Below header

ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥ ନଗରୋଟାରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ, ତିନି ଆତଙ୍କବାଦୀ ନିପାତ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ବଡ଼ ଧରଣର ସମ୍ଭାବ୍ୟ ଆତ୍ମଘାତୀ ଆକ୍ରମଣ ଉଦ୍ୟମ ପଣ୍ଡ । ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥର ନଗରୋଟାରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ । ସିଆରପିଏଫ ପୋଷ୍ଟ ନିକଟରେ ଆତଙ୍କବାଦୀଙ୍କ ପକ୍ଷରୁ ପ୍ରଥମେ ଗୁଳିମାଡ଼ରେ ହୋଇଛି । ଯବାନଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ତିନି ଆତଙ୍କବାଦୀ ନିପାତ ହୋଇଛନ୍ତି। ଏଥିରେ ସିଆରପିଏଫର ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି । ଜମ୍ମୁ ଶ୍ରୀନଗର ରାଜପଥରେ ଏକ ଟ୍ରକରେ ଆତଙ୍କବାଦୀମାନେ ଘାଟିରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଯବାନଙ୍କ ପୋଷାକରେ ଟ୍ରକରେ ଲୁଚି ଯାଇଥିବା ବେଳେ ସିଆରପିଏଫ ପୋଷ୍ଟ ନିକଟରେ ଚେକିଂ ବେଳେ ଧରାପଡ଼ିଥିଲେ । ଆତଙ୍କବାଦୀମାନେ ପ୍ରଥମେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ବର୍ତ୍ତମାନ ସୁଦ୍ଧା ସେଠାରେ ଉଭୟ ପକ୍ଷରୁ ଗୁଳିମାଡ଼ ଜାରି ରହିଛି।

armyକଶ୍ମୀରରେ ପ୍ରବେଶ କରି ଆତ୍ମଘାତୀ ବିସ୍ଫୋରଣ ଘଟାଇବା ଯୋଜନାରେ ଆତଙ୍କମାନେ ରହିଥିଲେ ବୋଲି ସେନା ପକ୍ଷରୁ କୁହାଯାଇଛି । ଟ୍ରକ ମଧ୍ୟରୁ ବିପୁଳ ପରିମାଣର ଗୁଳିଗୋଳା ଓ ହତିଆର ଜବତ କରାଯାଇଛି । ରାଜପଥର ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଜାରି ରଖିଛି ସେନା। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାନବାହନ ଚଳାଚଳକୁ ସାମୟିକ ବନ୍ଦ କରାଯାଇଛି । ଟୋଲ ପ୍ଲାଜାରେ ଟ୍ରକକୁ ରୋକାଯିବା ପରେ ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ଼ କରି ୨ଟି ବିସ୍ଫୋରଣ ଘଟାଇଥିଲେ । ଏହାର ସୁଯୋଗ ନେଇ ସେମାନେ ସେଠାରୁ ଖସି ପଳାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.