Below header

ମହାଶିବରାତ୍ରିରେ ଘଟିଗଲା ବଡ଼ ଅଘଟଣ, ହଠାତ୍‌ ବ୍ୟାପିଗଲା କରେଣ୍ଟ ପୋଡ଼ିଗଲେ ୧୪ ପିଲା

ପୂଜା ଚାଲିଥିଲା ଶିବଙ୍କ ବରଯାତ୍ରୀ ବାହାରିବା ସମୟରେ ହଠାତ୍‌ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯାଇଥିଲେ ପ୍ରାୟ ୧୪ ଜଣ ପିଲା । ଆଉ ସେହିଠାରେ ହିଁ ସେମାନେ ପୋଡ଼ି ହୋଇ ଯାଇଛନ୍ତି ।

ଆଜି ହେଉଛି ପବିତ୍ର ମହାଶିବ ରାତ୍ରି । ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହେଉଛି ପୂରା ପରିବେଶ । ଚଳ ଚଞ୍ଚଳ ହୋଇଉଠିଛି ବିଭିନ୍ନ ଶୈବ ପୀଠ । କିନ୍ତୁ ଏହି ଶିବରାତ୍ରୀରେ ଯାହା ଘଟିଯାଇଛି ତାହା ଆପଣ ବିଶ୍ୱାସ କରିପାରିବେନି । ଚାହୁଁ ଚାହୁଁ କ୍ଷଣକ ମଧ୍ୟରେ ଘଟିଯାଇଛି ଏତେ ବଡ଼ ଅଘଟଣ । ଆଉ ଏହି ଅଘଟଣର ଶିକାର ହୋଇଛନ୍ତି ୧୪ ନୀରିହ ପିଲା ।

ଶିବରାତ୍ରି ଉତ୍ସବରେ ଦେବ ଦେବ ମହାଦେବ ପୂଜା ପାଉଥିଲେ । କିନ୍ତୁ ଆଜି ଭଳି ଦିନରେ ଭଗବାନ୍‌ଙ୍କ ନିକଟରେ ଏଭଳି କିଛି ଘଟିବ ସେକଥା କୌଣସି ଭକ୍ତ ଭାବିନଥିଲେ । ପୂଜା ଚାଲିଥିଲା ଶିବଙ୍କ ବରଯାତ୍ରୀ ବାହାରିବା ସମୟରେ ହଠାତ୍‌ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯାଇଥିଲେ ପ୍ରାୟ ୧୪ ଜଣ ପିଲା । ଆଉ ସେହିଠାରେ ହିଁ ସେମାନେ ପୋଡ଼ି ହୋଇ ଯାଇଛନ୍ତି । ଦୁର୍ଘଟଣା ପରେ ଚାରିଆଡ଼େ କେବଳ ଚିତ୍କାର ଶୁଭିଥିଲା । କୁନି କୁନି ପିଲାଙ୍କ ଚିତ୍କାରରେ ଫାଟି ପଡ଼ୁଥିଲା ପୂରା ପରିବେଶ । ଲୋକମାନେ ତୁରନ୍ତ ପିଲାମାନଙ୍କୁ ଧରି ହସ୍ପିଟାଲ ଆଡ଼କୁ ଦୌଡ଼ିଥିଲେ। ଆମ୍ବୁଲାନ୍ସକୁ ଅପେକ୍ଷା ନକରି କିଏ ପିଲାଙ୍କୁ କାନ୍ଧରେ ଧରି ଦୌଡ଼ିଥିଲା ତ କୋଉ ମା ତା ଛୁଆକୁ ଧରି ସାହାଯ୍ୟ କରିବା ପାଇଁ ଚିତ୍କାର କରୁଥିଲା । ସେଠାରେ ସେହି ଦୃଶ୍ୟ କ୍ଷଣକ ପାଇଁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । କେହି କିଛି ବୁଝିବା ପୂର୍ବରୁ ଏତେସବୁ ହଠାତ୍‌ ଘଟିଯାଇଥିଲା ଯେ ୧୪ ଜଣ ପିଲା ପୋଡ଼ି ଯାଇଥିଲେ । ତେବେ ଏଭଳି ହୃଦୟ ଥରା ଘଟଣାରାଜସ୍ଥାନର କୋଟାରେ ଦେଖିବାକୁ ମିଳିଛି ।

ତେବେ ଆହତ ସମସ୍ତ ପିଲାଙ୍କୁ ଚିକିତ୍ସା ପାଇଁ ଏମ୍‌ବିଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ଭେଟିବା ପାଇଁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଓ ଶକ୍ତି ମନ୍ତ୍ରୀ ହୀରାଲାଲ ନାଗର ମଧ୍ୟ ପହଞ୍ଚିଛନ୍ତି ।କୋଟାର ଏସ୍‌ପି (ସିଟି) ଅମୃତା ଧଓ୍ଵନ କହିଛନ୍ତି ଯେ ମଧ୍ୟାହ୍ନ ପାଖାପାଖି ୧୨ଟା ବେଳେ ଏହି ଘଟଣା ଘଟିଥିଲା । କିଛି ଲୋକ କଳସରେ ପାଣି ଭରିବା ପାଇଁ ଏକତ୍ରିତ ହୋଇଥିଲେ । ଏହି ଗୋଷ୍ଠୀରେ ୨୦ରୁ ୨୫ ଜଣ ପିଲାଙ୍କ ସହ ମହିଳା ଏବଂ ପୁରୁଷ ସାମିଲ ଥିଲେ ।

ସେମାନଙ୍କ ମଧ୍ୟରୁ ଜଣେ ପିଲା ହାତରେ ୨୦-୨୨ ଫୁଟ୍‌ ଲମ୍ବାର ଲୁହା ପାଇପ୍‌ ଥିଲା, ଯାହାକି, ଉପର ଦେଇ ଯାଇଥିବା ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ତାରରେ ମାଡ଼ ହୋଇଯାଇଥିଲା । ଫଳରେ ଏଥିରୁ କରେଣ୍ଟ୍‌ ଚାରିଆଡ଼େ ବ୍ୟାପି ଯାଇଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଅନ୍ୟ ପିଲାମାନେ ମଧ୍ୟ କରେଣ୍ଟ୍‌ ସଂସ୍ପର୍ଶରେ ଆସି ଯାଇଥିଲେ । ଯାହାଫଳରେ ଏତେବଡ଼ ଦୁର୍ଘଟଣା ଘଟିଗଲା ।

ଏନେଇ ପୋଲିସ ଅଧିକାରୀ କହିଛନ୍ତି, ଏହି ପିଲାମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ତାର ଶରୀର ଶତପ୍ରତିଶତ ପୋଡ଼ି ହୋଇଯାଇଛି । ଯେତେବେଳେ କି, ଅନ୍ୟ ଜଣେ ପିଲା ୫୦ ପ୍ରତିଶତ ପୋଡ଼ି ହୋଇଯାଇଛନ୍ତି । ବାକି ଅନ୍ୟମାନେ ଏହାଠୁ କମ୍‌ ପ୍ରଭାବିତ ହୋଇଛନ୍ତି ବୋଲି ପୋଲିସ । ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.