Below header

କଥା ଦେଇଥିଲେ ଦୁଇ ଝିଅଙ୍କୁ ଆସିଲେ ବୁଲେଇବାକୁ ନେବେ ବୋଲି, କିନ୍ତୁ ଆଉ ଫେରିଲେନି

ନାମ ମାଧବ ନାୟକ। ଘର ନୟାଗଡ ଜିଲ୍ଲାରେ ହୋଇଥିବାବେଳେ ଭରତପୂର ଅଞ୍ଚଳରେ ଦୀର୍ଘ ବର୍ଷ ହେଲାଣି ରହି ଆସୁଥିଲେ। ମାଧବ ଭୁବନେଶ୍ୱର ରେ ସ୍ତ୍ରୀ ଦୁଇ ଝିଅ, ଶାଶୁ,ବଡଭାଇଙ୍କୁ ନେଇ ରହୁଥିଲେ । କାମରୁ ଘରକୁ ଫେରୁଥିବାବେଳେ ବାଟରେ ସୂର୍ଯ୍ୟ ନଗର ନିକଟ ଏକ ହୋଟେଲ ସାମ୍ନାରେ ତାଙ୍କର ଦୁର୍ଘଟଣା ଘଟିଲା। କିଏ ଜାଣିଥିଲା ମୃତ୍ୟୁ ଏମିତି ଜଗି ବସିଥିବ ବୋଲି ।

ଭୁବନେଶ୍ୱର(କେନ୍ୟୁଜ୍): ତୁମେ ସବୁ ଥାଅ ମୁଁ ଶୀଘ୍ର ପହଁଚିଯିବି । ଆସିଲେ ମିଶିକି ଛକକୁ ବୁଲିବାକୁ ଯିବା । ଏକଥା ଦୁଇ ଛୁଆଙ୍କୁ କହି ଘରୁ ବାହାରି ଯାଇଥିଲେ ବାପା। ହେଲେ ଛୁଆଙ୍କୁ ଦେଇଥିବା କଥା ରଖିପାରିଲେନି। ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଗଲେ।

ଅନ୍ୟ ଦିନମାନଙ୍କ ଭଳି ଘଟଣା ଦିନ ମଧ୍ୟ କ୍ୟାପିଟାଲ ହସ୍ପିଟାଲ ଶବ ସଂରକ୍ଷଣ ଗୃହ ନିକଟ କାନ୍ଦ ବୋବାଳିରେ ଫାଟି ପଡୁଥିଲା । ସ୍ୱାମୀଙ୍କୁ ହରାଇ ସ୍ତ୍ରୀ ଶବ ସରଂକ୍ଷଣ ଗୃହ ପାଖରେ ମୁଣ୍ଡ ବାଡେଇ କାନ୍ଦୁଥାନ୍ତି । ଏପଟେ ଶାଶୁ ମାଆ ତଳେ ବସି ବାହୁନି ବାହୁନି ନିଜ ଜ୍ୱାଇଁକୁ ଝୁରି ହେଉଥାନ୍ତି । ପାଖରେ ଥିବା ଅନ୍ୟ ମହିଳାମାନଙ୍କର ଆଖି ବି ଜକେଇ ଆସୁଥାଏ । ମା ଓ ଆଇ ମା ନିକଟରେ ବସି ଛୋଟ ଛୋଟ ଝିଅ ଦୁଇଟି ଚାତକ ଭଳି ଚାହିଁ ରହିଥାନ୍ତି, ବାପା ଆଉ ଫେରିବେନି ବୋଲି ଭାବି ଆଖିରୁ ଲୁହ ଝରାଇ ପକାଉଥାନ୍ତି । ଏଭଳି ଦୁଃଖ ଭରା ଶୋକାକୁଳ ପରିବେଶ ସମସ୍ତଙ୍କ ହୃଦୟକୁ ଦୋହଲାଇ ଦେଉଥାଏ ।

