ଟେସ୍‌ଲା Cybertruck ଭଳି iPhone, ଦାମ୍‌ ଏତେ ଯେ କିଣିହେବ ଦୁଇ-ଦୁଇଟି ଫ୍ଲାଟ୍‌!

ଆସିଲା ଦୁନିଆର ସବୁଠାରୁ ମହଙ୍ଗା iPhone। ଏହା କୌଣସି ନୂଆ ଆଇଫୋନ୍‌ ନୁହେଁ, ବରଂ iPhone 11 Pro, ଯାହାକୁ କମ୍ପାନୀ ରିଡିଜାଇନ୍‌ ଏବଂ ମୋଡିଫାଏ କରି ଛାଡ଼ିଛି। ଜଣାଶୁଣା ରୁଷ କମ୍ପାନୀ ‘Caviar’ ଏହି ଆଇଫୋନ୍‌କୁ ରିଡିଜାଇନ୍‌ କରିଛି। ଏହି ରିଡିଜାଇନ୍‌ଡ ଭାରିଏଣ୍ଟ ଗତବର୍ଷ Elon Musk Tesla ଦ୍ୱାରା ଲଞ୍ଚ କରାଯାଇଥିବା Cybertruckରୁ ପ୍ରେରିତ।

w1

ବହୁତ ଧନୀ ଲୋକଙ୍କ ପାଇଁ ରିଡିଜାଇନ୍‌ଡ ଭାରିଏଣ୍ଟ

ଗୋଲ୍ଡ ଏବଂ ଡାଇମଣ୍ଡ ସାହାଯ୍ୟରେ ପପୁଲାର୍‌ ଗ୍ୟାଜେଟସ୍‌କୁ ରିଡିଜାଇନ୍‌ କରିବାରେ ‘Caviar’ କମ୍ପାନୀ ବେଶ୍‌ ଜଣାଶୁଣା। ତେବେ କମ୍ପାନୀ ଖାସ୍‌ କରି ଧନୀ ଲୋକଙ୍କ ପାଇଁ ଗ୍ୟାଜେଟସ୍‌କୁ ରିଡିଜାଇନ୍‌ କରିଥାଏ। ଯେଉଁମାନେ ନିଜର ସଉକ ପୂରଣ କରିବା ପାଇଁ ହାଇ-ଟେକ୍‌ ଗ୍ୟାଜେଟ୍‌ସ କିଣିବାରେ ଲକ୍ଷାଧିକ ଟଙ୍କା ଉଡ଼ାଇ ଦିଅନ୍ତି, ସେମାନଙ୍କ ପାଇଁ କମ୍ପାନୀ ଏଭଳି ଗ୍ୟାଜେଟ୍‌ସ ବଜାରକୁ ଛାଡ଼ିଥାଏ। ସ୍ମାର୍ଟଫୋନ୍‌ ଛଡ଼ା ଏହି କମ୍ପାନୀ ଟ୍ୟାବ୍‌ଲେଟସ୍‌ ଏବଂ ସ୍ମାର୍ଟ ଓ୍ଵାଚେସ୍‌କୁ ମଧ୍ୟ ରିଡିଜାଇନ୍‌ କରିଥାଏ।

w4

Cybertruckରୁ ପ୍ରେରିତ ଏହି ଆଇଫୋନ୍‌ରେ ସୁରକ୍ଷା ପାଇଁ ଟାଇଟେନିୟମ୍‌ ବଡି ଦିଆଯାଇଛି। ପୂରା ଫୋନ୍‌ ମେଟାଲ ପ୍ଲେଟ୍‌ରେ ଢାଙ୍କିହୋଇ ରହିଛି। ଫଳରେ ଏହା ତଳେ ପଡ଼ିଗଲେ ବି କୌଣସି କ୍ଷତି ହେବନାହିଁ। ଫୋନ୍‌ର ଆଉଟର୍‌ ସେଲ୍‌କୁ ବ୍ୟବହାର କରିବା ସମୟରେ ଫୋଲ୍ଡ କରାଯାଇପାରେ ଏବଂ ଏହା କଲିଂ ବେଳେ କୌଣସି ସମସ୍ୟା ସୃଷ୍ଟି ନ ଥାଏ।

w6

ନର୍ମାଲ iPhone 11 Pro ଠାରୁ ସାମାନ୍ୟ ମୋଟା

‘Caviar’ କମ୍ପାନୀ ଟିମ୍‌ କହିଛି ଯେ ଏହି ଫୋନ୍‌ ଟେସ୍‌ଲା Cybertruckର ଜିଓମେଟ୍ରିରୁ ପ୍ରେରିତ। ଆମେ ଏହାକୁ ଆକର୍ଷଣୀୟ କରିବାକୁ ପ୍ରଚେଷ୍ଟା କରିଛୁ। ଏହା ଦେଖିବାକୁ ବହୁତ ସୁନ୍ଦର ଲାଗୁଥିବା ବେଳେ ନର୍ମାଲ iPhone 11 Pro ଠାରୁ ସାମାନ୍ୟ ମୋଟା ରହିଛି।

w8

୧ କୋଟି ପାଖାପାଖି ହୋଇପାରେ ଦାମ୍‌

କମ୍ପାନୀ କେବଳ ୯୯ଟି iPhone 11 Proକୁ ରିଡିଜାଇନ୍‌ କରିଛି। ତେବେ ଏହାର ଦାମ୍‌ କେତେ ହେବ, ସେ ନେଇ Caviar କୌଣସି ସୂଚନା ଦେଇନାହିଁ। କମ୍ପାନୀର କହିବା ହେଲା, ଏହାର ଦାମ ପ୍ରକୃତ କ୍ରେତାଙ୍କୁ ହିଁ କୁହାଯିବ। ପୂର୍ବରୁ ମଧ୍ୟ କମ୍ପାନୀ ଆଇଫୋନ୍‌କୁ ଗୋଲ୍ଡ ଏବଂ ଡାଇମଣ୍ଡ ସହିତ ରିଡିଜାଇନ୍‌ କରିସାରିଛି, ଯାହାର ଦାମ୍‌ ରହିଥିଲା ୧ ଲକ୍ଷ ପାଉଣ୍ଡ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୯୩,୫୦,୦୦୦ରୁ ଅଧିକ।