ନାବାଳିକା ଦୁଷ୍କର୍ମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନାବାଳିକା ଦୁଷ୍କର୍ମକାରୀ କଟକ ପୋକସୋ କୋର୍ଟରେ ଦୋଷୀ ସାବ୍ୟସ୍ତ। ଦୋଷୀ ଅକ୍ଷୟ କୁମାର ନାୟକକୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ। କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ।

ନାବାଳିକା ଦୁଷ୍କର୍ମକାରୀ କଟକ ପୋକସୋ କୋର୍ଟରେ ଦୋଷୀ ସାବ୍ୟସ୍ତ। ଦୋଷୀ ଅକ୍ଷୟ କୁମାର ନାୟକକୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ। କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ।

ତିଗିରିଆ ଥାନା ଅଞ୍ଚଳରେ ଘଟିଥିଲା ଅପହରଣ ଓ ଦୁଷ୍କର୍ମ ଘଟଣା। ୨୦୧୭ ଫେବୃଆରୀ ମାସ ୯ ତାରିଖରେ ଅପହରଣ କରିଥିଲା ଦୋଷୀ। ୧୧ ଦିନ ପରେ ବାଦାମବାଡ଼ିରୁ ଉଦ୍ଧାର ହୋଇଥିଲା ୧୬ ବର୍ଷୀୟା ନାବାଳିକା।

୨୧ ଜଣ ସାକ୍ଷୀ ଓ ୧୬ ଟି ତଥ୍ୟପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ। ଆସାମୀ ପକ୍ଷରୁ ୩ ଜଣ ସାକ୍ଷୀ ସାକ୍ଷ୍ୟ ଦେଇଥିଲେ। ନାବାଳିକାକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ। ଜିଲା ଆଇନସେବା ପ୍ରାଧିକରଣ ଜରିଆରେ ଦିଆଯିବ କ୍ଷତିପୂରଣ। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.