ଏସବୁ ଭିତରେ ଆଉ ଗୋଟିଏ ଦୁଃଖଦ ଦୃଶ୍ୟ ପୁଣି ସାମ୍ନାକୁ ଆସିଲା । ସାନ ଭାଇର ମୃତ୍ୟୁରେ ବଡ଼ ଭାଇ ନିଜକୁ ଆଉ ସମ୍ଭାଳି ପାରୁନଥାନ୍ତି । କାନ୍ଦି କାନ୍ଦି ବେହୋସ ହୋଇ ଯାଉଥାନ୍ତି। ତାଙ୍କୁ କିଛି ଲୋକ ଧରି ତାଙ୍କ ମୁହଁରେ ବାରମ୍ବାର ପାଣି ମାରି ଭଲ ଅବସ୍ଥାକୁ ଆଣୁଥାନ୍ତି। ଏସବୁ ଦୃଶ୍ୟ ସମସ୍ତଙ୍କ ମନରେ ଦୁଃଖ ଭରିଦେଉଥିଲା।କାହିଁକି ନା ଏ କୁନି କୁନି ଛୁଆ ଦୁଇଟିର ବାପା ଆଉ ଏ ଦୁନିଆରେ ନଥିଲେ । ସମସ୍ତଙ୍କୁ ପର କରି ଦୁର୍ଘଟଣା ରେ ଚାଲି ଯାଇଥିଲେ ଆରପାରିକୁ ।

 

ମୃତକ ନାମ ମାଧବ ନାୟକ। ଘର ନୟାଗଡ ଜିଲ୍ଲାରେ ହୋଇଥିବାବେଳେ ଭରତପୂର ଅଞ୍ଚଳରେ ଦୀର୍ଘ ବର୍ଷ ହେଲାଣି ରହି ଆସୁଥିଲେ। ମାଧବ ଭୁବନେଶ୍ୱର ରେ ସ୍ତ୍ରୀ ଦୁଇ ଝିଅ, ଶାଶୁ,ବଡଭାଇଙ୍କୁ ନେଇ ରହୁଥିଲେ । ମାଧବ ଡ୍ରାଇଭର ଭାବରେ କାମ କରି ଘର ଚଳାନ୍ତି। ଘଟଣା ଦିନ ମାଧବ ଯାଇଥିଲେ କୋୖଣସି ଏକ କାମ ରେ । ଘରେ ସମସ୍ତଙ୍କୁ କହି ଯାଇଥିଲେ ଶୀଘ୍ର ଫେରି ଆସିବେ ବୋଲି । କିନ୍ତୁ ଫେରିଲା ବାଟରେ ସୂର୍ଯ୍ୟ ନଗର ନିକଟ ଏକ ହୋଟେଲ ସାମ୍ନାରେ ମାଧବଙ୍କ ଦୁର୍ଘଟଣା ଘଟିଲା। କିଏ ଜାଣିଥିଲା ମୃତ୍ୟୁ ଏମିତି ଜଗି ବସିଥିବ ବୋଲି ।

ମାଧବ ଅନ୍ୟ ଜଣଙ୍କ ବାଇକ ଯୋଗେ ଘରକୁ ଫେରୁ ଥିବା ବେଳେ ସୂର୍ଯ୍ୟ ନଗର ନିକଟରେ ଦୁର୍ଘଟଣା ଘଟିଲା । ସ୍ଥାନୀୟ କିଛି ଲୋକେ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାପରେ ଇଏ ଥିଲା ଶବ ବ୍ୟବଚ୍ଛେଦ ଘର ନିକଟର ଦୃଶ୍ୟ । ଶବ ବ୍ୟବଚ୍ଛେଦ କରି ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ହେଲେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛି ଏହି ପରିବାର । ଦୁଇଟି ଛୋଟ ଛୋଟ ଝିଅଙ୍କ ମୁଣ୍ଡ ଉପରୁ ବାପା ହାତ ଉଠିଯାଇଛି। ଏମାନଙ୍କ ଭବିଷ୍ୟତ ନେଇ ଏବେ ସଭିଏଁ ଚିନ୍ତାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.