Below header

ଟ୍ରକ ଚକ ତଳେ ପଡି ଶଶୁର ଜ୍ୱାଇଁଙ୍କ ଚାଲିଗଲା ପ୍ରାଣ

ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯିବା ସମୟରେ ସଡ଼କ ଦୁର୍ଘଟଣାରେ ଶଶୁର ଓ ଜ୍ୱାଇଁଙ୍କର ମୃତ୍ୟୁ ଘଟିଛି।ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ ସଦର ମହକୁମାରେ ଅବସ୍ଥିତ ଡାକଘର ସମ୍ମୁଖରେ ରାଇଘର ଦେଇ ଛତିଶଗଡ଼କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଶଶୁର ଓ ଜ୍ୱାଇଁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ନବରଙ୍ଗପୁର: ଏ ଜୀବନ କ୍ଷଣସ୍ଥାୟୀ। ମୃତ୍ୟୁ କେତେବେଳେ ଆସିବ ସାମ୍ନାରୁ ଆସିବ କି ପଛରୁ ଆସିବ ତାହା କାହାରିକୁ ଜଣାନଥାଏ । ପ୍ରତିଦିନ କୋଉଠି ନା କୋଉଠି ଅଘଟଣ ଘଟୁଛି ଆଉ ଏହି ଅଘଟଣ କେତେ ଲୋକଙ୍କ ଜୀବନ ନେଉଛି । ଆଉ ପରିବାର ଆଖିରେ ଲୁହ ଦେଇଯାଉଛି । ନିକଟରେ ଏଭଳି ଏକ ଦୁର୍ଘଟଣା ଘଟିଛି ଯେଉଁ ଦୁଃଖକୁ ଆମେ ଏଠି ବର୍ଣ୍ଣନା କରିପାରୁନୁ । ଗୋଟିଏ ପରିବାର ମୁରବୀକୁ ହରାଇଥିବା ବେଳେ ଆଉ ଗୋଟିଏ ପରିବାର ପୁଅକୁ ହରାଇଛି । ଏହି ଦୁଇ ପରିବାର ଏବେ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ତେବେ ଏଭଳି ଦୁଃଖଦ ଘଟଣା ନବରଙ୍ଗପୁରରେ ଘଟିଯାଇଛି ।

ଅନ୍ତିମ ସଂସ୍କାର ପାଇଁ ଯୋଗ ଦେବାକୁ ଯାଉଥିଲେ ଶ୍ୱଶ୍ୱର ଜ୍ୱାଇଁ । ଅଧାବାଟରେ ଛକି ବସିଥିଲା ଯମ । ଶବକୁ ଦେଖିବା ବଦଳରେ ନିଜେ ପାଲଟିଗଲେ ଶବ । ହଁ ଆଜ୍ଞା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯିବା ସମୟରେ ସଡ଼କ ଦୁର୍ଘଟଣାରେ ଶଶୁର ଓ ଜ୍ୱାଇଁଙ୍କର ମୃତ୍ୟୁ ଘଟିଛି।ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ ସଦର ମହକୁମାରେ ଅବସ୍ଥିତ ଡାକଘର ସମ୍ମୁଖରେ ରାଇଘର ଦେଇ ଛତିଶଗଡ଼କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଶଶୁର ଓ ଜ୍ୱାଇଁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ସୁଚନା ମୁତାବିକ୍‌, ଜୟପୁର ଯାଉଥିବା ସମୟରେ ରାଇଘର ପୋଷ୍ଟ ଅଫିସ ସାମ୍ନାରେ ବାଇକଟି ଓଭରଟେ଼କ୍ କରୁଥିବା ବେଳେ ଟ୍ରକ ଚକ ତଳେ ପଡି ଯାଇଥିଲେ ଶ୍ୱଶ୍ୱର ଓ ଜ୍ୱାଇଁ । ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ତାଙ୍କ ଘରକୁ ଯିବା ସମୟରେ ଘଟିଗଲା ଏହି ବଡ଼ ଅଘଟଣ । ଟ୍ରକ୍‌ ସହ ଧକ୍କା ହେବା ଫଳରେ ଜ୍ୱାଇଁର ଅଣ୍ଟା ଓ ଶଶ୍ୱରର ମୁଣ୍ଡ ଉପରେ ଟ୍ରକ ଚକ ଚଢି ଯାଇଥିଲା । ଘଟଣା ସ୍ଥଳରେ ଜ୍ୱାଇଁର ମୃତ୍ୟୁ ହୋଇଥିବା ବେଳେ ସ୍ୱାସ୍ଥ୍ୟ କେଦ୍ରରେ ଶ୍ୱଶୁରର ମୃତ୍ୟୁ ହୋଇଥିଲା । ତେବେ ରାଇଘର ବ୍ଲକ ଅନ୍ତର୍ଗତ ଗୋନା ଗ୍ରାମପଞ୍ଚାୟତର ଭୀମାଟିକରା ଗ୍ରାମର ଲକ୍ଷଣ ଜାନୀ(୩୦)ଙ୍କ ପିଉସୀଙ୍କର ଗତକାଲି ରାତିରେ ମୃତ୍ୟୁ ଘଟିଥିଲା। ଆଜି ଅନ୍ତିମ ସଂସ୍କାର ଥିବାରୁ ଗଞ୍ଜାପାରା ଗ୍ରାମପଞ୍ଚାୟତର ମାରଙ୍ଗପାଲି କଲୋନୀରେ ରହୁଥିବା ନିଜ ଶଶୁର ଘରକୁ ବୁଲିବାକୁ ଆସିଥିଲେ ଜ୍ୱାଇଁ । ଖବର ପାଇ ଶ୍ୱଶୁର ବାଲି ଜାନୀ(୬୫)ଙ୍କୁ ସାଙ୍ଗରେ ନେଇ ନିଜ ଗ୍ରାମକୁ ନେଇ ଯିବାକୁ ବାହାରିଥିଲେ। ଆଜି ସକାଳେ ବାଇକରେ ଯିବା ସମୟରେ ରାଇଘର ଡାକଘର ସମ୍ମୁଖରେ ଟ୍ରକ ଚକ ତଳେ ପଡ଼ି ଯାଇଥିଲେ ଦୁହେଁ। ଆଉ ଘଟଣାସ୍ଥଳରେ ହିଁ ଶଶୁର ଓ ଜ୍ୱାଇଁଙ୍କ ମୃତ୍ୟୁ ଘଟିଥିଲା।ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଅଟକ ରଖିଥିବା ବେଳେ ଶବ ଉଦ୍ଧାର କରି ମେଡିକାଲକୁ ସ୍ଥାନାନ୍ତର କରି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.