Below header

୯ ବର୍ଷ ହେଲା ଅର୍ଡ଼ର ନକରିବି ପ୍ରତିଦିନ ଘରକୁ ଆସୁଛି ପିଜା, ଵ୍ୟସ୍ତରେ ପରିବାର

ଜୀବନରେ ସବୁବେଳେ କିଛି ନା କିଛି ସମସ୍ୟା ଥାଏ ଏବଂ ସେଥିମଧ୍ୟରୁ ଏପରି କିଛି ସମସ୍ୟା ଥାଏ ଯାହା ଆଶ୍ଚର୍ଯ୍ୟକର ହୋଇଥାଏ । କିଛି ଏହିପରି ସମସ୍ୟା ଦେଇ ଗତି କରୁଛନ୍ତି ବେଲଜିୟମର ଏଣ୍ଟୱର୍ପରେ ରହୁଥିବା ଜଣେ ବ୍ୟକ୍ତି, ତାଙ୍କର ସମସ୍ୟା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତାହେଲେ ଶୁଣନ୍ତୁ ତାଙ୍କର ସମସ୍ୟା ହେଉଛି ଗତ ନଅ ବର୍ଷ ହେଲା ଅର୍ଡର ନକରି ମଧ୍ୟ ପ୍ରତିଦିନ ତାଙ୍କ ଘରକୁ ଗୋଟିଏ ଲେଖାଏଁ ପିଜା ଆସୁଛି । ଶେଷରେ ସେ ବାଧ୍ୟ ହୋଇ ଏନେଇ ଅନେକ ଥର ପୋଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ହେଉନାହିଁ ।

प्रतीकात्मक तस्वीर

ଏହି ବ୍ୟକ୍ତିଙ୍କ ନାମ ହେଉଛି ଜାନ ୱେନ ଲ୍ୟାଣ୍ଡଗାମ ଯାହାଙ୍କର ବୟସ 65 ବର୍ଷ । ସେ କହିଛନ୍ତି ଯେ ସେ କେବେବି ପିଜା ଅର୍ଡର କରନ୍ତି ନାହିଁ, କିନ୍ତୁ ପ୍ରତିଦିନ ଏକ ଡେଲିଭରି ବୟ ତାଙ୍କ ଘରକୁ ପିଜା ଦେବାକୁ ଆସନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପିଜା ଡେ଼ଲିଭର ପାଇଁ କୌଣସି ବିଶେଷ ସମୟ ନାହିଁ କାରଣ ଡେଲିଭରି ବଏ ଜଣକ କୌଣସି ସମୟରେ ବି ପିଜା ଧରି ଚାଲିଆସନ୍ତି ଏପରିକି ମଧ୍ୟରାତ୍ରିରେ ବି । କେବଳ ସେତିକି ନୁହେଁ ଥରେ ସେ 14 ଟି ପିଜା ଏକାଠି ଡେ଼ଲିଭର କରିଥିଲେ ।

प्रतीकात्मक तस्वीर

ଜିନ୍ ୱେନ କହିଛନ୍ତି ଯେ ବିନା ଅର୍ଡରରେ ଆସୁଥିବା ପିଜାକୁ ନେଇ ସେ ଅତ୍ୟନ୍ତ ବିବ୍ରତ ଏବଂ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେ କହିଛନ୍ତି ଯେ ଏହି ପିଜା ତାଙ୍କ ଜୀବନକୁ ନଷ୍ଟ କରିଦେଇଛି । ଘର ବାହାରେ ସ୍କୁଟରର ଶବ୍ଦ ଶୁଣିବା ମାତ୍ରେ ସେ ଭାବନ୍ତି ଯେ ପିଜା ଡେଲିଭରି ବାଳକ ନିଶ୍ଚୟ ଆସିଥିବେ । ତେବେ ଜିନ୍ ୱେନଙ୍କର ଜଣେ ବନ୍ଧୁ ମଧ୍ୟ ଏହି ସମସ୍ୟାରେ ଅଛନ୍ତି କାରଣ ତାଙ୍କ ପାଖକୁ ଅର୍ଡର ନକରି ପ୍ରତିଦିନ ଗୋଟିଏ ଲେଖାଏଁ ପିଜା ଆସି ପହଂଚିଥାଏ । ତେବେ ପିଜା ପହଂଚିବା ମାତ୍ରେ ଜଣେ ଅନ୍ୟ ଜଣକୁ ଫୋନ କରି ଜଣାଇଦିଅନ୍ତି ଯେ ତାଙ୍କ ପାଖକୁ ମଧ୍ୟ ପିଜା ଡେଲିଭରି ବଏ ଆସୁଥିବ । ତେବେ ସେମାନେ ବିଶ୍ୱାସ କରନ୍ତି ଯେ ଏପରି କରୁଥିବା ବ୍ୟକ୍ତି ନିଶ୍ଚିତ ଭାବରେ ତାଙ୍କର କେହି ବନ୍ଧୁ ହୋଇଥିବେ କିନ୍ତୁ ସେ କିଏ ତା ବିଷୟରେ ଆଜିପର୍ଯ୍ୟନ୍ତ ସେମାନେ ଜାଣିପାରିଲେ ନାହିଁ । ଜିନ୍ କହିଛନ୍ତି ଯେ ସେ ଆଜି ପର୍ଯ୍ୟନ୍ତ କେବେବି ଗୋଟିଏ ପିଜା ଗ୍ରହଣ କରିନାହାଁନ୍ତି ଯେଉଁଥିପାଇଁ ତାଙ୍କୁ ସେହି ପିଜାର ପଇସା ଦେବାକୁ ପଡ଼ିନାହିଁ । ଏହା ସତ୍ତ୍ୱେ ମଧ୍ୟ ତାଙ୍କ ଘରକୁ ପ୍ରତିଦିନ ଗୋଟିଏ ଲେଖାଏଁ ପିଜା ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.