Below header

କୋଲକାତାର ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇଷ୍ଟିଚ୍ୟୁସନ୍ ରେ ୩ ଦିନିଆ ସମ୍ମିଳନୀ

କୋଲକାତାର ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇଷ୍ଟିଚ୍ୟୁସନ୍ ରେ ଚାଲିଥିବ ୩ ଦିନିଆ National Transforming Film Education ସମ୍ମିଳନୀ ଉଦଯାପିତ ହୋଇଛି। SRFTI ପ୍ରେକ୍ଷାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାରଙ୍କ ସୂଚନା ପ୍ରସାରଣ ବିଭାଗର ଅତିରିକ୍ତ ସଚିବ ନୀର୍ଜା ଶେଖର ଉଦଘାଟନ କରିଥିଲେ।

SRFTIର ନିର୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମ୍ମିଳନୀରେ ୟୁଜିସିର ଯୁଗ୍ମ ସଚିବ ଅଭିରୁଲ କପୁର୍ ଙ୍କ ସହ ସି.କେ. ମୁରଲିଧରନ, ରାକେଶ ରଞ୍ଜନ,ସଂକଳ୍ପ ଶେଷରନ, ଅମିତ୍ ସେନ, ଡକ୍ଟର ଅଭିଷେକ କୁମାର,ମାଇକେଲ ଜୋସେଫ, ପ୍ରମୁଖ ଯୋଗ ଦେଇଥିଲେ। ଗୋଟିଏ ଦେଶ ଗୋଟିଏ ଚଳଚ୍ଚିତ୍ର ଶିକ୍ଷା ପଦ୍ଧତି ପ୍ରଚଳନ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ।

ଏହି ଆଭିମୁଖ୍ୟ ପ୍ରତିଟି ଚଳଚ୍ଚିତ୍ର ଶିକ୍ଷା ପ୍ରତିଷ୍ଠାନରେ କାର୍ଯ୍ୟକାରୀ ହେଲେ ଚଳଚ୍ଚିତ୍ରର ମାନ ବୃଦ୍ଧି ପାଇବ ବୋଲି ସେ କହିଥିଲେ। ଏହି ଅବସରରେ କିଟ୍ ର ଚଳଚ୍ଚିତ୍ର ବିଭାଗ ପ୍ରାଧ୍ୟାପକ ସୁଶାନ୍ତ ବାହିନୀପତି, ଆସୋସିଏଟ ଡିନ୍ ଗଣେଶ୍ୱର ମହାପାତ୍ର ଏବଂ ବିଜୁପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ରାକେଶ କୁମାର ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.