Below header

ଜାଣନ୍ତୁ ସାରା ବିଶ୍ୱରେ ଆତଙ୍କ ଖେଳାଉଥିବା କୋରୋନା ଭାଇରସର ନାମ କାହିଁକି ରଖାଯାଇଛି ‘କୋରୋନା’

କୋରୋନାଭାଇରସ ଚୀନ୍‌ ରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଏହିକାରଣରୁ ସେଠାରେ ୧୭୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। କିନ୍ତୁ ଏହି ଭାଇରସ୍‌ ବର୍ତ୍ତମାନ ଦେଶସାରା ବ୍ୟାପିବାରେ ଲାଗିଛି। ସୂଚନା ମୁତତାବକ କେରଳରେ ଜଣେ ଛାତ୍ରଙ୍କୁ ଏହି ରୋଗ ହେବାର ଚିହ୍ନଟ କରାଯାଇଛି। ଏହି ଛାତ୍ର ଜଣକ କେରଳର ଭୁହାନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। କିଛି ଦିନ ପୂର୍ବରୁ ସେ ନିଜ ଘରକୁ ଫେରୁଥିଲେ। ବର୍ତ୍ତମାନ ଡାକ୍ତର ତାଙ୍କର ଅବସ୍ଥା ସ୍ଥିର ଥିବା କହିଛନ୍ତି କିନ୍ତୁ ତାଙ୍କ ଉପରେ କଡା ନଜର ରଖାଯାଇଛି।

ଏହିସବୁ ମଧ୍ୟରେ ଗୋଟିଏ ପ୍ରଶ୍ନ ମନରେ ଉଠୁଛି କାହିଁକି କୋରନା ଭାଇରସର ନାମ ‘କୋରନା’ କୁହାଯାଉଛି? ଏହାର ଅର୍ଥ କଣ ହୋଇଥାଏ? ତେବେ ଜାଣନ୍ତୁ କଣ ରହିଛି ପ୍ରଶ୍ନର ଉତ୍ତର।

coronaଜାଣନ୍ତୁ ଭାଇରସର ନାମ ‘କୋରୋନା’ କାହିଁକି

ଏହି ସମ୍ବନ୍ଧରେ ପତ୍ର ସୂଚନା କାର୍ଯ୍ୟାଳୟ (PIB – Press Information Bureau) ଟ୍ଵିଟ କରିଛନ୍ତି। ଏଥିରେ କୁହାଯାଇଛି କୋରୋନା ଭାଇରସକୁ ଏହାର ନା ଲାଟିନ୍‌ ଶଦ୍ଦରୁ ମିଳିଛି। ଲାଟିନ୍‌ରେ କୋରୋନାର ଅର୍ଥ ହେଉଛି କ୍ରାଉନ। ଏହି ଭାଇରସର ଶରୀରରେ ମଧ୍ୟ କ୍ରାଉନ ଭଳି ସ୍ପାଇକସର ସିରିଜ ତିଆରି ହୋଇଛି। ଏହି କାରଣରୁ ଏହି ଭାଇରସକୁ କୋରୋନା ନା ମିଳିଛି।

corona-ନୋଭେଲ କୋରୋନା ଭାଇରସ କଣ?

୨୦୧୯ ରେ ନୋଭେଲ କୋରୋନାଭାଇରସକୁ 2019-nCoV ର ନା ମଧ୍ୟ ଦିଆଯାଇଛି। ଏହି ଭାଇରସକୁ ପ୍ରଥମ ଥର ଚୀନର ଭୁହାନରେ ଚିହ୍ନଟ କରାଯାଇଥିଲା। ଏହି କୋରୋନା ଭାଇରସର ନା ରେ ନୋବେଲ ଲଗାଯାଇଛି କାରଣ ପୂର୍ବରୁ କେଉଁଠାରେ ଏବଂ କେବେ ବି ଏହି ଭାଇରସ ମିଳିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.