ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ରାଷ୍ଟ୍ରପତି, କହିଲେ ଏହି ଦଶନ୍ଧି ଭାରତ ପାଇଁ ମହତ୍ତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ବଜେଟ ଅଧିବେଶନ ପୂର୍ବରୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଦଶନ୍ଧି ଭାରତ ପାଇଁ ମହତ୍ତ୍ୱପୂର୍ଣ୍ଣ ବୋଲି କହିଛନ୍ତି ରାଷ୍ଟ୍ରପତି। ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବ। ଆମକୁ ନୂଆ ଭାରତର ନିର୍ମାଣ କରିବାକୁ ହେବ। ସରକାରଙ୍କ ପ୍ରୟାସ ଦ୍ୱାରା ଗତ ପାଞ୍ଚ ବର୍ଷ ମଧ୍ୟରେ ଆଗାମୀ ଦଶ ବର୍ଷ ପାଇଁ ଦେଶକୁ ମଜଭୁତ କରିବାକୁ ମୂଳଦୁଆ ପଡିଛି। ବିରୋଧ ନାଁରେ ହିଂସା ସମାଜକୁ ଦୁର୍ବଳ କରିଥାଏ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗତ ୭ମାସରେ ସଂସଦରେ ନୂଆ କୀର୍ତ୍ତିମାନ ସ୍ଥାପନ କରାଯାଇଛି।

parliamentସରକାରଙ୍କ ଆନ୍ତରିକତା ପାଇଁ ମୁସଲିମ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ତିନି ତଲାକ କାନୁନ, ଅଧିକାର ପାଇଁ ଉପଭୋକ୍ତା କାନୁନ, ଶିଶୁଙ୍କ ବିରୋଧରେ ଅପରାଧ ରୋକିବାକୁ ଆଇନ ପ୍ରସ୍ତୁତ କରାଯାଇପାରିଛି। ଏହାସହ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସେଠାରେ ବିକାଶର ଧାରା ଆରମ୍ଭ ହୋଇଛି। ଏହାସହ ନାଗରିକତା ଆଇନ ଆଣି ଶରଣାର୍ଥୀଙ୍କ ଇଚ୍ଛାକୁ ପୂରଣ କରିଛୁ । ଗାନ୍ଧୀଙ୍କ ଇଚ୍ଛାକୁ ସିଏଏ ଦ୍ୱାରା ପୂରଣ କରାଯାଇଛି । ସରକାରଙ୍କ ପାଇଁ ନର୍ଥ-ଇଷ୍ଟର ବିକାଶ ଦ୍ରୁତଗତିରେ ବଢିଚାଲିଥିବା ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.