Below header

ପାରାଦୀପ ସମୁଦ୍ର ବେଳାଭୂମିରେ ମରି ପଡିଛନ୍ତି ବହୁ ସଂଖ୍ୟାରେ ଅଲିଭ ରିଡଲେ କଇଁଚ, ଦୁର୍ଗନ୍ଧମୟ ପରିବେଶ କାରଣରୁ ପର୍ଯ୍ୟଟକ ଅସନ୍ତୁଷ୍ଟ

ପାରାଦୀପ : ପାରାଦୀପ ସମୁଦ୍ର ବେଳାଭୂମିରେ ମରି ପଡିଛନ୍ତି ବହୁ ସଂଖ୍ୟାରେ ଅଲିଭ ରିଡଲେ କଇଁଚ । ହନୁମାନ ମନ୍ଦିର ସମୁଦ୍ର ବେଳାଭୂମି ନିକଟରୁ ଆରମ୍ଭ କରି ଷଣ୍ଢକୁଦ ବେଳାଭୂମି ପର୍ଯ୍ୟନ୍ତ କଇଁଚ ମରିପଡିଥିବା ଦେଖିବାକୁ ମିଳିଛି । ସମୁଦ୍ର ବେଳାଭୂମିରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ପର୍ଯ୍ୟଟକ ସକାଳୁ ସମୁଦ୍ର ବେଳାଭୂମି ବୁଲିବାକୁ ଆସି ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ମୃତ କଇଁଚଗୁଡିକୁ ପୋତାଯାଇ ବ୍ଲିଚିଂ ଛିଞ୍ଚନ କରିବାର ଆବଶ୍ୟକତା ରହିଛି । କେତେ ସଂଖ୍ୟାର କଇଁଚ ମରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଟ୍ରଲର ମାଡରେ କିମ୍ବା ଜାଲରେ ଛନ୍ଦି ହୋଇ କଇଁଚ ମରିଥିବାର ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.