Below header

ପ୍ରେମିକାର ବାହାଘର ତାରିଖ ଶୁଣି ପାଗଳ ହୋଇଗଲା ପ୍ରେମୀ, ରାଗରେ ଦୁଷ୍କର୍ମ ପରେ ତଣ୍ଟି ଚିପି କଲା ହତ୍ୟା

ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ତଣ୍ଟିଚିପି ହତ୍ୟା କରାଯାଇଛି। ଅଭିଯୁକ୍ତ ନର ରୂପୀ ରାକ୍ଷସ ଲଗାତର ଯୁବତୀଙ୍କୁ ହଇାଣ କରୁଥିଲା। ଏକତରଫା ଭାବେ ଅଭିଯୁକ୍ତ ଜଣଙ୍କ ଯୁବତୀଙ୍କୁ ପ୍ରେମ କରୁଥିବାବେଳେ, ଯୁବତୀଙ୍କ ବାହାଘର ତାରିଖ ଠିକ ହୋଇଯିବା ଶୁଣି ତାର ମୁଣ୍ଡ କିଛି କାମ କରିନଥିଲା।

୧୮ ବର୍ଷୀୟା ପୀଡିତା ଯୁବତୀ ଜଣଙ୍କ ଶୌଚ ହେବା ପାଇଁ ଗାଁ ବାହାରକୁ ଯାଇଥିଲେ।, ଠିକ ସେହି ସମୟରେ ଅଭିଯୁକ୍ତ ଯାଇ ପହଁଚିଥିଲା। ବାହାଘର ତାରିଖ ଶୁଣି ପାଗଳ ହୋଇଯାଇଥିବା ଅଭିଯୁକ୍ତ ଜଣଙ୍କ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରିଦେଲା।

rapeବୁଧବାର ଦିନ ଘଟିଥିବା ଘଟଣାରେ କ୍ରୋଧିତ ଗ୍ରାମବାସୀ ଏବଂ ପରିବାର ଲୋକେ ଶବକୁ ରାସ୍ତା ଉପରେ ରଖି ରାସ୍ତାକୁ ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଁଚିବା ପରେ ଉତ୍ତେଜିତ ଲୋକେ ପୋଲିସକର୍ମୀଙ୍କୁ ଢ଼େଲା ପଥର ମାଡ କରିଥିଲେ, ଯେଉଁଥିରେ ତିନି ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି।

ପୋଲିସ କହିବାନୁଯାୟୀ ଏହି ଘଟଣା ଭୋପାଳରୁ ପ୍ରାୟ ୧୮୬ କିଲୋମିଟର ଦୂରରେ ଘଟିଛି। ପୋଷ୍ଟମର୍ଟମ ରିପୋର୍ଟରେ ଯୁବତୀଙ୍କ ସହିତ ଦୁଷ୍କର୍ମ ହୋଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.