନ, ଚାନ୍ଦବାଲି ବାବା ଆଖଣ୍ଡଳମଣୀଙ୍କ ପୀଠରେ ଲାଗିଛି ୩୦ ପ୍ରକାରର ଫୁଲ ଗଛ

ଚାନ୍ଦବାଲି: ଯେଉଁଠି ଦିନେ ଅଳିଆ ଆବର୍ଜନା ଭରି ରହିଥିଲା, ଏବେ ସେଠି ଭଳିକି ଭଳି ଫୁଲର ସମ୍ଭାର । ପୋଲିସ ଓ ଯୁବକଙ୍କ ପ୍ରଚେଷ୍ଟାରେ ସୃଷ୍ଟି ହୋଇଛି ପୁଷ୍ପ ଉଦ୍ୟାନ । ଚାନ୍ଦବାଲି ବାବା ଆଖଣ୍ଡଳମଣୀଙ୍କ ପୀଠରେ ପାଖାପାଖି ୩୦ ପ୍ରକାରର ଫୁଲ ଗଛ ଲଗାଯାଇଛି । ଏହି ସବୁ ଫୁଲ ବାବା ଆଖଣ୍ଡଳମଣୀଙ୍କ ବଡସିଂହାର ବେଶରେ ଲାଗି ହେବ । ଆରଡି ପୋଲିସ ଓ କିଛି ଯୁବ ସେବାୟତଙ୍କ ଉଦ୍ୟମ ପାଇଁ ଏସବୁ ସମ୍ଭବ ହୋଇପାରିଛି । ପୂର୍ବରୁ ଏହି ସ୍ଥାନରେ ଅଳିଆ ଆବର୍ଜନା ପଡି ରହୁଥିଲା । ଫଳରେ ଦୁର୍ଗନ୍ଧ ପରିବେଶ ସୃଷ୍ଟି ହେବା ସହ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରୁଥିଲେ । ଏହାସହ ବାବାଙ୍କ ବଡ ସିଂହାର ବେଶ ପାଇଁ ଫୁଲର ଆବଶ୍ୟକତା ପୁରଣ ହୋଇପାରୁନଥିଲା ।

akhandalamani templeତେଣୁ ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କୁ ଏକଜୁଟ କରି ପ୍ରଥମେ ଉକ୍ତ ସ୍ଥାନକୁ ସଫା କରିବା ସହ ଫୁଲ ଗଛ ଲଗାଇଥିଲେ । ପୁଷ୍ପ ଉଦ୍ୟାନକୁ ଧାମନଗର ଏସ୍‌ଡିପିଓ ଉଦ୍‌ଘାଟନ କରି ଫୁଲ ତୋଳି ବାବାଙ୍କ ବଡ ସିଂହାର ବେଶ ପାଇଁ ଦେଇଥିଲେ । ଫାଣ୍ଡି ଅଧିକାରୀ ଓ ଯୁବକଙ୍କ କାର‌୍ୟ୍ୟକୁ ଏସ୍‌ଡିପିଓଙ୍କ ସହ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.