ମଶାଧୂଆଁରେ ଅଣନିଶ୍ଵାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ, ସାଙ୍ଗରେ ଶୋଇଥିବା ଡ୍ରାଇଭର ଗୁରୁତର       

ମଶାଧୂଆଁରେ ଅଣନିଶ୍ଵାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ କାର ଚାଳକ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ହରିଚନ୍ଦନପୁର ବ୍ଲକ କୁମାରନାଳୀ ଗ୍ରାମର  ସହଦେବ ମହାନ୍ତ ।

କେନ୍ଦୁଝର :  ମଶାଧୂଆଁରେ ଅଣନିଶ୍ଵାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ କାର ଚାଳକ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ହରିଚନ୍ଦନପୁର ବ୍ଲକ କୁମାରନାଳୀ ଗ୍ରାମର  ସହଦେବ ମହାନ୍ତ ।

ସାଙ୍ଗରେ ଶୋଇଥିବା ଡ୍ରାଇଭରଙ୍କ ଘର ବାରିଆ ଥାନା ବର୍ଦ୍ଧନା ଗ୍ରାମର ସୁରେନ୍ଦ୍ର ମାଝି(୩୦)। ଗୁରୁତର ସୁରେନ୍ଦ୍ରଙ୍କ ସୂଚନା ମୁତାବକ, ଏକ ଘରୋଇ କମ୍ପାନୀର କାର୍ଯ୍ୟାଳୟରେ ସୁରକ୍ଷାକର୍ମୀ ସହଦେବ ଓ କାର୍ ଚାଳକ ସୁରେନ୍ଦ୍ର ଉଭୟ ସେହି ଗୋଟିଏ ଗୃହରେ ଶୋଇଥିଲେ । ରାତିରେ ଶୋଇବା ସମୟରେ ମଶାଙ୍କଠାରୁ ବଞ୍ଚିବାକୁ ୨ଟି ମଶାଧୂଆଁ ଷ୍ଟିକ ଲଗାଇ କବାଟ ଝରକା ବନ୍ଦ କରି ଶୋଇ ପଡ଼ିଥିଲେ।

ଆଖି ଖୋଲିବା ପରେ ସେ ନିଜକୁ ଡାକ୍ତରଖାନାରେ ପାଇଥିଲେ । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା କଥା ଆଜି ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରାଯାଇଥିଲ‍ା ଓ ଅନ୍ୟ ଜଣକ ମୃତ ଅବସ୍ଥାରେ ଭର୍ତ୍ତି ହୋଇଥିଲେ । ଗୁରୁତର ସୁରେନ୍ଦ୍ର କିଛି ବିଷାକ୍ତ ଧୂଆଁ ନିଶ୍ଵାସରେ ନେଇଥିବାରୁ ଏପରି ହୋଇଥିଲା । ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି । ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାଯିବ ତାଙ୍କ ମୃତ୍ୟୁର କାରଣ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.